ହତ୍ୟାକାରୀଙ୍କ ପତ୍ତା ପାଉନି କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ରାଜଧାନୀରେ ଘଟିଥିବା ଏକାଧିକ ହତ୍ୟା ଘଟଣା ଉପରୁ କମିଶନରେଟ ପୋଲିସ ପରଦା ଉଠାଇ ପାରୁନାହିଁ। ହତ୍ୟା ଅଭିଯୁକ୍ତମାନେ ଫେରାର ହୋଇ ବୁଲୁଥିବାବେଳେ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଛି। ବିଭିନ୍ନ ହତ୍ୟା ମାମଲାରେ ତଦନ୍ତକାରୀ ଅଫିସର ଓ ଥାନା ଅଧିକାରୀ ବଦଳି ହୋଇଯିବାରୁ ତଦନ୍ତ ପ୍ରକ୍ରିୟା ମଧ୍ୟ ଆଗକୁ ବଢିପାରୁନାହିଁ। ଏପରି କି ମୃତ ବ୍ୟକ୍ତିବିଶେଷଙ୍କ ପରିଚୟ ମିଳୁ ନ ଥିବାରୁ ପୋଲିସ କେବଳ ପୋଷ୍ଟର ମାରି କିଛିଦିନ ତତ୍ପରତା ଦେଖାଇ ଚୁପ୍‌ ବସୁଛି। ବିଗତ ୯ ବର୍ଷରେ ୪ରୁ ଊର୍ଦ୍ଧ୍ୱ ହତ୍ୟା ମାମଲାର ତଦନ୍ତ ଅଧାରେ ଅଟକିଛି, ଯାହାକୁ ନେଇ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୨ ମେ ୨୭
ଚନ୍ଦକା ଥାନା ଘଙ୍ଗାପାଟଣା ପାହାଡ ତଳେ ଥିବା ଆମ୍ବତୋଟାରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ପୋଲିସ ଜବତ କରିଥିଲା। ମହିଳାଙ୍କୁ ଏକ ପଥରରେ ଛେଚି ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାକୁ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ନା ମୃତା ମହିଳାଙ୍କ ପରିଚୟ ପାଇପାରିଲା, ଅବା ହତ୍ୟାକାରୀଙ୍କୁ ଠାବ କଲା। ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲେ, ତାହା ରହସ୍ୟ ଘେରରେ ରହିଛି।
୨୦୧୭ ଫେବୃୟାରୀ ୧
ମଞ୍ଚେଶ୍ୱର ଥାନା କୁଆଖାଇ ନଦୀପଠାରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଥିଲା। ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ହେଲେ ମୃତଦେହଟି ପଚିଯିବା ସହ ପାଣି ସଂସ୍ପର୍ଶରେ ଆସିଥିବାରୁ ବଳାତ୍କାର ନେଇ କିଛି ଜଣାପଡି ନ ଥିଲା। ଏହି ଘଟଣାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଧରିବା ତ ଦୂରର କଥା ମୃତା ଯୁବତୀଙ୍କ ପରିଚୟ ଓ ଠିକଣା ବି ପୋଲିସ ପାଇପାରିଲା ନାହିଁ।
୨୦୧୮ ଅଗଷ୍ଟ ୨୩
ମଞ୍ଚେଶ୍ୱର ଥାନା ନିକଟ ହୋଟେଲ ହାଇୱେ ଇନ୍‌ରେ ଖୋର୍ଦ୍ଧା ଜିଲା କାଇମାଟିଆ ଅଞ୍ଚଳର ଲକ୍ଷ୍ମୀପ୍ରିୟା ବିଶ୍ୱାଳଙ୍କୁ ତାଙ୍କ ପୁରୁଷ ବନ୍ଧୁ ଆଦିତ୍ୟ ମହାପାତ୍ର ଲୁହାରଡ୍‌ରେ ପିଟିପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ। ହୋଟେଲରେ ପୋଲିସ ପହଞ୍ଚତ୍ ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଥିଲା। ତେବେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିଲା ତାହା ବି ଏଯାଏ ସ୍ପଷ୍ଟ ହେଲା ନାହିଁ। ଘଟଣାକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ ଧରି ନ ପାରି ହାତବାନ୍ଧି ବସିଛି।
୨୦୨୧ ସେପ୍ଟେମ୍ବର ୭
ଭରତପୁର ଥାନା ରୁଚିକା ମାର୍କେଟ ମହାବୀର ବସ୍ତିରେ ବନ୍ଦ ଥିବା ଏକ ଭଡା ଘରୁ ଗୀତା ସେଠୀ ନାମ୍ନୀ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଥିଲା। ସେଠାରେ ତାଙ୍କ ସହ ରହୁଥିବା ଜଣେ ବ୍ୟକ୍ତି ଫେରାର ହୋଇଯାଇଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୃତା ଯୁବତୀଙ୍କ ଘର ଖୋର୍ଦ୍ଧା ଜିଲା ବୋଲଗ଼ଡ ଥାନା ପଞ୍ଚୁକୋଟି ଗ୍ରାମରେ ବୋଲି ଜଣାପଡିଥିଲା। ଗୀତାଙ୍କ ସହ ରହୁଥିବା ପୁରୁଷ ବନ୍ଧୁଙ୍କ ନାମରେ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ୨୨ ଦିନ ବିତିଯାଇଥିଲେ ବି ପୋଲିସ ସେହି ବ୍ୟକ୍ତିଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ତଦନ୍ତ ଆଗଉ ନ ଥିବାରୁ ଏ ଘଟଣା ବି ସେମିତି ପୂର୍ବର ଏକାଧିକ ମାମଲା ପରି ସମୟକ୍ରମେ ପୋଲିସର ଫାଇଲ୍‌ ତଳେ ରହିଯିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri