ମୁହେଁ ମୁହେଁ କହି ହଇରାଣ ହୋଇଛି

କେବେ ସେ ନାୟକ ସାଜି ଦର୍ଶକଙ୍କ ମନ ଜିତିଛନ୍ତି ତ କେବେ ଖଳନାୟକ ସାଜି ନିଜର ଭିନ୍ନ ରୂପ ଦେଖାଇଛନ୍ତି। ଯେକୌଣସି ଚରିତ୍ରକୁ ନିଖୁଣ ଭାବେ ନିଭାଇ ପାରୁଥିବା ଅଭିନେତା ଜଣକ ହେଲେ ସମରେଶ ରାଉତରାୟ। ହିନ୍ଦୀ ଚଳଚ୍ଚିତ୍ର ‘ଭଗତ ସିଂ’ରେ ଅଭିନେତା ସନି ଦେଓଲଙ୍କ ସହ ମଧ୍ୟ ସେ ସ୍କ୍ରିନ୍‌ ଶେୟାର କରିଛନ୍ତି। ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସେ ସଫଳତା ସାଉଁଟିପାରିଛନ୍ତି। ଯାଜପୁର ଜିଲା ବାଲିଚନ୍ଦ୍ରପୁର ଶିପୁରାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ବର୍ତ୍ତମାନ ଭୁବନେଶ୍ୱର ରସୁଲଗଡ଼ରେ ରହୁଛନ୍ତି। କିଛି ଜଣା ଅଜଣା କଥାକୁ ନେଇ ସମରେଶଙ୍କ ସହ ‘ଧରିତ୍ରୀ’ର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- ସଙ୍ଗୀତ ମହାବିଦ୍ୟାଳୟରୁ ଏନ୍‌ଏସ୍‌ଡିର ଯାତ୍ରା କିପରି ଥିଲା?
ଉତ୍ତର- ଯାତ୍ରା ଖୁବ୍‌ ଭଲ ଥିଲା। ସଙ୍ଗୀତ ମହାବିଦ୍ୟାଳୟରେ ମୁଁ ଡ୍ରାମା ଛାତ୍ର ଭାବେ ଶିକ୍ଷା ଆରମ୍ଭ କରିଥିଲି। ଏହାପରେ ନିର୍ଦ୍ଦେଶନା ବିଭାଗରେ ପିଜି କଲି। ସେଠାରେ ବିଜୟ ମହାନ୍ତି ଓ ଅଜିତ୍‌ ଦାସଙ୍କୁ ଦେଖି ଏନ୍‌ଏସ୍‌ଡି ଯିବାର ସ୍ବପ୍ନ ଦେଖିଥିଲି। ଏନ୍‌ଏସ୍‌ଡିରେ ନିର୍ଦ୍ଦେଶନା ବିଭାଗରେ ଆବେଦନ କରିଥିଲେ ବି ମତେ ଅଭିନୟରେ ପଢ଼ିବାର ସୁଯୋଗ ମିଳିଲା। ସଙ୍ଗୀତ ମହାବିଦ୍ୟାଳୟ ଓ ଏନ୍‌ଏସ୍‌ଡିର ସେହି ୮/୧୦ବର୍ଷରେ ମତେ ଜୀବନରେ ବହୁତ କିଛି ଶିଖିବାକୁ ମିଳିଥିଲା। ଆଜି ମୁଁ ଯେଉଁଠାରେ ପହଞ୍ଚତ୍ଛି ସବୁ ସେଥିରୁ ଶିଖିଛି।
ପ୍ରଶ୍ନ- ହିନ୍ଦୀ ଫିଲ୍ମ କରିବା ପରେ ବି ମାୟାନଗରୀ ମୁମ୍ବାଇ ଛାଡ଼ି ଓଡ଼ିଶା କାହିଁକି ଆସିଲେ?
ଉତ୍ତର- ମୁଁ ସେଠି କିଛି ଭଲ କାମ କରିବା ପାଇଁ ଚେଷ୍ଟା କରିଥିଲି। ମାତ୍ର ସେପରି ବିଶେଷ କିଛି ଘଟି ନ ଥିଲା। ଏହି ସମୟରେ ଓଡ଼ିଆ ଚଳଚ୍ଚିତ୍ର ‘ମୋ ସୁନାପୁଅ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଲା। ତେଣୁ ମୋ ନିଜ ମାଟି, ନିଜ ଲୋକଙ୍କ ପାଖରେ କାମ କରିବାକୁ ଭଲ ଲାଗିବ ବୋଲି ଆସିଥିଲି। ଫିଲ୍ମ କରିବା ପରେ ଆଉ ଏଠାରୁ ଛାଡ଼ିକି ଯାଇନି।
ପ୍ରଶ୍ନ- ଓଡ଼ିଶାରୁ ଯାଇଥିଲେ ବୋଲି ସେପରି କିଛି ଘଟିଲା ନାହିଁ ନା ଅନ୍ୟ କିଛି କାରଣ ରହିଛି?
ଉତ୍ତର- ସେପରି କିଛି ନାହିଁ। ସତ କହିବାକୁ ଗଲେ ୨୦୦୦ ବେଳକୁ ମୁମ୍ବାଇରେ ବହୁତ କମ୍‌ କାମ ହେଉଥିଲା। ଫିଲ୍ମ କମ୍‌ ଆସୁଥିଲା ଓ ଟେଲିଭିଜନ ଇଣ୍ଡଷ୍ଟ୍ରି ବହୁତ ବଡ଼ ହୋଇ ନ ଥିଲା। ଆମେ ଯେତେ ପରିମାଣର ଲୋକ ଥିଲୁ, ତା ତୁଳନାରେ କାମ ବହୁତ କମ୍‌ ହେଉଥିଲା। ତେଣୁ ନିଜ ମାଟିରେ କିଛି କରିବି ବୋଲି ଚାଲି ଆସିଥିଲି। ଏବେକାର ସମୟ ଅଲଗା। ଏବେ ଫିଲ୍ମ ଅଧିକା ହେଉଛି, ଟେଲିଭିଜନ ଓ ଓ୍ବେବ୍‌ ଚ୍ୟାନେଲ୍‌ ବହୁତ ଅଧିକ ହୋଇଗଲାଣି।
ପ୍ରଶ୍ନ- ନାୟକରୁ ଖଳନାୟକ କିପରି ହେଲେ?
ଉତ୍ତର- ଜଣେ କଳାକାର ନାୟକ, ଖଳନାୟକ, ହାସ୍ୟାଭିନେତା କିଛି ବି ଚରିତ୍ର କରିପାରିବ। ଏବେ ମୁଁ ଏକ ଧାରାବାହିକରେ ବାପାର ଚରିତ୍ର କରିସାରିଛି। ଅଭିନେତାର କାମ ହେଲା ଅଭିନୟ କରିବା। ସେ ଯେକୌଣସି ଚରିତ୍ର ହୋଇଥାଉ ନା କାହିଁକି। ଜଣେ ଡ୍ରାଇଭରକୁ ମର୍ସିଡିଜ୍‌ ଦେଲେ ସେ ଚଲେଇବ ସ୍ବିଫ୍ଟ ଦେଲେ ବି ଚଲେଇ ପାରିବ। ଯାତ୍ରା କୋଉଠିକୁ କରୁଛି ତାହା ହିଁ ବଡ଼ କଥା।
ପ୍ରଶ୍ନ-ଅଭିନୟ ଓ ଅଭିନେତା ସମ୍ପର୍କରେ କ’ଣ କହିବେ?
ଉତ୍ତର- ଅଭିନୟ ଏକ ଶବ୍ଦ ଯାହା ବ୍ୟବହାର କରାଯାଏ। ମାତ୍ର ଯେଉଁମାନେ ପରଫେକ୍ଟ ଅଭିନେତା ସେମାନେ କେବେ ଅଭିନୟ କରନ୍ତି ନାହିଁ। ସେମାନେ ଚରିତ୍ର ଭିତରେ ପୂରା ମଜ୍ଜିଯାଆନ୍ତି। ଭଲ ଅଭିନେତା ସିଏ, ଯିଏ ଅଭିନୟ କରୁଛି ବୋଲି ଅନ୍ୟମାନେ ଜାଣିପାରିବେ ନାହିଁ। ତାଙ୍କ ଅଭିନୟ ଭିତରେ ସେତିକି ବାସ୍ତବତା ରହିବା ଦରକାର।
ପ୍ରଶ୍ନ- ଏବେ ଓଡ଼ିଶାର ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ଥିତି କିପରି ରହିଛି?
ଉତ୍ତର- କରୋନା ପରେ ଏବେ ଧୀରେ ଧୀରେ କାମ ଚାଲିଛି। ଟେଲିଭିଜନ ଇଣ୍ଡଷ୍ଟ୍ରି ମଧ୍ୟ ଆକ୍ଟିଭ ହୋଇଛି। ଏହା ଏକ ପ୍ରାଇଭେଟ୍‌ ସେକ୍ଟର ବିଜ୍‌ନେସ୍‌ ହୋଇଥିବାରୁ ଏଥିରେ କିଛି ପରିବର୍ତ୍ତନ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଚାହିଁଲେ ହେବ। ଆଗ ଅପେକ୍ଷା ଓଡ଼ିଆ ଚଳଚ୍ଚିତ୍ରରୁ ଦର୍ଶକମାନେ ମୁହଁ ଫେରାଉଛନ୍ତି। ଫିଲ୍ମ ଦେଖିବାର ଧାରା ପରିବର୍ତ୍ତନ ହୋଇଗଲାଣି। ଆଗରୁ ହଲ୍‌କୁ ଯାଇ ଫିଲ୍ମ ଦେଖୁଥିଲେ ଏବେ ମୋବାଇଲ୍‌ରେ ଦେଖୁଛନ୍ତି। ଜେନେରେଶନ ବଦଳି ଗଲାଣି।
ପ୍ରଶ୍ନ- କ’ଣ କଲେ ପୁଣି ଥରେ ଦର୍ଶକମାନେ ଓଡ଼ିଆ ଚଳଚ୍ଚିତ୍ର ଆଡକୁ ଆକୃଷ୍ଟ ହେବେ?
ଉତ୍ତର- କିଛି ବି କରି ହେବନି। ଓଡ଼ିଆ, ହିନ୍ଦୀ, ତେଲୁଗୁ ସବୁ ଇଣ୍ଡଷ୍ଟ୍ରି ସମାନ। ଫରକ କେବଳ ଏତିକି, ସେମାନଙ୍କ ପାଖରେ ପଇସା ଅଛି ଆଉ ଆମ ପାଖରେ ନାହିଁ। ସେମାନଙ୍କର ମାର୍କେଟ ବହୁତ ବଡ଼ ତେଣୁ ଦର୍ଶକ ବି ବହୁତ। ସେମାନେ ଇଣ୍ଟରନ୍ୟାଶନାଲ୍‌ ମାର୍କେଟରେ କାମ କରୁଛନ୍ତି। ଆମେ କମ୍‌ ପଇସାରେ କାମ କରୁଛୁ। ଇଚ୍ଛାପୁର, ଖଡଗପୁର ଟପିଗଲେ କେହି ଓଡ଼ିଆ ବୁଝି ପାରିବେ ନାହିଁ। ଆମ ମାର୍କେଟ ହିଁ ଛୋଟ। ତେଣୁ ଛୋଟ ମାର୍କେଟ ଓ କମ୍‌ ପଇସାରେ ଆମ ଇଣ୍ଡଷ୍ଟ୍ରି ଚାଲିଛି।
ପ୍ରଶ୍ନ- ଆଗକୁ କ’ଣ କରିବାକୁ ଇଚ୍ଛା ରହିଛି?
ଉତ୍ତର- ଶୋଇକି ସ୍ବପ୍ନ ଦେଖିବା ଅପେକ୍ଷା କର୍ମ ଉପରେ ଧ୍ୟାନ ଦେବା ଉଚିତ୍‌। ଇଚ୍ଛା ବହୁତ କିଛି ରହିଛି, କିନ୍ତୁ ସବୁ ଇଚ୍ଛା ପୂରଣ ହୁଏନାହିଁ। ଅଭିନେତା ହେବା ପାଇଁ ମୋର କେବେ ଇଚ୍ଛା ନ ଥିଲା। ବାସ୍‌ ହଉ ହଉ ହେଇଯାଇଛି। ଏବେ ପ୍ରଯୋଜନା କରୁଛି। ଆଗକୁ ନିଜର କିଛି ଫିଲ୍ମ କରିବା ପାଇଁ ଯୋଜନା ରହିଛି। ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଚାଲୁଛି, ମ୍ୟୁଜିକ୍‌ ପୋର୍ଟାଲ କରୁଛି। ଆଗକୁ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇପାରେ।
ପ୍ରଶ୍ନ- ଫିଟ୍‌ ରହିବାକୁ କ’ଣ କରନ୍ତି?
ଉତ୍ତର- ଠିକ୍‌ ସମୟରେ ଶୁଏ, ଠିକ୍‌ରେ ଉଠେ, ଆଉ ଠିକ୍‌ଠାକ୍‌ ଖାଏ। ମୁଁ ଡାଏଟିଂ କରେନି। ଆବଶ୍ୟକତା ପଡ଼େନି।
ପ୍ରଶ୍ନ- କ’ଣ ଖରାପ ଅଭ୍ୟାସ ରହିଛି?
ଉତ୍ତର- ମୁହେଁ ମୁହେଁ ସବୁକଥା କହିଦିଏ ଏବଂ ରାଗିଯାଇ ଗାଳି କରେ। ଏଥିପାଇଁ ବହୁତ ହଇରାଣ ବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri