ଶେୟାର ବଜାରରେ ରେକର୍ଡ, ପ୍ରଥମ ଥର ପାଇଁ ସେନସେକ୍ସ୍‌ ଟପିଲା ୫୭ ହଜାର ଅଙ୍କ…

ମୁମ୍ବାଇ,୩୧।୮: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ସେନସେକ୍ସ୍‌ ୫୭ ହଜାର ଅଙ୍କ ଟପିଛି। ପୂର୍ବାହ୍ନ ୯ଟା ୨୪ରେ ସେନସେକ୍ସ୍‌ରେ ୨୩୫ ଅଙ୍କ ବୃଦ୍ଧି ଘଟି ଏହା ୫୭,୧୨୪.୭୮ ଛୁଇଁଛି। ଯାହା ଏପର୍ଯ୍ୟନ୍ତ ଏହାର ରେକର୍ଡ ସ୍ତର ବୋଲି କୁହାଯାଉଛି। ନିଫ୍ଟି ପ୍ରାୟ ୧୭ ହଜାର ଅଙ୍କ ପାଖାପାଖି ରହିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି ୧୬ ପଏଣ୍ଟ ବୃଦ୍ଧି ସହିତ ୧୬,୯୪୭.୫୦ରେ ଖୋଲିଛି। ଏହାପରେ ନିଫ୍ଟି ୬୪ ପଏଣ୍ଟ ବୃଦ୍ଧି ପାଇ ୧୬,୯୯୫.୫୫ରେ ପହଞ୍ଚିଛି । ଆଇଟି ଇଣ୍ଡେକ୍ସରେ ୧ ପ୍ରତିଶତ ବୃଦ୍ଧି ପାଇଛି। ଏହା ସହିତ ଏଫ୍‌ଏମ୍‌ସିଜି ଏବଂ ଫାର୍ମା କମ୍ପାନୀର ଶେୟାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି।

ଆମେରିକା ବଜାରରୁ ଭଲ ସଙ୍କେତ, ଦେଶରେ କରୋନା ମାମଲା ହ୍ରାସ ଏବଂ ଟିକାକରଣ କାର୍ଯ୍ୟକ୍ରମରେ ବୃଦ୍ଧି, ଅଗଷ୍ଟରେ ଅଟୋ ବିକ୍ରୟ ସଂଖ୍ୟାରେ ବୃଦ୍ଧିି, ଜିଡିପିରେ ରେକର୍ଡ ବୃଦ୍ଧି ଆଦି ଯୋଗୁ ଶେୟାର ବଜାରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ଜିଡ଼ିପି ଆକଳନ ଜାରି କରାଯିବ। ଏହା ପୂର୍ବରୁ ଶେୟାର ବଜାରରେ ରେକର୍ଡ ସୃଷ୍ଟି ହୋଇଛି।

ଅପରପକ୍ଷରେ ଏସବିଆଇର ଇକୋରୈପ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ୧୮.୫ ପ୍ରତିଶତ ହାରରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ଏପ୍ରିଲ-ଜୁନ୨୯୨୧ ତ୍ରୟମାସ ପାଇଁ ଆରବିଆଇ ପକ୍ଷରୁ ଜିଡିପି ଅଭିବୃଦ୍ଧି ୨୧.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଏସବୁ ରିପୋର୍ଟର ସକାରାତ୍ମକ ପ୍ରଭାବ ଶେୟାର ବଜାର ଉପରେ ପଡିଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ, କହିଲେ ସଫଳ ବିବାହାର ଆଧାର ସହନଶୀଳତା

ନୂଆଦିଲ୍ଲୀ,୪।୫: ସୁଖି ଦାମ୍ପତ୍ୟ ଜୀବନ ବିଷୟରେ ପରାମର୍ଶଦାତା ପରି ସୁପ୍ରିମକୋର୍ଟ କିଛି ଟିପ୍ସ ଦେଇଛନ୍ତି। ଶୁକ୍ରବାର କୋର୍ଟ କହିଛନ୍ତି ଯେ ସହନଶୀଳତା ଏବଂ ସମ୍ମାନ ଏକ...

ରାଜନୀତିରେ ଅଜବ ଦୃଶ୍ୟ, ମଇଁଷି-ମେଣ୍ଢା ଉପରେ ଆସି କରୁଛନ୍ତି ନାମାଙ୍କନ ଦାଖଲ

କୋଲକାତା,୪।୫: ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଜାରି ରହିଛି। ବିଭିନ୍ନ ଦଳର ପ୍ରାର୍ଥୀ ନିଜର ଖାସ୍‌ ଅନ୍ଦାଜରେ ଆସି ନାମାଙ୍କନ...

ହ୍ବାଟସଆପର ଭୁଲ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୪।୫: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଏହା ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ମାର୍ଚ୍ଚ ୧ ରୁ ୩୧ମଧ୍ୟରେ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri