‘କେହି ଆମ ବିଷୟରେ ଭାବୁନାହାନ୍ତି ’ କହି ଭାଙ୍ଗିପଡ଼ିଲେ ଆଫଗାନିସ୍ତାନର ଏହି ଝିଅ; ଭିଡିଓ ଦେଖିଲେ…

କାବୁଲ: ଆଜିକାଲି ସମଗ୍ର ବିଶ୍ୱର ଆଖି ଆଫଗାନିସ୍ତାନ ଉପରେ ରହିଛି। ତାଲିବାନ ଏହାକୁ କବ୍ଜା କରିବା ମାତ୍ରେ ଚାରିଆଡେ ହାହାକାର ସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ସେଠାକାର ପରିସ୍ଥିତି ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି ଦେଖି ଆଖି ଓଦା ହେଉଛି। ଏହି କ୍ରମରେ ଜଣେ ନିରୀହ ଝିଅଙ୍କ ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଭାବପ୍ରବଣ କରୁଛି। ଭିଡିଓରେ ଝିଅଟି କାନ୍ଦି କାନ୍ଦି ଆମ କଥା କେହି ଚିନ୍ତା କରୁ ନାହାନ୍ତି ଏବଂ ଆଗାମୀ ସମୟରେ ଆମେ ଧୀରେ ଧୀରେ ମରିଯିବୁ ବୋଲି କହୁଥିବା ଦେଖାଯାଉଛି।

ଆଫଗାନିସ୍ତାନରେ କି ପ୍ରକାର ପରିସ୍ଥିତି ତାହା ସମସ୍ତେ ଅବଗତ। କାରଣ ପୁଣି ଥରେ ଏଠାରେ ତାଲିବାନର ଦମନକାରୀ ଶାସନ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ସେଠାରୁ ଅନେକ ଲୋକ ପଳାୟନ କରୁଛନ୍ତି। କେବଳ ଏତିକି ନୁହେଁ ବହୁ ସଂଖ୍ୟାରେ ଲୋକ ମଧ୍ୟ ପ୍ରାଣ ହରାଉଛନ୍ତି। ସୋସିଆଲ ମିଡିଆରେ ସେସବୁ ସମ୍ପର୍କିତ କାହାଣୀ ଦେଖି ବିଶ୍ୱ ଚକିତ ହୋଇଯାଇଛି।

ଇରାନର ସାମ୍ବାଦିକା ମାସିହ ଆଲିନାଜାଦ ଟୁଇଟରେ ଆଫଗାନିସ୍ତାର ଜଣେ ଝିଅଙ୍କ ଭିଡିଓ ଶେୟାର କରିଛନ୍ତି। ଆମର ବିଷୟରେ କେହି ଚିନ୍ତା କରନ୍ତି ନାହିଁ। ଆମେ ଧୀରେ ଧୀରେ ମରିଯିବୁ। ଆଫଗାନିସ୍ତାନରେ ଜନ୍ମ ହୋଇଛୁ ବୋଲି ଆମେ ଗଣନା କରୁନାହୁଁ ବୋଳି ଛକ୍ତ ବାଳିକା କହୁଛନ୍ତି। ଲୋକମାନେ ଏହାକୁ ଦେଖି ନିଜ ନିଜର ମତାମତ ଦେଉଛନ୍ତି। ଏହାକୁ ଅନେକ ହୃଦୟ ବିଦାରକ କହିବା ବେଳେ ତାଲିବାନର କ୍ରୁରତା, ନିଷ୍ଠୁରତା ଅସହ୍ୟ ବୋଲି ଅନେକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ୟୁସିଏଲ୍‌ଏ କ୍ୟାମ୍ପସ୍‌ରେ ପୋଲିସ ବର୍ବରତା

ଲସ୍‌ ଏଞ୍ଜେଲସ୍‌,୩ା୫:କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ସ୍ଥିତ ବିଶ୍ୱବିଦ୍ୟାଳୟ (ୟୁସିଏଲ୍‌ଏ)ପରିସରରେ ପାଲେଷ୍ଟିନୀୟ ସପକ୍ଷବାଦୀ ଆନ୍ଦୋଳନ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲମେଟ ପିନ୍ଧିଥିବା ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରି...

ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌...

କିଏ ହେବେ ଆମେରିକାର ରାଷ୍ଟ୍ରପତି, ଭବିଷ୍ୟକାର କହିଲେ ଏମିତି…

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଲାନ ଲିକ୍ଟମ୍ୟାନ ପୁଣି ଥରେ ପୂର୍ବାନୁମାନ କରିଛନ୍ତି। ଆଲାନଙ୍କୁ ଆମେରିକାର ନୋଷ୍ଟ୍ରାଡାମସ ମଧ୍ୟ କୁହାଯାଏ। ଯିଏ ଗତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri