Posted inଜାତୀୟ

ଫାଶୀରେ ୯ ବର୍ଷୀୟଙ୍କ ମୃତ୍ୟୁ

ଲକ୍ଷ୍ନୌ, ୧ା୮: ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ ପାଇଁ ପୂର୍ବାଭ୍ୟାସ କରିବାବେଳେ ସତସତିକା ଜୀବନ ହରାଇଛନ୍ତି ଜଣେ ୯ ବର୍ଷର ବାଳକ। ଅଗଷ୍ଟ ୧୫ ଉପଲକ୍ଷେ ନାଟକ ପାଇଁ ରିହର୍ସଲ କରିବା ସମୟରେ ଉତ୍ତରପ୍ରଦେଶ ବଦାୟୁଁ ବାବତ ଗ୍ରାମରେ ଗୁରୁବାର ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ ଶିବମ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶିବମ୍‌ ଏବଂ ତାଙ୍କ ସାଙ୍ଗମାନେ ସ୍ବାଧୀନତା ଦିବସରେ ଶହୀଦ ଭଗତ ସିଂ, ରାଜଗୁରୁ ଏବଂ ଶୁଖଦେବଙ୍କ ଜୀବନୀ ଉପରେ ନାଟକ ପରିବେଷଣ କରିବାକୁ ସ୍ଥିର କରିଥିଲେ। ଶିବମଙ୍କ ମା’ବାପା ଗୁରୁବାର କ୍ଷେତକୁ କାମ କରିବାକୁ ଯାଇଥିବାବେଳେ ସାଙ୍ଗମାନେ ତାଙ୍କ ଘରକୁ ନାଟକର ପୂର୍ବାଭ୍ୟାସ କରିବା ପାଇଁ ଆସିଥିଲେ। ଶେଷରେ ଫାଶୀ ଦୃଶ୍ୟ ଥିବାରୁ ଶିବମ୍‌ ଏକ ରଶି ବାନ୍ଧି ଫାଶକୁ ବେକରେ ଲଗାଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଷ୍ଟୁଲ୍‌ରୁ ତାଙ୍କ ଗୋଡ଼ ଖସିଯାଇଥିଲା। ଶିବମ ନିଶ୍ୱାସପ୍ରଶ୍ୱାସ ନେଇ ନ ପାରି ଛଟପଟ ହେଉଥିଲେ ହେଁ ସେ ଅଭିନୟ କରୁଥିବା ସାଙ୍ଗମାନେ ଭାବିଥିଲେ। କିଛି ସମୟ ପରେ ଶିବମଙ୍କ ଶରୀର ନିସ୍ତେଜ ହୋଇଯିବା ପରେ ପିଲାମାନେ ଡରିଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଲୋକେ ସେଠାରେ ପହଞ୍ଚିଲାବେଳକୁ ଶିବମଙ୍କ ମୃତ୍ୟୁ ଘଟିସାରିଥିଲା। ତେବେ ପୋଲିସକୁ ନ ଜଣାଇ ଘରଲୋକ ତାଙ୍କ ଶେଷକୃତ୍ୟ କରିଦେଇଛନ୍ତି। ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି। ଏକ ଅନୁରୂପ ଘଟଣାକ୍ରମରେ ଗତ ବର୍ଷ ମଧ୍ୟପ୍ରଦେଶର ଜଣେ ୧୨ ବର୍ଷୀୟ ବାଳକ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ କରୁଥିବାବେଳେ ଦୁର୍ଘଟଣାବଶତଃ ଫାଶୀ ଲଗାଇଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

ଶୁଳିଆଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ପଶୁବଳିରେ…

ବଲାଙ୍ଗୀର,୨୩ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା, କୁମୁରିଆ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri