ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍‌ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚତ୍ ନରାୟଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଛି। ଭୁବନେଶ୍ୱର ନୀଳାଦ୍ରିବିହାରରେ ଥିବା ତାଙ୍କ ବାସଗୃହ, କଟକସ୍ଥିତ ଶ୍ୱଶୁରଘର ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ଦ୍ୱୈତନଗରୀର ମୋଟ ୬ ସ୍ଥାନରେ ଭିଜିଲାନ୍ସ ଯାଞ୍ଚ କରି ପୁଳା ପୁଳା ଟଙ୍କା ଓ ବିପୁଳ ସମ୍ପତ୍ତି ଠାବ କରିଛି। ତେବେ ନୀଳାଦ୍ରିବିହାରସ୍ଥିତ ୨ ମହଲା ଘରୁ ନଗଦ ୧୨ଲକ୍ଷ ଟଙ୍କା, ଦେଢ଼ କେଜି ସୁନା ଅଳଙ୍କାର (୬୦ଲକ୍ଷ ଟଙ୍କା) ଓ ସ୍ଥାବର ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି। ସେହିପରି ସମ୍ପର୍କୀୟଙ୍କ ଘରୁ ୧୩ଲକ୍ଷ ଟଙ୍କା ମିଳିଛି। ଏଥିସହିତ ବିରଞ୍ଚତ୍ ଓ ପରିବାର ସଦସ୍ୟଙ୍କ ନାମରେ ଭକ୍ତି ବିହାରରେ ୨ଟି ଘର, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ୍‌, ୫୬ଲକ୍ଷ ଟଙ୍କାର ବୀମା ରାଶି, କାର୍‌, ୨ ବାଇକ ଓ ଅନ୍ୟାନ୍ୟ ସମ୍ପତ୍ତି ରହିଥିବା ଯାଞ୍ଚରୁ ଜଣାପଡିଛି। ତେବେ ଠାବ ସମ୍ପତ୍ତିର ମୂଲ୍ୟ ୩.୭୯ କୋଟି ଟଙ୍କା ହେବ। ଯାଞ୍ଚ ଓ ହିସାବ ଜାରି ରହିଥିବାରୁ ବିରଞ୍ଚତ୍ଙ୍କ ସମ୍ପତ୍ତିର ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବିରଞ୍ଚତ୍ ବ୍ୟବହାର କରିଥିବା ଅନେକ ବ୍ୟାଙ୍କ ରସିଦ୍‌ ଜବତ କରାଯାଇଛି। ଏଥିରୁ ତାଙ୍କର ଟଙ୍କା ଦେଣନେଣ ସମ୍ପର୍କରେ ତଥ୍ୟ ପାଇବାକୁ ଭିଜିଲାନ୍ସ ଆଶା ରଖିଛି। ସେହିଭଳି ନିଯୁକ୍ତି ସମ୍ପର୍କିତ ଚିଠି, କେତେଜଣ ଛାତ୍ରୀଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡ, ବିଦେଶୀ ମୁଦ୍ରା ଓ ବିଦେଶ ଗସ୍ତର କିଛି କାଗଜପତ୍ର ମଧ୍ୟ ତାଙ୍କ ଘରୁ ମିଳିଛି। ଛାତ୍ରୀଛାତ୍ରଙ୍କ ଟଙ୍କାରୁ ସେ ଓ ତାଙ୍କ ପରିବାର ବିଦେଶ ବୁଲିଥିବା ସନ୍ଦେହ କରାଯାଉଛି। ଭିଜିଲାନ୍ସ ଏସ୍‌ପି ଆର୍‌ ପ୍ରକାଶଙ୍କ କହିବାନୁଯାୟୀ, ଜବତ ଜମି, ଘର ଆଦି ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଉଛି। ବିରଞ୍ଚତ୍ ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ହୋଇ ମଧ୍ୟ ତାଙ୍କ ନିକଟରେ ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି କେଉଁଠୁ ଆସିଲା, କାହା ସହାୟତାରେ ସେ ଏସବୁ ଠୁଳ କରିଛନ୍ତି, ତାହାର ସ୍ବତନ୍ତ୍ର ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି।
ସୂଚନା ଅନୁଯାୟୀ, ବିରଞ୍ଚତ୍ ସରକାରୀ ଚାକିରି କରାଇଦେବାକୁ କହି ଛାତ୍ରୀଛାତ୍ରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେବା ସହ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପୂର୍ବରୁ ସୂଚନା ପାଇଥିଲା। ଯୋଜନା ମୁତାବକ, ଶୁକ୍ରବାର ଭୋର୍‌ ସମୟରେ ଭିଜିଲାନ୍ସର ତିନୋଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏସ୍‌ପିଙ୍କ ନେତୃତ୍ୱରେ ଏସବୁ ଟିମ୍‌ରେ ୪ଜଣ ଡିଏସପି, ୧୩ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ବିରଞ୍ଚତ୍ଙ୍କ ଘରେ ପହଞ୍ଚତ୍ବା ପରେ ଭିଜିଲାନ୍ସ ଟିମ୍‌ ସର୍ଚ୍ଚ ଆରମ୍ଭ କରିଥିଲା। ପୁଳାପୁଳା ଟଙ୍କା, ସୁନା, ବ୍ୟାଙ୍କ ଓ ବୀମା କାଗଜ ପତ୍ର ଦେଖି ଭିଜିଲାନ୍ସ ଅଧିକାରୀମାନେ ଚକିତ ହୋଇଯାଇଥିଲେ। ଜଣ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଘରେ ବ୍ୟାଙ୍କ ଭଳି ଟଙ୍କା ରହିବା ଘଟଣାକୁ ଭିଜିଲାନ୍ସ ଗୁରୁତ୍ୱର ସହ ନେଇ ଅଧିକ ତଦନ୍ତ ଓ ଯାଞ୍ଚ ଚଳାଇଛି। ତେବେ ଏ ସମସ୍ତ ସମ୍ପତ୍ତି ସମ୍ପର୍କରେ କୋର୍ଟରେ ଜବାବ ରଖିବେ ବୋଲି ବିରଞ୍ଚତ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ଘଟଣାର ବିଭାଗୀୟ ତଦନ୍ତ କରାଯିବା ସହ ଦୃଢ ପଦକ୍ଷେପ ନିଆଯିବ ବୋଲି ଓଏସ୍‌ଏସ୍‌ସି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି। ତେବେ ଓଏସ୍‌ଏସ୍‌ସିର ସମସ୍ତ ପରୀକ୍ଷାଠାରୁ ବିରଞ୍ଚତ୍ ଦୂରରେ ରୁହନ୍ତି। ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri