ବୁଡ଼ନ୍ତା ବସ ଉପରେ ୭ ଘଣ୍ଟା, ପାଖରେ ନଗଦ ୯ ଲକ୍ଷ ରାଜସ୍ବ…

ଚିପଲୁନ୍‌,୨୭।୭: ମହାରାଷ୍ଟ୍ରରେ ବହୁ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୬୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ ଜଣ ନିଖୋଜ ଅଛନ୍ତି। ରତ୍ନାଗିରି, କୋଲହାପୁର, ସାଙ୍ଗଲି ଏବଂ ରାୟଗଡ ଭଳି ଜିଲ୍ଲା ଏବେ ବି ପାଣିରେ ବୁଡି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବି ସରକାରୀ ରାଜସ୍ବକୁ ସୁରକ୍ଷିତ ରଖିବା ଲାଗି ନିଆରା କାର୍ଯ୍ୟ କରି ଜଣେ ବସ୍‌ ଡିପୋ ମ୍ୟାନେଜର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରତ୍ନାଗିରିର ଚିପଲୁନ୍‌ରେ ବର୍ଷା ଓ ବନ୍ୟା ଯୋଗୁଁ ସଙ୍କଟ ପରିସ୍ଥିତି ମଧ୍ୟରେ ବସ ଡିପୋ ମ୍ୟାନେଜର ରଣଜିତ୍‌ ରାଜଶୀରକେ ରାଜ୍ୟ ପରିବହନ ବିଭାଗର ୯ ଲକ୍ଷ ଟଙ୍କାର ରାଜସ୍ବକୁ ସୁରକ୍ଷିତ ରଖିପାରିଛନ୍ତି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରବଳ ବର୍ଷା ପରେ ଜଳ ସ୍ତର ବଢୁଥିବାବେଳେ ରଣଜିତ୍‌ ସକାଳ ୪ଟା ୩୦ରେ କାର୍ଯ୍ୟାଳୟରେ ପହଞ୍ଚି ସଂଗ୍ରୁହୀତ ହୋଇଥିବା ରାଜସ୍ବ ହାତରେ ଧରି ବାହାରକୁ ଆସିଥିଲେ। ତେବେ ବସ୍‌ ଡିପୋ ପାଣିରେ ବୁଡ଼ିଯାଇଥିବାର ଦେଖି ପାଣିରେ ବୁଡ଼ି ଯାଇଥିବା ଏକ ବସ୍‌ ଛାତ ଉପରକୁ ଚଢ଼ିଯାଇଥିଲେ। ତାଙ୍କ ସହିତ କାର୍ଯ୍ୟାଳୟର ୬ ସଦସ୍ୟ ଭୋର୍‌ ସକାଳ ୫ଟା ୩୦ରେ ବସ ଛାତ ଉପରକୁ ଚଢ଼ି ସେଠାରେ ୭ ଘଣ୍ଟା ବସି ରହିଥିଲେ। ପରେ ସେମାନଙ୍କୁ ଏନଡିଆରଏଫ ଉଦ୍ଧାରକାରୀ ଦଳ ଉଦ୍ଧାର କରିଥିଲେ। ସେହି ମୁହୂର୍ତ୍ତକୁ ମନେ ପକାଇ ରଣଜିତ କୁହନ୍ତି, ’ଏହା ବହୁତ ଭୟାନକ ଥିଲା। ଏମିତି ଏକ ସମୟ ଆସିଲା ଯେତେବେଳେ ଜଳ ସ୍ତର ବହୁତ ଉଚ୍ଚକୁ ବଢ଼ିଗଲା ଏବଂ ବସ ଥରିିବାକୁ ଲାଗିଲା। ଆମେ ଭୟଭୀତ ହୋଇ ଯାଇଥିଲୁ। ଯେ କୌଣସି ସମୟରେ ଆମେ ବସରୁ ଖସିପଡିବାର ଆଶଙ୍କା ଥିଲା। କିନ୍ତୁ ଆମେ ସେଠାରେ ମନୋବଳ ଦୃଢ଼ କରି ଅଟକି ରହିଲୁ। ରାଜ୍ୟ ସରକାର ଏବେ ରଣଜିତ ଏବଂ ତାଙ୍କ ସହିତ ବସ ଛାତରେ ବସି ରହିଥିବା ସଦସ୍ୟଙ୍କୁ ସମ୍ମାନିତ କରିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri