ମା’ ହେବାକୁ ଯାଉଛନ୍ତି କି ନେହା କକ୍କଡ? ‘ଇଣ୍ଡିଆନ୍‌ ଆଇଡଲ୍‌’ ଛାଡ଼ିଥିବାକୁ ନେଇ ହେଉଛି ଚର୍ଚ୍ଚା…

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଗାୟିକା ହେବାର ଯାତ୍ରା,ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଗାୟିକା ନେହା କକ୍କଡ। ଏବେ ତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା। ସେଇଟି ହେଲା ସେ କୁଆଡେ ମା’ ହେବାକୁ ଯାଉଛନ୍ତି। କିଛି ଦିନ ଧରି ନେହା ସ୍ବାମୀ ରୋହନପ୍ରିତଙ୍କ ସହ ଛୁଟି କଟାଉଥିଲେ। ହେଲେ ବମ୍ବେ ବିମାନବନ୍ଦରରେ ତାଙ୍କୁ ଦେଖାଯିବା ପରେ ସେ ମା’ ହେବାକୁ ଯାଉଥିବା ନେଇ ଶୁଣିବାକୁ ମିଳୁଛି।

ବିମାନବନ୍ଦରରେ ନେହା ଟିକେ ମୋଟା ଦେଖାଯାଉଥିଲେ। ଏପରିକି ସେ ଢ଼ିଲା ପୋଷାକ ପିନ୍ଧିଥିଲେ। ଏହି ସମୟର କିଛି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏପରି କୁହାଯାଉଛି। ପ୍ରଶଂସକମାନେ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି। ଗ୍ଲାମରଜଗତରୁ ଦୂରେଇ ଯାଇ ସେ ପରିବାର ସହ ସମୟ ବିତାଇ ଫେରିଛନ୍ତି। ଛୁଆ ପାଇଁ ଯୋଜନା କ’ଣ ଏହାର କାରଣ ବୋଲି କେହି କେହି ପଚାରିଛନ୍ତି। ସେହିଭଳି କ’ଣ ଏଥିପାଇଁ ସେ ‘ଇଣ୍ଡିଆନ୍‌ ଆଇଡଲ ୧୨’ରୁ ଦୂରେଇ ଯାଇଛନ୍ତି ବୋଲି ବି କିଛି ପ୍ରଶଂସକ ପଚାରିଛନ୍ତି।

କହିରଖୁଛୁ, ନେହା-ରୋହନପ୍ରିତ ସୋସିଆଲ ମିଡିଆରେ ନିଜ ସମ୍ପର୍କକୁ ଖୋଲାଖୋଲି ସ୍ବୀକାର କରିଥିଲେ। ଏହାର କିଛି ଦିନ ପରେ ଉଭୟଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳିଥିଲା। ପରେ ୨୪ ଅକ୍ଟୋବର ୨୦୨୦ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ନେହା ମା’ ହେବାକୁ ଯାଉଥିବା ଖବର ଶୁଣିବାକୁ ମିଳୁଥିବା ବେଳେ ତାହାକୁ ନେଇ ଗାୟିକା ମୁହଁ ଖୋଲିନାହାନ୍ତି। ତେବେ ଏହା କେତେ ସତ କେତେ ମିଛ ତାହା ସମୟ ଆସିଲେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri