Posted inଫୁରସତ

ପୂର୍ବତନ ପ୍ରେମିକଙ୍କୁ ଉପହାରରେ ଦେଇଥିଲେ ଗାଡ଼ି; ବ୍ରେକ୍‌ଅପ୍‌ ପରେ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଲେ ଯୁବତୀ; ଭିଡିଓ ଦେଖିଲେ…

ବ୍ୟାଙ୍କକ୍‌: ପୂର୍ବତନ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେଲେ ଜଣେ ଯୁବତୀ, ସେ ବି ଏମିତି ଯେ ଶୁଣିଲେ ଆପଣ ଚକିତ ହୋଇଯିବେ। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ ବାଇକରେ ନିଆଁ ଲଗାଇ ଦେଇଛନ୍ତି। ସିସିଟିଭି ଫୁଟେଜରେ ଏହି କାର୍ଯ୍ୟ କଏଦ ହୋଇଥିଲା। ଏବେ ସୋସିଆଲ ମିଡିଆରେ ତାହା ଭାଇରାଲ ହେଉଛି।

ଘଟଣାଟି ଥାଇଲାଣ୍ଡର। ୩୬ ବର୍ଷୀୟ କାନୋକ ଓ୍ବାନ୍‌ ବ୍ୟାଙ୍କକର ଏକ ସ୍କୁଲର ପାର୍କିଂ ସ୍ଥାନରେ ଛିଡ଼ା ହୋଇଥିବା ଦୁଇ ଚକିଆ ଯାନକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। କାରଣ ସେ ତାଙ୍କ ପୂର୍ବ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ପାଖରେ ଥିବା ଅନ୍ୟ ୬ଟି ଚକିଆ ଯାନରେ ମଧ୍ୟ ନିଆଁ ଲାଗିଯାଇଥିଲା।

ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଶ୍ରୀନଖରିନଭିରୋଟ ବିଶ୍ୱବିଦ୍ୟାଳୟ ପ୍ରସାରମିତ ଡେମୋଷ୍ଟ୍ରେଶନ ସ୍କୁଲ ଭିତରେ ଥିବା ପାର୍କିଂ କୋଠାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଥିଲା। ମହାମାରୀ ଯୋଗୁ ଛାତ୍ରମାନେ ଘରୁ ଅନଲାଇନ୍‌ କ୍ଲାସ ନେଉଥିବାରୁ କେହି ଆହତ ହୋଇ ନ ଥିଲେ। ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ସେମାନେ ୧୦ ମିନିଟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ସୁରକ୍ଷା କ୍ୟାମେରା ଫୁଟେଜ ଯାଞ୍ଚ ସମୟରେ ମହିଳାଜଣଙ୍କ ସ୍କୁଲ କର୍ମଚାରୀଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ବୋଲି ଜଣାପଡ଼ିଥିଲା। ବୁଧବାର ତାଙ୍କୁ ଗିରଫ କରାଯାଇଥିଲା। ତେବେ ସେ ପ୍ରେମରେ ଥିବା ସମୟରେ ପୂର୍ବ ପ୍ରେମିକଙ୍କୁ ୨୩ ଟଙ୍କା ମୂଲ୍ୟର ଏକ ବାଇକ ଉପହାରରେ ଦେଇଥିଲେ। ହେଲେ ଉଭୟ ଅଲଗା ହେବାପରେ ସେ ପୁଣିଥରେ ତାଙ୍କ ପାଖକୁ ଫେରିବାକୁ ଚାହୁଁଥିଲେ। ଏଥିରେ ଅରାଜି ହେବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆରିଥିବା ଜଣାପଡ଼ିଛି। ଏନେଇ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ବେଳେ ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri