ଅସୁରକ୍ଷିତ ବେଦାନ୍ତ ଖଣି ତଦନ୍ତ ଆଜିଠୁ

ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ ଗୁରୁବାରଠାରୁ ତଦନ୍ତ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌)ର ଭୁବନେଶ୍ୱର କ୍ଷେତ୍ର ଡେପୁଟି ଡାଇରେକ୍ଟର ଇନୁମୁଲା ସତ୍ୟନାରାୟଣ ବୁଧବାର ଇ-ମେଲ୍‌ ଯୋଗେ ଅଭିଯୋଗକାରୀ ସୁରେଶ କୁମାରଙ୍କୁ ସୂଚନା ଦେଇଛନ୍ତି। ଉକ୍ତ ସୂଚନା ଅନୁଯାୟୀ ଡିଜିଏମ୍‌ଏସ୍‌ର ଅଧିକାରୀ ଗୁରୁବାର ୧୭ା୬ା୨୦୨୧ ପୂର୍ବାହ୍ନ ୧୦ଟାରୁ ୧୮ା୬ା୨୦୨୧ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତଦନ୍ତ କରିବେ। ଅଭିଯୋଗକାରୀ ସୁରେଶ କୁମାରଙ୍କୁ ଏହି ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ଉକ୍ତ ଇ-ମେଲ୍‌ ସୂଚନାରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ, ସୁରେଶ କୁମାର ଓସ୍ତପାଳ କ୍ରୋମାଇଟ ଖଣି ଗୁରୁତର ଭାବେ ଅସୁରକ୍ଷିତ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ୱେବ୍‌ପୋର୍ଟାଲ ‘ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ୍‌’ ମାଧ୍ୟମରେ ଗତ ୯ା୪ା୨୦୨୧ ଏବଂ ୧୬ା୪ା୨୦୨୧ରେ ଅଭିଯୋଗ କରିିଥିଲେ। ଏନେଇ ଧରିତ୍ରୀରେ ସବିଶେଷ ତଥ୍ୟ ଭିତ୍ତିକ ଖବର ଗତ ୧୫ା୬ା୨୦୨୧ରେ ପ୍ରକାଶ ପାଇଥିଲା। ଏହାପରେ ଡିଜିଏମ୍‌ଏସ୍‌ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଓସ୍ତପାଳ ଖଣି ଗର୍ତ୍ତଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ୭୮ ମିଟର ଡମ୍ପ ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ବିପଦ ଭାବେ ଠିଆ ହୋଇଛି। ଏହା ପୂର୍ବରୁ ୪ ଥର ଡମ୍ପ ଭୁଶୁଡି ଶ୍ରମିକଙ୍କ ପାଇଁ ବିପଦର କାରଣ ହୋଇସାରିଛି। ଯେତେ ଥର ଅଭିଯୋଗ କରାଯାଇଥିଲେ ହେଁ ବିଭାଗ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସୁରେଶ କୁମାର ତାଙ୍କ ଅଭିଯୋଗରେ ଦର୍ଶାଇ ଆସିଛନ୍ତି। ଅନ୍ୟପକ୍ଷେ ଏହି ବିପଦରୁ ତ୍ରାହି ପାଇବାକୁ ବେଦାନ୍ତ ଅନ୍ୟକୁ ଲିଜ୍‌ ଦେବାକୁ ଯୋଜନା ରଖିଛି। ତେବେ ଉପଯୁକ୍ତ ଭାବେ ନିରପେକ୍ଷ ତଦନ୍ତ କରାଗଲେ ବେଦାନ୍ତର ଏଭଳି ବେଆଇନ ଉତ୍ତୋଳନ ଉପରେ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଅଭିଯୋଗକାରୀ ଓ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri