Posted inଫୁରସତ

ଭିନ୍ନ ଏକ ରଜପର୍ବ

ଗ୍ରୀଷ୍ମ ଋତୁ ବିଦାୟ ନେବା ପରେ ପରେ ବର୍ଷାର ଆଗମନ ହୁଏ।ଯେମିତି କି ରଜ ଆସିଲେ ପ୍ରକୃତିର ରୂପ ବଦଳେ ।
ଏମିତିରେ ଗାଁରୁ ସହର ରଜ ପାଇଁ ହୁଏ ଉତ୍ସବମୁଖର। କିନ୍ତୁ ଗାଁଠାରୁ ଦୂରରେ ତଥା ସହରରେ ରହୁଥିବା ଲୋକମାନେ ବି ସ୍ବତନ୍ତ୍ର ଭାବେ ରଜକୁ ପାଳନ କରିଥାନ୍ତି। ଏଥିପାଇଁ ବିଭିନ୍ନ ପାରମ୍ପରିକ ନାଚଗୀତ, ଖେଳ ଓ ଘରୋଇ ପିଠାପଣାର ଆୟୋଜନ କରିଥାନ୍ତି; ଯାହା କି ସହରରେ ଭିନ୍ନ ଏକ ଗ୍ରାମୀଣ ସଂସ୍କୃତିର ପରିବେଶ ସୃଷ୍ଟି ହୋଇଥାଏ। ତେବେ ଦୀର୍ଘ ୨୨ବର୍ଷ ଧରି ଭୁବନେଶ୍ୱରରେ ମଶାଲ ଅନୁଷ୍ଠାନ ତରଫରୁ ପାଳନ ହୋଇ ଆସୁଥିବା ରଜ ଉତ୍ସବ ଏଥର କିନ୍ତୁ କରୋନା ମହାମାରୀ କଟକଣା ଯୋଗୁ କୋଳାହଳଠାରୁ ଖୁବ୍‌ ଦୂରରେ। ଯାହା କେବଳ ସ୍ମୃତିରେ ମନେପଡ଼େ ସେ ଦିନର ରଜ। ଏହି ଉତ୍ସବର ଅନ୍ୟତମ ଆୟୋଜକ ଡ. ତାପସ କୁମାର ସାମନ୍ତରା (କେନ୍ଦ୍ର ସରକାରଙ୍କ ପୂର୍ବାଞ୍ଚଳ ସଂସ୍କୃତି କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ) କୁହନ୍ତି, ୧୯୯୪ ମସିହାରୁ ‘ମଶାଲ’ ଅନୁଷ୍ଠାନର କର୍ମକର୍ତ୍ତାମାନେ ବିଭିନ୍ନ ସମୟରେ ନାନାପ୍ରକାରର ଜନମଙ୍ଗଳ କାର୍ଯ୍ୟ କରିବା ସହିତ ପ୍ରତିବର୍ଷ ରଜପର୍ବ ପାଳି ବେଶ୍‌ ଖୁସୀ ହୋଇଥାନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଶେଷକରି ଶ୍ୟାମସୁନ୍ଦର ପାଢୀ, ରାଜେନ୍ଦ୍ର ମହାପାତ୍ର, ସନ୍ଦିପ ରଥ, ପ୍ରଭଞ୍ଜନ ସାହୁ, ଚନ୍ଦନଶଙ୍କର ପଣ୍ଡା, ଚନ୍ଦ୍ରକାନ୍ତ ମିଶ୍ର, ସରୋଜ ଅଗ୍ରଓ୍ବାଲ ଓ ଲକ୍ଷ୍ମୀନାରାୟଣ ବରାଳ ପ୍ରମୁଖ ସହଯୋଗ କରିଥାନ୍ତି। ମାତ୍ର ୨୦୦୦ମସିହା ଜୁନ୍‌ ୧୪ ଠାରୁ ପ୍ରତିବର୍ଷ ରବୀନ୍ଦ୍ର ମଣ୍ଡପ ପରିସରରେ ମଶାଲ ଅନୁଷ୍ଠାନ ତରଫରୁ ରଜପର୍ବକୁ ପାଳନ କରାଯାଇଥାଏ। ଏଥିପାଇଁ ପ୍ରତିବର୍ଷ ଜାନୁୟାରୀ ମାସରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ।ଏକ ଗ୍ରାମୀଣ ପରିବେଶର ମଞ୍ଚ ସଜାହୁଏ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏବଂ ରାଜ୍ୟ ବାହାରୁ କଳାକାରମାନଙ୍କୁ ଆମନ୍ତ୍ରଣ କରାଯାଇଥାଏ। ତେବେ ମଶାଲର ଏହି ରଜପର୍ବରେ ଯୋଗଦେବା ପାଇଁ ଏବଂ ଖୁସି ମନାଇବା ଲାଗି ପ୍ରାୟବର୍ଷକ ପୂର୍ବରୁ ବହୁ କଳାସଂସ୍କୃତିପ୍ରେମୀ ଅପେକ୍ଷା କରିଥାନ୍ତି। ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ନାଚ, ଗୀତ, ପାରମ୍ପରିକ ଖେଳ, ଲୋକକଳା ଓ ଗ୍ରାମୀଣ ପରିବେଶର ଚିତ୍ରକୁ ସହରରେ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଯେପରି କି ଏହି ପରିସରରେ ଗାଁର ଖଳାବାରି, ଗାଈ ଗୁହାଳ, ଝୋଟିପକା, ମୁରୁଜ ପକା ଆଦି ବିଭିନ୍ନ କଳାକୃତିକୁ ପ୍ରଦର୍ଶନ କରାଯାଇଥାଏ;ଯାହା କି ଏକ ଛୋଟ ଗାଁଟିର ଚିତ୍ରପରି ଭ୍ରମସୃଷ୍ଟିକରେ। ଉତ୍ସବ ଭିତରକୁ ପ୍ରବେଶ କରୁଥିବା ଅତିଥିମାନଙ୍କୁ ପ୍ରଥମେ ଚନ୍ଦନଟିପା, ମଲିଫୁଲ ଓ ପାନ ଦେଇ ସ୍ବାଗତ କରାଯାଇଥାଏ। ଏଠାରେ ରଜପାନ, ଖେଳ, ପିଠାପଣା, ନାଚଗୀତ, ଦୋଳି, ହୁଳହୁଳି, କାନ୍ଦଣା, ପୁଚିଖେଳ, ଗାଁର କବିତା, ନାଟୁଆ ମଞ୍ଚ, ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା, ସାହିଯାତ, ପାରମ୍ପରିକ ଲୋକନୃତ୍ୟ ଆୟୋଜନ କରାଯାଇଥାଏ। ନାରୀମାନଙ୍କ କେଶବିନ୍ୟାସ, ଅଳତା ଲଗା, ଓଡ଼ିଆଣୀର ଚାଲିଚଳନ ଇତ୍ୟାଦିକୁ ଏଠାରେ ଦେଖିବାକୁ ମିଳେ। ଲୋକଲୋଚନର ଆଢୁଆଳରେ ଥିବା ଅନେକ କଳାକାରଙ୍କୁ ଖୋଜି ଲୋଡ଼ାଯାଇ ଏହି ରଜମଞ୍ଚରେ ତାଙ୍କର କଳାକୁ ପରିବେଷଣ ପାଇଁ ସୁଯୋଗ ସୃଷ୍ଟି କରାଯାଇଥାଏ। ପୁଣି ପ୍ରତିଯୋଗୀଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ପ୍ରତିଭାଙ୍କୁ କିଛି ରୋଜଗାରର ପନ୍ଥା ଉଦ୍ଦେଶ୍ୟରେ ଉତ୍ସାହିତ କରାଯାଇଥାଏ। ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ପ୍ରତିଭାବାନ ମହିଳାଙ୍କୁ ସ୍ବତନ୍ତ୍ର ଭାବେ ‘ମଶାଲ ପ୍ରତିଭା’ ପୁରସ୍କାର ସହିତ ପ୍ରାୟ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ସେହିପରି ଜଣେ ମେଧାବୀ ଗରିବ ଶ୍ରେଣୀର ଛାତ୍ରୀଙ୍କୁ ପାଠପଢ଼ିବା ନିମନ୍ତେ ମାଗଣାରେ ବର୍ଷକର ସ୍ବତନ୍ତ୍ର ଖର୍ଚ୍ଚ ବ୍ୟବସ୍ଥା କରାଯାଇଥାଏ।ଏଠାର ରଜପର୍ବରେ ସମାଜର ବହୁପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଯୋଗଦାନ ରହିଥାଏ। କଣ୍ଠଶିଳ୍ପୀ ସୁସ୍ମିତା ଦାଶ କୁହନ୍ତି ମଶାଲର ରଜପର୍ବରେ ଦୁଇଥର ଗୀତଗାଇବାର ସୁଯୋଗ ମିଳିଛି।ରଜଦୋଳି,ରଜପାନ,ରଜପିଠା ଦେଖିଛି। ସଂନ୍ଧ୍ୟାବେଳେ ଏଠାରେ ଯେଉଁ ସାଂସ୍କୃତିକ କାଯର୍‌ୟକ୍ରମ ହୁଏ କେବଳ ପାରମ୍ପରିକ ଲୋକକଳାକୁ ଦେଖିବାକୁ ମିଳିଥାଏ। କିନ୍ତୁ କରୋନା ମହାମାରି ଯୋଗୁ ସେହି ଉତ୍ସବକୁ କେବଳ ମନେପକାଉଛି। ଆଶାକରିଛି ଆଗାମୀଦିନରେ ପୁଣି ସଜବାଜ ହେବ ରଜ। ଏହି ଅନୁଷ୍ଠାନର ରଜଉତ୍ସବ ସମ୍ପର୍କରେ- ନାଟ୍ୟଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ କୁହନ୍ତି, ରଜ ଏମିତି ଏକ ମାଧ୍ୟମ ଯାହା ଗାଁ ଓ ସହର ସମ୍ପର୍କକୁ ବାନ୍ଧି ରଖିଥାଏ। ମଶାଲ ତରଫରୁ ଆୟୋଜିତ ରଜପର୍ବ ଏକ ନିଆରା ଆକର୍ଷଣ । ସହରରେ ସବୁଥାଏ ମାତ୍ର ତା’ର ମୂଳଦୁଆ ଗାଁରେ ବୋଲି ଏହା ସୂଚାଇଦିଏ। ଏକ ସ୍ବତନ୍ତ୍ର ମଞ୍ଚରେ କୁଆଁରୀମାନଙ୍କୁ ସମ୍ମାନ ଓ ରଜପର୍ବର ମହତ୍ତ୍ୱ ମାଟି ମା’ର କଥାକୁ ନେଇ ବିଭିନ୍ନ ରୀତିନୀତିର କାଯର୍‌ୟକ୍ରମ ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ଯୋଗୁ ଏଠାରେ ରଜମଉଜ ସିନା ହୋଇପାରୁ ନାହିଁ, ହେଲେ ରଜସ୍ମୃତିକୁ ମନେପକାଇ ମନ ଭିତରେ ଜାଗ୍ରତ ରହିଛି ଆମ ଗଣପର୍ବ ରଜ ଓ ତା’ର ପାରମ୍ପରିକ ରୀତିନୀତି।ଯାହା ଆମ ମନକୁ ଆନନ୍ଦ ଦେଇଥାଏ

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri