Posted inଜାତୀୟ

ମେଘାଙ୍କୁ ପୁଲିଜର

ନୂଆଦିଲ୍ଲୀ, ୧୩।୬: ଚାଇନା ସରକାର ଉଇଗର ମୁସଲମାନମାନଙ୍କୁ ଗଣ ଅଟକ ରଖିବା ଘଟଣାର ରହସ୍ୟ ଉନ୍ମୋଚନ କରିଥିବା ଭାରତୀୟ ବଂଶୋଦ୍ଭବ ଖବରଦାତା ମେଘା ରାଜଗୋପାଲନ୍‌ଙ୍କୁ ମର୍ଯ୍ୟାଦାଜନକ ପୁଲିଜର ପୁରସ୍କାର ମିଳିଛି। ବଜ୍‌ଫିଡ୍‌ ନ୍ୟୁଜ୍‌ରେ କାମ କରୁଥିବା ରାଜଗୋପାଲନ୍‌ଙ୍କ ସମେତ ଅନ୍ୟ ଭାରତୀୟ ବଂଶୋଦ୍ଭବ ଖବରଦାତା ନୈଲ୍‌ ବେଦୀ ମଧ୍ୟ ଆମେରିକାର ଏହି ସର୍ବୋଚ୍ଚ ସାମ୍ବାଦିକତା ପୁରସ୍କାର ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ଆମେରିକାର ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କୁ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ହତ୍ୟା କରିବା ଘଟଣାର ରେକର୍ଡ କରିଥିବା ନାବାଳିକା ଡାନେଲା ଫ୍ରାଜିୟରଙ୍କୁ ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ପାଇଁ ପୁଲିଜର ପୁରସ୍କାର ମିଳିଛିି। ମିନିଆପଲିସର ଷ୍ଟାର ଟ୍ରିବ୍ୟୁନ୍‌ ୨୦୨୦ ମେ’ ୨୫ରେ ଫ୍ଲଏଡ୍‌ ହତ୍ୟା ଘଟଣା ଲୋକଲୋଚନକୁ ଆଣିବା ପରେ ଆମେରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ମୁଣ୍ଡ ଟେକିଥିଲା।
ଜିନ୍‌ଜିଆଙ୍ଗରେ ଚାଇନା ହଜାର ହଜାର ମୁସଲମାନଙ୍କୁ ଅଟକ ରଖିବା ପରେ ୨୦୧୭ରେ ରାଜଗୋପାଲନ୍‌ ପ୍ରଥମେ ଉକ୍ତ ନଜରବନ୍ଦୀ କ୍ୟାମ୍ପକୁ ଯାଇ ଖବର ସଂଗ୍ରହ କରିଥିଲେ। ସେତେବେଳେ ଚାଇନା ଏଭଳି କୌଣସିି କ୍ୟାମ୍ପ ନାହିଁ ବୋଲି କହୁଥିଲା। ଚାଇନା କର୍ତ୍ତୃପକ୍ଷ ତାଙ୍କ ମୁହଁ ବନ୍ଦ କରିବାକୁ ସେତେବେଳେ ଉଦ୍ୟମ କରିଥିଲେ। ତାଙ୍କ ଭିଜା ରଦ୍ଦ କରାଯିବା ସହ ଦେଶରୁ ବାହାର କରିଦିଆଯାଇଥିଲା ବୋଲି ବଜ୍‌ଫିଡ୍‌ ନ୍ୟୁଜ୍‌ ତାଙ୍କ ପ୍ରାଇଜ୍‌ ଏଣ୍ଟ୍ରିରେ ଲେଖିଛି। ଏହା ସତ୍ତ୍ୱେ ରାଜଗୋପାଲନ୍‌ ନୀରବ ନ ରହି ଲଣ୍ଡନରୁ କାମ କରିଥିଲେ। ସେ ଦୁଇଜଣ ସହଯୋଗୀ ଆଲିସନ କିଲିଙ୍ଗ ଏବଂ ଚ୍ରିଷ୍ଟୋ ବୁସ୍‌ଚେକ୍‌ଙ୍କ ସହାୟତାରେ ତଥ୍ୟ ଏବଂ ମୁସଲମାନ ଅଟକ ଥିବା ବିଲ୍ଡିଂର ସାଟେଲାଇନ ଫଟୋ ସଂଗ୍ରହ କରିଥିଲେ। ସବୁଠୁ ବଡ଼ ମାନବାଧିକାର ଉଲ୍ଲଂଘନ ଘଟଣାକୁ ଲୋକଲୋଚନକୁ ଆଣିଥିଲେ ରାଜଗୋପାଲ୍‌ନ ବୋଲି ବଜ୍‌ଫିଡ୍‌ ନ୍ୟୁଜ୍‌ର ମୁଖ୍ୟ ସମ୍ପାଦକ ମାର୍କ ସ୍କୁଫ୍‌ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri