Posted inଖେଳ

ଏକଦା ରାଗିକରି ବିସିସିଆଇକୁ କରିଥିଲେ କଟାକ୍ଷ; ଏବେ ଶ୍ରୀଲଙ୍କା ଗସ୍ତ ଲାଗି ଘୋଷିତ ଦଳରେ ମିଳିଲାନି ସୁଯୋଗ, ନିରାଶ ହୋଇ…

ନୂଆଦିଲ୍ଲୀ,୧୧।୬: ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ନେଇ ଗୁରୁବାର ୨୦ ଜଣିଆ ଭାରତୀୟ ଟିମ୍‌ର ଘୋଷଣା କରାଯାଇଥିଲା। ଅନେକ ଯୁବ କ୍ରିକେଟରଙ୍କୁ ଦଳରେ ସୁଯୋଗ ମିଳିଥିଲା। ହେଲେ ଏଥିରେ ଚୟନ ହୋଇ ନ ଥିବା ଯୋଗୁ ନିରାଶ ହୋଇଛନ୍ତି ଶେଲ୍ଡନ୍‌ ଜ୍ୟାକ୍‌ସନ।

ଭାରତୀୟ ଟିମ୍‌ ଶ୍ରୀଲଙ୍କାରେ ୩ ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ। ସେଥିରୁ ଦିନିକିଆ ଲାଗି ଚୟନ ହେବା ଉଚିତ ଥିଲା ବୋଲି ଜ୍ୟାକ୍‌ସନ୍‌ କହିଛନ୍ତି। ହୃଦୟ ଭାଙ୍ଗିବାର ଇମୋଜି ସହ ନିଜର ଟୁଇଟରରେ ସେ ନିରାଶା ପ୍ରକଟ କରିଛନ୍ତି।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳରେ ଶିଖର ଧାଓ୍ବନ(ଅଧିନାୟକ), ଭୁବନେଶ୍ୱର କୁମାର(ଉପଅଧିନାୟକ), ପୃଥ୍ବୀ ଶ, ଦେବଦତ୍ତ ପଡ଼ିକାଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, ଈଶାନ କିଶନ, ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, କ୍ରିଷ୍ଶାପ୍ପା ଗୋଥାମ, କୃନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସଇନୀ, ଚେତନ ସାକାରିଆଙ୍କୁ ସୁଯୋଗ ମିଳିଛି। ହେଲେ ୩୪ ବର୍ଷୀୟ ଜ୍ୟାକ୍‌ସନ ଆଶାବାଦୀ ଥିବା ସତ୍ତ୍ୱେ ତାଙ୍କର ଚୟନ ହୋଇନାହିଁ।

ପ୍ରକାଶ ଯେ, ରଣଜୀ ଟ୍ରଫିର ଗୋଟିଏ ସଂସ୍କରଣରେ ଚାରି ଥର ୭୫୦ରୁ ଅଧିକ ରନ୍‌ କରିଥିବା ଖେଳାଳିଙ୍କ ମଧ୍ୟରୁ ଜ୍ୟାକ୍‌ସନ ଜଣେ। ହେଲେ ତାଙ୍କୁ ଲଗାତାର ଭାବେ ଅଣଦେଖା କରାଯାଇ ଭାରତ ଏ ଟିମ୍‌ରେ ଚୟନ ହୋଇ ନ ଥିଲା। ଏହାକୁ ନେଇ ସେ ନିକଟରେ ବିସିସିଆଇର ଚୟନକର୍ତ୍ତାଙ୍କ ଉପରେ ବିଭିନ୍ନ ଦୋଷ ଲଦିଥିଲେ। ୩୪ ବର୍ଷର ହୋଇ ମଧ୍ୟ ୨୨-୨୩ ବର୍ଷର ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ କରୁଛି। ହେଲେ ରାଷ୍ଟ୍ରୀୟ ଟିମ୍‌ ପାଇଁ ଚୟନ ହେବା ଲାଗି ଯୋଗ୍ୟ କ’ଣ ପାଇଁ ନୁହେଁ? କେଉଁମାନେ ଏହା ଚୟନ କରନ୍ତି? କେଉଁ ପଦ୍ଧତିରେ ଚୟନ କରାଯାଉଛି? ରଣଜୀ ସ୍କୋର ଦ୍ୱାରା ନା ଫିଟ୍‌ନେସ? ଦୁଇରୁ ତିନି ସିଜନ ଧରି ୮୦୦ରୁ ଅଧିକ ରନ୍‌ ସ୍କୋର କରିବା ଅର୍ଥ ଫିଟ୍‌ ଥିବା। ନଚେତ ପଡ଼ିଆରେ ଏତେ ସମୟ ଧରି ରହିବା ମୁସ୍କିଲ। ଅନେକ ଥର ୩୦ ବର୍ଷ ହୋଇଥିବା ଶୁଣିବାକୁ ମିଳୁଛି। ହେଲେ କ’ଣ ଏଭଳି ଅଛି ଯେଉଁଥିରେ ଆପଣଙ୍କ ଚୟନ ହୋଇପାରିବ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri