କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକ ତିଆରି କଲେ ପକେଟ ଭେଣ୍ଟିଲେଟର

କୋଲକାତା,୧୧।୬: ବର୍ତ୍ତମାନ ଦେଶରେ ଦୈନିକ ସଂକମ୍ରଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। କରୋନା କାଳରେ ଦେଶରେ ଭେଣ୍ଟିଲେଟରର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଲୋକମାନେ ହାହାକାର ହେଉଥିବା ବେଳେ ସେମାନଙ୍କର ଚିକିତ୍ସାରେ ବାଧା ଉପୁଜିଛି। ହେଲେ ଏବେ କାଲକାତାର ଜଣେ ବୈଜ୍ଞାନିକ ଏହି ସମସ୍ୟାର ସମାଧାନ ବାଟ ଖୋଜିନେଇଛନ୍ତି। ସେ କୋଭିଡ ରୋଗୀଙ୍କ ପାଇଁ ଏକ ପକେଟ ଭେଣ୍ଟିଲେଟର ତିଆରି କରିଛନ୍ତି। ସୂଚନାଯୋଗ୍ୟ, କୋଲକାତାରେ ରହୁଥିବା ଡାକ୍ତର ରାମେନ୍ଦ୍ର ଲାଲ ମୁଖାର୍ଜୀ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଲଗାତର ଭାବେ ସେ ଏହିଭଳି ଉଦ୍ଭାବନ ଜାରି ରଖିଛନ୍ତି। ରମେନ୍ଦ୍ର ବ୍ୟାଟେରୀ ଦ୍ୱାରା ପରିଚାଳିତ ହେଉଥିବା ଏକ ପକେଟ ଭେଣ୍ଟିଲେଟର ତିଆରି କରିଛନ୍ତି। ଯାହାଦ୍ୱାରା ରୋଗୀଙ୍କୁ ତୁରନ୍ତ ଆରାମ ମିଳିପାରିବ। ଏହା ସହଜରେ କାମ କରିବା ସହ ଶସ୍ତା ମଧ୍ୟ। ଯଦି କୌଣସି ରୋଗୀଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୁଏ ତେବେ ଏହା ତାଙ୍କ ପାଇଁ ଲାଭଦାୟକ ରହିବ। ସୂଚନା ମୁତାବକ ଗତ କିଛି ଦିନ ପୂର୍ବରୁ ରମେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଅକ୍ସିଜେନ ସ୍ତର ୮୮ ତଳକୁ ଖସିଯାଇଥିଲା। ସେତେବେଳେ ପରିବାରଲୋକେ ତାଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ। ତେବେ ସୁସ୍ଥ ହେବା ପରେ ରୋଗୀଙ୍କ ସାହାଯ୍ୟ ପାଇଁ ତାଙ୍କ ମନରେ ଏକ ଯୋଜନା ଆସିଥିଲା। ପରେ ଏହା ଉପରେ କାର୍ଯ୍ୟ ସେ କରିବା ଆରମ୍ଭ କରିଦେଇଥିବା ବେଳେ ମାତ୍ର ୨୦ ଦିନରେ ପକେଟ ଭେଣ୍ଟିଲେଟର ତିଆରି କରିଥିଲେ।

ଏହାର ଓଜନ ପ୍ରାୟ ୨୫୦ ଗ୍ରାମ୍‌ ହୋଇଥିବା ବେଳେ ଏହାକୁ ସହଜରେ ବ୍ୟବହାର କରାଯାଇପାରିବ। ଏଥିରେ ୨ଟି ୟୁନିଟ ଯଥା ପାଓ୍ବାର ଓ ଭେଣ୍ଟିଲେଟର ରହିଛି, ଯାହା ମାସ୍କ ସହିତ ଜଡ଼ିତ ଅଛି। ଏକ ବଟନ ଦବାଇବା ମାତ୍ରେ ହିଁ ଭେଣ୍ଟିଲେଟର କାମ କରିବା ସହ ରୋଗୀଙ୍କୁ ସ୍ବଚ୍ଛ ବାୟୁ ପ୍ରଦାନ କରିବ। ଥରେ ଏହାକୁ ଚାର୍ଜ କଲେ ପ୍ରାୟ ୮ଘଣ୍ଟା ଏହା କାମ କରିବ। ଆଉ ଏହାକୁ ସ୍ମାର୍ଟ ଫୋନର ଚାର୍ଜର ଦ୍ୱାରା ଚାର୍ଜ କରାଯାଇପାରିବ। ଯଦି ଜଣେ ରୋଗୀ କରୋନାରେ ଆକ୍ରାନ୍ତ ହୋଇଥାନ୍ତି ତେବେ ଏଥିରେ ଥିବା ୟୁଭି ଫିଲଟର ଭାଇରସ୍‌କୁ ମାରିବାରେ ସହାୟକ ହେବା ସହ ବାୟୁକୁ ସଫା କରିଥାଏ ବୋଲି ରମେନ୍ଦ୍ର କହିଛନ୍ତି। କେବଳ ସେତିକି ନୁହେଁ ଏହି ଭେଣ୍ଟିଲେଟର ଦ୍ୱାରା ଭାଇରସ୍‌ କମ୍‌ ବ୍ୟାପିବା ସହ ରୋଗୀ ଓ ଡାକ୍ତରଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଏହା ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ବୋଲି ରମେନ୍ଦ୍ର କହିଛନ୍ତି। ତେବେ ତାଙ୍କର ଏହି ପକେଟ ଭେଣ୍ଟିଲେଟର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri