Posted inଖେଳ

ଆଜିର ଦିନରେ ଇତିହାସ ରଚିଥିଲେ ଗାଙ୍ଗୁଲି-ଦ୍ରାଭିଡ ଯୋଡି

ନୂଆଦିଲ୍ଲୀ,୨୬।୫: ଏକଦିବସୀୟ କ୍ରିକେଟରେ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରିଥିବା ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାଭିଡ ବିପକ୍ଷ ଦଳକୁ ଅନେକ ଥର ଟାର୍ଗେଟ କରିଛନ୍ତି। ୧୯୯୯ ବିଶ୍ୱକପରେ ଅର୍ଥାତ୍‌ ଦୀର୍ଘ ୨୨ ବର୍ଷ ପୂର୍ବେ, ଗାଙ୍ଗୁଲି ଏବଂ ଦ୍ରାଭିଡ ଟୋଟେନ ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଉଇକେଟ ପାଇଁ ରେକର୍ଡ ୩୧୮ ରନ କରିଥିଲେ। ଏକଦିବସୀୟ କ୍ରିକେଟ ଇତିହାସରେ ସେହି ସମୟରେ ଯେକୌଣସି ୱିକେଟ ପାଇଁ ଏହା ସବୁଠାରୁ ବଡ ଭାଗିଦାରୀ ଥିଲା। ଏହି ବିଶ୍ୱକପ୍ର ଗ୍ରୁପ ପର୍ଯ୍ୟାୟର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେକୁ ହରାଇଥିଲା। ତୃତୀୟ ମ୍ୟାଚ୍‌ରେ ଭାରତ ଗତ ବିଶ୍ୱକପ୍‌ର ବିଜେତା ଦଳ ଶ୍ରୀଲଙ୍କାକୁ ଭେଟିଥିଲା। ଶ୍ରୀଲଙ୍କା ଦଳ ଅର୍ଜୁନ ରଣତୁଙ୍ଗାଙ୍କ ଅଧିନାୟିକତ୍ୱରେ ଖେଳୁଥିଲା।

ଶ୍ରୀଲଙ୍କାର ଅଧିନାୟକ ଅର୍ଜୁନ ରଣତୁଙ୍ଗା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଭଲ ଆରମ୍ଭ ନ ଥିଲା। ପ୍ରଥମ ଓଭରରେ ସଦାଗୋପନ ରମେଶ ୫ ରନରେ ହୋଇଥିଲେ। ଏହା ପରେ ରାହୁଲ ଦ୍ରାବିଡ ଗାଙ୍ଗୁଲିଙ୍କୁ ସମର୍ଥନ ଦେବାକୁ ଆସିଥିଲେ। ଗାଙ୍ଗୁଲି ୧୫୮ ବଲରେ ୧୮୩ ରନ ସଂଗ୍ରହ କରି ୧୭ ଚୌକା ଓ ୭ ଛକା ମାରିଥିଲେ। ଯାହା ଏକ ଦିନିକିଆ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ଥିଲା। ଏହି ସମୟ ମଧ୍ୟରେ, ଗାଙ୍ଗୁଲି ୧୯୮୩ ବିଶ୍ୱକପରେ ୧୭୫ ରନ ଇନିଂସ ସ୍କୋର କରିଥିବା କପିଲ ଦେବଙ୍କ ରେକର୍ଡ ଭାଙ୍ଗିଥିଲେ। ଅନ୍ୟପକ୍ଷରେ ରାହୁଲ ଦ୍ରାବିଡ ୧୨୯ ବଲରୁ ୧୪୫ ରନରେ ଆଉଟ ହୋଇଥିଲେ। ଦ୍ରାବିଡଙ୍କ ବ୍ୟାଟରୁ ୧୭ଚୌକା ଓ ଗୋଟିଏ ଛକା ଆସିଥିଲା। ଦ୍ରାବିଡ ଏବଂ ଗାଙ୍ଗୁଲିଙ୍କ ଇନିଂସ ଯୋଗୁ ୫୦ ଟି ଓଭରରେ ୬ଟି ଉଇକେଟ ହରାଇ ଭାରତୀୟ ଦଳ ୩୭୩ ରନ ସଂଗ୍ରହ କରିଥିଲା।

ଏକ ଦିନିକିଆ କ୍ରିକେଟର ଶ୍ରେଷ୍ଠ ୫ ଭାଗିଦାରୀ

କ୍ରିସ ଗେଲ-ମାର୍ଲନ ସାମୁଏଲ୍ସ (ୱେଷ୍ଟଇଣ୍ଡିଜ) – ୩୭୨ ରନ
ଜନ କ୍ୟାମ୍ପବେଲ-ଲାଜ ହୋପ (ୱେଷ୍ଟଇଣ୍ଡିଜ) -୩୬୫ ରନ
ସଚିନ ତେନ୍ଦୁଲକର-ରାହୁଲ ଦ୍ରାବିଡ (ଭାରତ) -୩୩୧ ରନ
ରାହୁଲ ଦ୍ରାବିଡ-ସୌରଭ ଗାଙ୍ଗୁଲି (ଭାରତ) -୩୧୮ ରନ
ଇଞ୍ଜାମାମ ଉଲ ହକ-ଫଖର ଜମାନ (ପାକିସ୍ଥାନ) -୩୦୪ ରନ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri