ଅମଳ ସରିଲା, ଏବେ ବିକ୍ରି ଚିନ୍ତା

ରୂପ୍‌ସା, ୨୧।୫-ରବିଧାନ ଅମଳ ସରିଗଲାଣି। ଏବେ ବିକ୍ରୀ ନେଇ ଚାଷୀ ଚିନ୍ତାରେ ପଡିଛି। ଏଯାଏ ଟୋକନ ମିଳିନି। ରବିଧାନରେ ବିହନ, ସାର, ଔଷଧ ଆଦି ପର୍ଯ୍ୟାପ୍ତ ଖର୍ଚ୍ଚ ପରେ ଚାଷୀ ସରକାରୀ ମୂଲ୍ୟରେ ଧାନ ବିକ୍ରି କରି ନ ପାରି ମୁଣ୍ଡରେ ହାତ ଦେଇ ବସିଛି। ଅମଳ ସାରି ଦି’ ପଇସା ଲାଭ ଆଶାରେ କେତେଜଣ ଚାଷୀ ଧାନବସ୍ତା ସବୁକୁ ଘରେ ରଖିଛନ୍ତି। ଆଉ କେତେକ ଚାଷୀ ଧାରକରଜ ଶୁଝିବାକୁ ବେପାରୀଙ୍କୁ କୁଇଣ୍ଟାଲ ପ୍ରତି ୧ହଜାର ଟଙ୍କା ଦରରେ ଧାନ ବିକି ଅଭାବୀ ବିକ୍ରୀର ଶିକାର ହେଉଛନ୍ତି।
ବାଲେଶ୍ୱର ଜିଲାରେ ବସ୍ତା ବ୍ଲକରେ ପ୍ରାୟ ସମସ୍ତ ପରିବାର କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି। କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବ୍ଲକ ଅନ୍ତର୍ଗତ ୩୧ପଞ୍ଚାୟତରେ ୧୯ହଜାର ୮ଶହ ହେକ୍ଟର ଚାଷ ଜମି ରହିଛି। ଏଥିମଧ୍ୟରୁ ୧୪ହଜାର ୬ଶହ ହେକ୍ଟର ରବିଚାଷ ଜମି ଅନ୍ତର୍ଭୁକ୍ତ। ରବିଋତୁରେ ୧୦ହଜାର ୨ଶହ ହେକ୍ଟର ଜଳସେଚିତ ଜମି ରହିଥିବା ବେଳେ ଅବଶିଷ୍ଟ ଅଣଜଳସେଚିତ ଅଟେ। ଚଳିତବର୍ଷ ୬ହଜାର ୧ଶହ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିବା ବେଳେ ୭ହଜାର ୯ଶହ ହେକ୍ଟର ଜମିରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ହୋଇଥିଲା। କିନ୍ତୁ ରବିଧାନ ଅମଳ ଆରମ୍ଭରୁ ସରକାରୀ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀ ନିଜ ଫସଲର ଉଚିତ୍‌ ମୂଲ୍ୟ ପାଇବାରେ ବଞ୍ଚତ୍ତ ହୋଇଛନ୍ତି। ଏଯାବତ୍‌ ବ୍ଲକ ଅନ୍ତର୍ଗତ ସମସ୍ତ ମଣ୍ଡିରେ ଧାନକିଣା ଆରମ୍ଭ ହୋଇନାହଁି। ଧାନବିକ୍ରି ପାଇଁ ସେବା ସମବାୟ ସମିତିରେ ପଞ୍ଜିକରଣ କରିଥିବା ୮୦ଶତକଡ଼ା ଚାଷୀଙ୍କୁ ମୋବାଇଲରେ ମେସେଜ ମାଧ୍ୟମରେ ଟୋକନ ମଧ୍ୟ ଆସିନାହଁି।
ଗଡ଼ପଦା ପଞ୍ଚାୟତ ଚାଷୀ ଜୟନ୍ତ ଦେ କହନ୍ତି, ଏବର୍ଷ ପ୍ରତିକୂଳ ପାଗରେ ରବିଧାନ ଚାଷ କରାଯାଇଥିଲା। ଅମଳ ବେଳେ କାଳବୈଶାଖୀ ଝଡ଼ବର୍ଷା ଯୋଗୁ ଖର୍ଚ୍ଚ ଦ୍ୱିଗୁଣା ବଢ଼ିଗଲା। ସରକାର ମଣ୍ଡିରେ ଧାନ କିଣା ଆରମ୍ଭ ନ କରିବାରୁ ବେପାରୀଙ୍କୁ ୧କୁଇଣ୍ଟାଲ ପ୍ରତି ହଜାରେ ଟଙ୍କା ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଲୁ। ଯାହାକି ଚାଷରେ ଖର୍ଚ୍ଚ ହୋଇଥିବା ଅର୍ଥ ଭରଣା ହୋଇପାରିଲା ନାହଁି।
ରାଉତପଡ଼ା ପଞ୍ଚାୟତର ଚାଷୀ ମହେନ୍ଦ୍ର ଗିରି କହନ୍ତି, ଅମଳ ଧାନକୁ ମଣ୍ଡିରେ ବିକ୍ରି ପାଇଁ ପ୍ରସ୍ତୁତ କରିରଖିଛୁ। ଏଯାବତ୍‌ ଟୋକନ ଆସିନି। ସରକାରୀ ଦର ୧୮୬୮ ଟଙ୍କା ଥିବାବେଳେ ବେପାରୀଙ୍କୁ ୧ହଜାର ଟଙ୍କାରେ ବିକ୍ରି କଲେ ଚାଷ ଖର୍ଚ୍ଚ ବି ମିଳିବ ନାହଁି।
ଏ ସମ୍ପର୍କରେ ବସ୍ତା ବ୍ଲକ ଯୋଗାଣ ନୀରିକ୍ଷକ ମଧୁସ୍ମିତା ସେନାପତି କହିଛନ୍ତି, ବ୍ଲକ ଅଧୀନ ୧୨ଟି ମଣ୍ଡିରେ ଧାନ କ୍ରୟ ପାଁଇ ନିର୍ଦ୍ଦେଶ ମିଳିଛି। ମାତ୍ର ସମସ୍ତ ଚାଷୀଙ୍କୁ ଟୋକନ ମିଳି ନାହଁି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri