ସବୁ କୋଭିଡ୍‌ ଚିକିତ୍ସା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଥମେ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବା ପରେ ଏବେ କରୋନା ରୋଗୀଙ୍କ ପାଇଁ ବ୍ୟବହାର ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍‌ ଚିକିତ୍ସା କେନ୍ଦ୍ରକୁ ପୁଣି ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଆବଶ୍ୟକତା ଅନୁଯାୟୀ କୋଭିଡ୍‌ ଚିକିତ୍ସା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ସ୍ବତନ୍ତ୍ର ଗାଇଡ୍‌ଲାଇନ ମଧ୍ୟ ଜାରି କରାଯାଇଛି। କୋଭିଡ୍‌-୧୯ ମହାମାରୀର ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ଷମ ହୋଇଥିବା ସରକାରୀ ଓ ବେସରକାରୀ ଚିକିତ୍ସା କେନ୍ଦ୍ରର ୫୦ଟି ଶଯ୍ୟା ବୃଦ୍ଧି କରାଯାଇ ସେଗୁଡ଼ିକ ପୁଣିଥରେ ଖୋଲାଯିବ। ଆଇସିୟୁ ସଂଖ୍ୟା ସାଧାରଣ ଶଯ୍ୟାର ୨୦% ହେବ ଓ ଭେଣ୍ଟିଲେଟରର ଉପଲବ୍ଧତା ସମସ୍ତ ଆଇସିୟୁର ଅତି କମ୍‌ରେ ୫୦% ରହିବ। ସେହିପରି ଜଣେ ପ୍ରାଧିକୃତ ମେଡିକାଲ୍‌ ଅଫିସର (ଏଏମ୍‌ଓ) ଏବଂ ଜଣେ ପ୍ରାଧିକୃତ ବ୍ୟକ୍ତି (ଓଏଏସ୍‌) କୋଭିଡ୍‌ ଚିକିତ୍ସା କେନ୍ଦ୍ର ପାଇଁ ନିଯୁକ୍ତ ହେବେ। ସେମାନଙ୍କ ନାମ ଓ ଯୋଗାଯୋଗ ନମ୍ବର ସରକାରଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ। ସମସ୍ତ ବୈଷୟିକ ସମସ୍ୟା ଏବଂ ରୋଗୀଙ୍କ ପଞ୍ଜୀକରଣ ପାଇଁ ଅତିରିକ୍ତ ଡିଏମ୍‌ଇଟି ପ୍ରଫେସର ଡା. ଉମାକାନ୍ତ ଶତପଥୀ ରାଜ୍ୟସ୍ତରୀୟ ପ୍ରାଧିକୃତ ଅଧିକାରୀ ହେବେ। ୧୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାରର ଅସ୍ତ୍ରୋପଚାର, ଗର୍ଭବତୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା, ଏନ୍‌ଆଇସିୟୁ ଏବଂ ଡାଏଲିସିସ୍‌ ପାଇଁ ସୁବିଧା ରହିବ। ଓଡ଼ିଶା କ୍ଲିନିକାଲ୍‌ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ ଅନୁଯାୟୀ ସମସ୍ତ ବେସରକାରୀ ଡାକ୍ତରଖାନାରେ ଥିବା ୩୦ କିମ୍ବା ତା’ଠାରୁ ଅଧିକ ଶଯ୍ୟା ଥିଲେ ଅତିକମ୍‌ରେ ୧୦% କରୋନା ରୋଗୀଙ୍କ ପାଇଁ ଉପଲବ୍ଧ ରହିବା ବାଧ୍ୟତାମୂଳକ। କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଅନୁଯାୟୀ ପର୍ଯ୍ୟାୟକ୍ରମେ ଉପଲବ୍ଧ ଜେନେରାଲ ବେଡ୍‌ ଓ ଆଇସିୟୁଗୁଡ଼ିକର ସଂଖ୍ୟା ୮୦% ପର୍ଯ୍ୟନ୍ତ ବୃଦ୍ଧି ହେବ। ଜେନେରାଲ୍‌ ବେଡ୍‌, ଆଇସିୟୁ, ଏନ୍‌ଆଇସିୟୁ, ଭେଣ୍ଟିଲେଟର୍ସ, ଓଟି, ଲେବର ଟେବୁଲ, ଡାଏଲିସିସ୍‌ ଇତ୍ୟାଦି ବିଭିନ୍ନ ଶଯ୍ୟା ପାଇଁ ଭଡା ଓ ଖର୍ଚ୍ଚ ମୂଲ୍ୟ ପୂର୍ବଭଳି ଅନୁମୋଦିତ ହେବ। ଗାଇଡ୍‌ଲାଇନ ଅନୁଯାୟୀ ଏକ ଉତ୍ସର୍ଗୀକୃତ ହେଲ୍ପଡେସ୍କ କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri