Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ଦୃଷ୍ଟ ବୁଧ ହେତୁ ଆକସ୍ମିକ ଭାବରେ ସକାଳୁ ସକାଳୁ ବନ୍ଧୁପରିଜନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। ଯାତ୍ରା ସମୟରେ ଅସାବଧାନତା ହେତୁ କିମ୍ବା ଅନ୍ୟମନସ୍କ କାରଣରୁ ଅର୍ଥହାନିର ସମ୍ଭାବନା ରହିଛି। ନତୁବା ଅର୍ଥ ସମ୍ପର୍କକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହେବାକୁ ପଡିବ।
ବୃଷ
ବୃଷ
କର୍ମସ୍ଥାନରେ ବୁଧଙ୍କ ଯୋଗୁ ଅର୍ଥ ଓ ସମ୍ମାନ ପ୍ରାପ୍ତି ସହ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଆପଣା ଛାଏ ଆସିବ। ପଡୋଶୀଙ୍କ ପରାମର୍ଶରେ ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ମୃଗଶିରାର ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ଷଷ୍ଠରେ ଅଷ୍ଟମସ୍ଥ ଗୁରୁ ଓ ଶନି କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମକୁ ନେଇ ଉଚ୍ଚବାଚ୍ଚ ଘଟି କୈଫିୟତ୍‌ ଦେବାକୁ ପଡିପାରେ। ଘରେ ସାଧାରଣ କଥାରୁ ବିବାଦର ସୂତ୍ରପାତ ହୋଇପାରେ। କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବା କାରଣରୁ ଧୀରେ ସୁସ୍ଥେ କାମ କରବାକୁ ବାଧ୍ୟ ହେବେ। ପ୍ରତୀକ୍ଷିତ କୌଣସି ଖବର ପାଇ ଖୁସି ହେବେ।
କର୍କଟ
କର୍କଟ
ଆଜି ଚନ୍ଦ୍ରଙ୍କ ଯୋଗୁ ଅର୍ଥପ୍ରାପ୍ତି ସହ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନ ବଳାଇବେ। କର୍ମକ୍ଷେତ୍ରରେ ସୁଯୋଗର ସଦ୍‌ ବ୍ୟବହାର କରି ଖୁସି ରହି ପାରନ୍ତି। ସହକର୍ମୀଙ୍କ ନିକଟରେ ମନକଥା ମନରେ ରଖିପାରିବେ ନାହିଁ। ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ।
ସି˚ହ
ସି˚ହ
ନୀଚସ୍ଥ ବୃହସ୍ପତି ହେତୁ କୌଣସି କାର୍ଯ୍ୟାରମ୍ଭ ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ। ଯାତ୍ରା କାଳରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡାଇବାକୁ ଯାଇ ଅନ୍ୟକୁ ମିଥ୍ୟା କୈଫିୟତ୍‌ ଦେବାକୁ ପଡିପାରେ। ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟାରେ ଚିନ୍ତିତ ରହିପାରନ୍ତି।
କନ୍ୟା
ରାଶିକୁ ରବି ଓ ଶୁକ୍ର ଦେଖୁଥିବାରୁ ସୌଖୀନ ଜିନିଷ କ୍ରୟରେ ଅର୍ଥ ବ୍ୟୟ କରିବେ। ବାକି ରଖିଥିବା ଲୋକଟି ହଠାତ୍‌ ନିଜେ ଆସି ଟଙ୍କା ଦେଇଯିବ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।
ତୁଳା
ତୁଳା
ଉଚ୍ଚସ୍ଥ ରାଶ୍ୟାଧିପତି ହେତୁ ଖୁସି ମନରେ କାମ କରିବା ସହ ସମସ୍ୟା ସମାଧାନରେ ସଫଳ ହେବେ। ବୁଦ୍ଧିଜୀବୀଙ୍କ ନିମନ୍ତ୍ରଣ ପାଇବା ସହ ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
ବିଛା
ବିଛା
ସୁଚିନ୍ତିତ ବିଚାରଧାରା ହେତୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କଠାରୁ ଦୂରେଇ ଯାଇଥିବା ବନ୍ଧୁଟି ପାଖେଇ ଆସିବ। ଅଷ୍ଟମାଧିପତି ବୁଧଙ୍କ ଯୋଗୁ ପରିବାରରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଆଜି ଭାବୁଥିବା କାମଟିକୁ ଶେଷ କରିପାରିବେନି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ।
ଧନୁ
ଧନୁ
ନବମସ୍ଥାନକୁ ବୁଧର ଦୃଷ୍ଟି ପ୍ରଭାବରେ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ତଦନୁଯାୟୀ କାମ କଲେ ଉପକୃତ ହେବେ। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ପୂର୍ବାଷାଢା ନକ୍ଷତ୍ର ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଆଜି ଆପଣଙ୍କ କଠିନ ପରିଶ୍ରମ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପକାଇପାରିବ ନାହିଁ।
ମକର
ମକର
ସବୁ ସମୟରେ ଟେନ୍ସନ ଲାଗି ରହିବାରୁ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ଏଣେ ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ସହକର୍ମୀଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ଶନିଙ୍କ ଦୃଷ୍ଟିରେ ଶୁକ୍ରଥିବାରୁ ଘରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଅତ୍ୟାବଶ୍ୟକ ଜିନିଷଟି ପାଖରେ ନ ଥିବା କାରଣରୁ ଅନ୍ୟମାନଙ୍କ ସହ ତର୍କ ଓ ବିବାଦ ବଢ଼ିବ। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ। ନିଜର ଆମତ୍ୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି।
ମୀନମୀନ
ଆନୁଷ୍ଠାନିକ କ୍ଷେତ୍ରରେ ଏକ ବିଶେଷ କାମଟିରେ ଅବହେଳା କରି ଅନୁତାପ କରିପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri