Posted inରାଜ୍ୟ

ଗୋଏଲଙ୍କ ହସ୍ତକ୍ଷେପ ଲୋଡ଼ିଲେ ଓଡ଼ିଶା ଭାଜପା ଏମ୍‌ପି

ଭୁବନେଶ୍ୱର, ୧୭ା୩(ବ୍ୟୁରୋ): ଓଡ଼ିଶାରେ ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରୁ ନ ଥିବା ଅଭିଯୋଗ ନେଇ ରାଜ୍ୟର ଭାଜପା ଏମ୍‌ପିମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି। ରାଜ୍ୟରେ ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ବିକ୍ରି ହୋଇ ନ ଥିବା ସମସ୍ତ ଧାନକୁ ରାଜ୍ୟ ସରକାର ଯେଭଳି ତୁରନ୍ତ କିଣିବେ ସେନେଇ ହସ୍ତକ୍ଷେପ କରନ୍ତୁ ବୋଲି ଭାଜପା ଏମ୍‌ପିମାନେ ଗୋଏଲଙ୍କୁ ଅନୁରୋଧ କରିଛନ୍ତି।
ସ୍ମାରକପତ୍ର ଜରିଆରେ ଭାଜପାର ଏମ୍‌ପିମାନେ ଦର୍ଶାଇଛନ୍ତି ଯେ, ଧାନକିଣା ନେଇ ଆନୁଷଙ୍ଗିକ ସମସ୍ୟା ରହିଛି। ଏହି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା, ଏମ୍‌ଏସ୍‌ପି ମୂଲ୍ୟ ଆଧାରରେ ସ୍ବଚ୍ଛ ଏବଂ ଶୀଘ୍ର ଧାନ କ୍ରୟ କରିବା ଦିଗରେ ସହଯୋଗ ଆବଶ୍ୟକ। ଏହି ସମସ୍ୟାର ସମାଧାନ ହେଲେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ଲକ୍ଷ୍ୟ ପୂରଣ ହୋଇପାରିବ। ସେହିପରି ଧାନ ସଂଗ୍ରହ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣା ବିଳମ୍ବର ସତ୍ୟତା ଅନୁସନ୍ଧାନ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ ହେଉ ବୋଲି ଦାବି କରିଛନ୍ତି। ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଧାନ କ୍ରୟ ନେଇ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୨୦୧୪ ପରଠାରୁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଆଧାରରେ ଓଡ଼ିଶାର ଚାଷୀଙ୍କଠାରୁ ୩୭୦ ଲକ୍ଷ ମେଟ୍ରିକ୍‌ ଟନ୍‌(ଏଲ୍‌ଏମ୍‌ଟି) ଧାନ ୬୦ ହଜାର ୫୯୪ କୋଟି ଟଙ୍କା ମୂଲ୍ୟରେ କିଣିଛନ୍ତି। ପିଏମ୍‌-କିଷାନ ଯୋଜନାରେ ପ୍ରତି ୩ ମାସରେ ପ୍ରତ୍ୟେକ ପଞ୍ଜୀକୃତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏ ହସ୍ତାନ୍ତର କରାଯାଇଛି। ଓଡ଼ିଶାର ସମସ୍ତ ଯୋଗ୍ୟ ପଞ୍ଜୀକୃତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୩ ହଜାର ୨୭୪.୨୧ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ପିଏମ୍‌ ଫସଲ ବୀମା ଯୋଜନା ଅଧୀନରେ ୨୦.୯୪ ଲକ୍ଷ ବୀମାକୃତ ଚାଷୀଙ୍କୁ ଫସଲ ନଷ୍ଟ ଅଭିଯୋଗ ସ୍ବରୂପ ୪ ହଜାର ୪୨୪.୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶାସକ ଦଳ ଧାନ କ୍ରୟ ପାଇଁ କେନ୍ଦ୍ରର ଆର୍ଥତ୍କ ସହାୟତା ଗ୍ରହଣ କରି ନ ଥିବା ଭଳି ବିଭ୍ରାନ୍ତିକର ତଥ୍ୟ ଦେବା ସହ ପରିଚାଳନାରେ ନିଜର ବିଫଳତାକୁ ଲୁଚାଇବା ପାଇଁ ପ୍ରୟାସ କରୁଛି। ଓଡ଼ିଶାରେ ବ୍ୟାପକ ଫସଲ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅପାରଗତା, ପ୍ରଶାସନିକ ଅବ୍ୟବସ୍ଥା ଏବଂ ସରକାରୀ ଅଧିକାରୀଙ୍କ ଶାସନ କଳର ଅପବ୍ୟବହାର ଯୋଗୁ ରାଜ୍ୟରେ ଧାନକ୍ରୟରେ ବିଳମ୍ବ ହେବା ମୁଖ୍ୟ କାରଣ ହୋଇଛି। ଧାନ ସଂଗ୍ରହ କେନ୍ଦ୍ର (ପିପିସି) ପାଇଁ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ବଣ୍ଟାଯାଇଥିବା ଧାନ କିଣା ଟୋକନ ୩୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାର ସମୟ ସୀମା ରହିଥିଲା। ହେଲେ ଧାନ କିଣାରେ ବିଳମ୍ବ ଯୋଗୁ ସରକାରଙ୍କ ଏହି ଟୋକନ ବ୍ୟବସ୍ଥା ବିଫଳ ହୋଇଛି, ଯାହା ସରକାରଙ୍କ ପ୍ରଶାସନିକ ବିଫଳତାକୁ ଦର୍ଶାଉଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଗୋଏଲ ପ୍ରତିଶ୍ରୁତି ଦେଇଥିବା ଭାଜପା ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri