Posted inଖେଳ

ଭାରତକୁ ପ୍ରଥମ ଟେଷ୍ଟ ବିଜୟର ସ୍ବାଦ ଚଖାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର

କିମ୍ବଦନ୍ତୀ ଭାରତୀୟ କ୍ରିକେଟର ବିଜୟ ହଜାରେଙ୍କର ଆଜି ୧୦୬ତମ ଜନ୍ମ ଦିବସ। ସେ ମାର୍ଚ୍ଚ ୧୧, ୧୯୧୫ରେ ଜନ୍ମଗ୍ରହଣ କରିଥିଲେ। ୧୯୫୨ରେ ବିଜୟ ହଜାରେଙ୍କ ନେତୃତ୍ୱରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିଥିଲା। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଏହି ମ୍ୟାଚକୁ ଗୋଟିଏ ଇନିଂସ ଏବଂ ୮ ରନ୍‌ରେ ଜିତିଥିଲା ଏବଂ ସିରିଜ ୧-୧ରେ ଡ୍ର ହୋଇଥିଲା। ଏହି ମ୍ୟାଚ୍‌ରେ ବିନୁ ମଙ୍କଡ ଷ୍ଟାର ଥିଲେ। ସେ ଏହି ମ୍ୟାଚରେ ୧୨ଟି ଉଇକେଟ ନେଇଥିଲେ। କେବଳ ଏତିକି ନୁହେଁ, ପ୍ରଥମ ଶ୍ରେଣୀରେ ହଜାରେଙ୍କ ରେକର୍ଡ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି। ୨୩୮ ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ହାରାହାରି ୫୮.୩୬ରେ ୧୮,୭୪୦ ରନ ସ୍କୋର କରିଥିଲେ। ଏଥି ମଧ୍ୟରେ ୬୦ ଶତକ ଏବଂ ୭୩ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏଥିସହ ସେ ୫୯୫ ଉଇକେଟ ମଧ୍ୟ ନେଇଥିଲେ।
ବିଜୟ ହଜାରେ ମହାରାଷ୍ଟ୍ର ପାଇଁ କ୍ରିକେଟ ଖେଳିଥିଲେ ଏବଂ ୧୯୫୧ରୁ ୧୯୫୩ ମଧ୍ୟରେ ୧୪ଟି ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମଧ୍ୟ ହୋଇଥିଲେ। ତାଙ୍କ ସମ୍ମାନାର୍ଥେ ଜୋନାଲ କ୍ରିକେଟ ଟୁର୍ନାମେଣ୍ଟ ବିଜୟ ହଜାରେ ଆରମ୍ଭ ହୋଇଥିଲା। ସେ ପ୍ରଥମ କ୍ରିକେଟର ଯିଏକି ଜସୁ ପଟେଲଙ୍କ ସହ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri