ଏଇ ଭାରତରେ

ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ମାନେ ଯାହା ପ୍ରମାଣ କରିଛନ୍ତି ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଉତ୍ତରାଖଣ୍ଡର କବିତା ବିଷ୍ଟ୍‌। ୧୯ ବର୍ଷ ବୟସରେ ଏସିଡ୍‌ ଆକ୍ରମଣରେ ସେ ତାଙ୍କ ଦୃଷ୍ଟିଶକ୍ତି ହରାଇଥିତ୍ଲେ। ପରେ ସେ ସୁସ୍ଥ ହୋଇ ୮୨ ଜଣ ଦିବ୍ୟାଙ୍ଗ ଶିଶୁଙ୍କ ସାହାରା ପାଲଟିଯାଇଛନ୍ତି। ଜଣେ ପରାମର୍ଶଦାତା ତଥା ଶିକ୍ଷକ ଭାବେ ମହିଳା ସଶକ୍ତୀକରଣ ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ଆମ୍ବାସାଡର ଭାବେ କାର୍ଯ୍ୟ କରୁଥିତ୍ତ୍ବା ୩୧ ବର୍ଷୀୟା କବିତା ବହୁ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ବଢ଼ିଛନ୍ତି। ଘରର ଆର୍ଥିକ ଅବସ୍ଥା ଖରାପ ହେବା ପରେ ସେ ୨୦୦୭ରେ ରୋଜଗାର ଲାଗି ଉତ୍ତରପ୍ରଦେଶର ନୋଇଡାକୁ ଚାଲିଯାଇଥିଲେ। ସେଠାରେ ୨୦୦୮ରେ ସେ ଏସିଡ ଆକ୍ରମଣରେ ତାଙ୍କ ଦୃଷ୍ଟି ଶକ୍ତି ହରାଇଥିଲେ। ସୁସ୍ଥ ହୋଇ କବିତା ଡେରାଡୁନସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିଜୁଆଲ ହ୍ୟାଣ୍ଡିକ୍ୟାପ୍‌ଡରେ ପ୍ରଶିକ୍ଷଣ ନେବା ପରେ୨୦୧୭ରେ ନୈନିତାଲର ରାମନଗରରେ ସନ୍ଦୀପ ରାଓ୍ବତଙ୍କ ଦ୍ୱାରା ସ୍ଥାପିତ ୟୁ.ଏସ୍‌.ଆର.ଇନ୍ଦୁ ସମିତିି ସ୍କୁଲରେ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିତ୍ଲେ। ଏବେ ତାଙ୍କ ଉଦ୍ୟମରେ ୮୨ ଜଣ ପିଲା ଏହି ସ୍କୁଲ୍‌ରେ ପଢୁଛନ୍ତି। କେବଳ ଏହି କାର୍ଯ୍ୟ ନୁହେଁ କବିତା ମଧ୍ୟ ମହିଳାମାନଙ୍କୁ ହସ୍ତକଳା ପ୍ରଶିକ୍ଷଣ ଦେଉଛନ୍ତି। ଏଥିପାଇଁ ଉତ୍ତରାଖଣ୍ଡ ସରକାର ତାଙ୍କୁ ସମ୍ମାନିତ କରିଛନ୍ତି। ଗୁଜରାଟରେ ଆଯୋଜିତ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମରେ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri