ସବୁ ବଦଳିଗଲା

Dillip Cherian

ଏକ ମେଣ୍ଟ ସରକାର ତାଙ୍କର ନିଜସ୍ବ ତଥା ସ୍ବତନ୍ତ୍ର ସଞ୍ଚାଳନ ପଦ୍ଧତି ସୃଷ୍ଟି କରିଥାଆନ୍ତିି, ଯାହା ଅମଲାତନ୍ତ୍ରକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ମହାରାଷ୍ଟ୍ରରେ ଏବେ ତିନିଦଳୀୟ ମେଣ୍ଟ ସରକାରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସୀତାରାମ କୁନ୍ତେଙ୍କ ନାମ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଘୋଷଣା କରାଯାଇଛି। ସୂତ୍ରରୁ ପ୍ରକାଶ ଯେ, ପୂର୍ବରୁ ମହାରାଷ୍ଟ୍ରରେ ଭାଜପା ସରକାର କ୍ଷମତାରେ ଥିବାବେଳେ କୁନ୍ତେଙ୍କୁ ଅଣଦେଖା କରାଯାଇଥିଲା। ସେ ସମୟରେ କୁନ୍ତେ ବୃହତ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)ର କମିଶନ ଦାୟିତ୍ୱରେ ରହିଥିଲେ। କିନ୍ତୁ ଶିବସେନା ନେତୃତ୍ୱରେ ଗଠିତ ମେଣ୍ଟ ସରକାରରେ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରିତ୍ୱରେ ତାଙ୍କ ଭାଗ୍ୟ ବଦଳିଗଲା। ତେବେ ମୁଖ୍ୟମନ୍ତ୍ରୀ ଏବଂ ମେଣ୍ଟରେ ଥିତ୍ବା କଂଗ୍ରେସ ଦଳ କୁନ୍ତେଙ୍କ ନିଯୁକ୍ତି ପାଇଁ ଆଗ୍ରହୀ ଥିବାବେଳେ ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ବାର ପ୍ରଥମରୁ ଇଚ୍ଛୁକ ନ ଥିବା ଜଣାପଡିଥିଲା। ମୁଖ୍ୟ ଶାସନ ସଚିବ ପଦ ଲାଗି କୁନ୍ତେଙ୍କ ବ୍ୟାଚ୍‌ର୍‌ ଆଇଏଏସ୍‌ ଅଧିକାରୀ ପ୍ରବୀଣ ପ୍ରଦେଶ ଏହି ପଦବୀ ଦୌଡ଼ରେ ମଧ୍ୟ ରହିଥିତ୍ଲେ। କିନ୍ତୁ କାହାଣୀ ଭିନ୍ନ ମୋଡ଼ ନେଲା, ସବୁ କିଛି ବଦଳିଗଲା ଏବଂ ତାଙ୍କ ପାଇଁ ରହିଥିବା ସୁଯୋଗର ଅନ୍ତ ଘଟାଇ କୁନ୍ତେ ଏହି ଶୀର୍ଷ ପଦ ହାସଲ କରିବାକୁ ସକ୍ଷମ ହେଲେ। ସୁଖ୍ୟ ଶାସନ ସଚିବ ସଞ୍ଜୟ କୁମାରଙ୍କ ପରେ ପ୍ରବୀଣ ଏହି ପଦରେ ନିଯୁକ୍ତି ପାଇବେ ବୋଲି ଅଧିକ ଆଶା କରାଯାଉଥିଲା। ଏପରି କି ପ୍ରଦେଶ ନୂତନ ମୁଖ୍ୟ ଶାସନ ସଚିବ ହେବା ଆଶାରେ ଜାତିସଂଘରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ରାଜ୍ୟ ଗୃହ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରେ ଥିବା କୁନ୍ତେଙ୍କୁ ପଦୋନ୍ନତି ଦେବା ପରେ ତାଙ୍କ ଜାଗାରେ ୧୯୮୬ ବ୍ୟାଚ୍‌ ଆଇଏଏସ ଅଧିକାରୀ ଏମ.କେ. ଶ୍ରୀବାସ୍ତବଙ୍କୁ ନିଯୁକ୍ତି ଦିଆଯାଇଛି।
ସୋସିଆଲ ମିଡ଼ିଆ କଟକଣା
ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍‌.ରବିଙ୍କ କମିଶନର ତଥା ସଚିବ ଟି.ଏମ୍‌ ୟନ୍ଥନ ରାଜ୍ୟ ମୁଖ୍ୟ ଶାସନ ସଚିବ ଜେ.ଆଲାମ୍‌ଙ୍କୁ ଏକ ଚିଠି ଜାରି କରିଛନ୍ତି। ଏଥିରେ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ସରକାରୀ ଅଧିକାରୀମାନେ ସୋସିଆଲ ମିଡ଼ିଆରେ ଦେଶଦ୍ରୋହାମତ୍କ କିମ୍ବା କ୍ଷତିକାରକ ବିଷୟ ପୋଷ୍ଟ କରିବେ, ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣାପଡିଛି ଯେ, କେତେ ଜଣ ସରକାରୀ ଅଧିକାରୀ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବିରୋଧ କରି କିଛି ଦେଶଦ୍ରୋହାମତ୍କ ତଥା କ୍ଷିତକାରକ ଲେଖା ସୋସିଆଲ ମିଡ଼ିଆ ପ୍ଲାଟ୍‌ଫର୍ମରେ ପୋଷ୍ଟ୍‌ କରିବା ପରେ ଏହା ରାଜ୍ୟପାଳଙ୍କ ଅଫିସର ନଜରକୁ ଆସିଥିଲା। ୟନ୍ଥନଙ୍କ ଚିଠିର ଏକ ନକଲ ବି କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲାଙ୍କ ନିକଟକୁ ପଠାଯାଇଛି। ଏଥିରୁ ବୁଝାପଡୁଛି କି ଏହି ପଦକ୍ଷେପକୁ ନେଇ ରାଜ୍ୟପାଳ ଓ କେନ୍ଦ୍ର ମଧ୍ୟରେ ସର୍ମ୍ପକ ରହିଛି। ଏପରି କି ଦେଶଦ୍ରୋହାମତ୍କ ବିଷୟ ପୋଷ୍ଟ କରୁଥିତ୍ବା ସରକାରୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କୁ ଦିଲ୍ଲୀରୁ ନିର୍ଦ୍ଦେଶ ଦିଆଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଦ୍ୱିତୀୟ ଚଠି ଯାହା ରାଜ୍ୟପାଳ ରାଜ୍ୟ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇଛି। ସରକାରଙ୍କ ବିରୋଧରେ କାର୍ଯ୍ୟ କରୁଥିତ୍ବା ସଂସ୍ଥାଗୁଡ଼ିକ ସହ ଜଡିତ ରାଜ୍ୟ ସରକାରୀ କର୍ମଚାରମାନଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନଙ୍କର ଏକ ତଥ୍ୟ ସମ୍ବିଳିତ ତାଲିକା ପ୍ରସ୍ତୁତ କରିବା ଲାଗି ଗତ ବର୍ଷ ମଧ୍ୟ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷଜ୍ଞମାନେ ମନେକରୁଛନ୍ତି, ରବି କେବଳ ସରକାରୀ କର୍ମଚାରୀମାନଙ୍କ ପାଇଁ ରହିଥିବା ଆଚରଣ ନିୟମକୁ ଦୋହରାଇଛନ୍ତି। ଲୋକମାନେ ଏଥିରୁ ଅଧିକ କିଛି ଅର୍ଥ ବାହାର କରିବା ଉଚିତ ନୁହେଁ।
କାର୍ଯ୍ୟକାଳ ବିବାଦ
ହରିୟାଣାରେ ପୋଲିିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍‌ ଅଧିକାରୀମାନଙ୍କ ନିଯୁକ୍ତି ଉପରେ କାହାର ଅଧିକାର ରହିଛି? ଏବେ ଏହାକୁ ନେଇ ହରୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ଏବଂ ତାଙ୍କ ଗୃହମନ୍ତ୍ରୀ ଅନିଲ ଭିଜ୍‌ଙ୍କ ମଧ୍ୟରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏମାନଙ୍କ ବିବାଦର କେନ୍ଦ୍ରରେ ରହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ମନୋଜ ଯାଦବ। ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଯାଦବ ନିଯୁକ୍ତି ପାଇଁ ଖଟ୍ଟାରଙ୍କ ଦ୍ୱାରା ମନୋନୀତ ହୋଇଥିବା ଜଣାପଡିଛି। ତେବେ ଯାଦବଙ୍କ କାର୍ଯ୍ୟକାଳ ୪ ବର୍ଷରୁ ଅଧିକ ଥିବାରୁ ଭିଜ୍‌ ଡିଜିପି ପରିବର୍ତ୍ତନ କରିବାକୁ ଚାହିଁଛନ୍ତି। ମନ୍ତ୍ରୀ ଗୃହ ବିିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଆରୋରାଙ୍କୁ ପରବର୍ତ୍ତୀ ଡିଜିପିଙ୍କ ଉପରେ ବିଚାର କରିବା ଲାଗି ଅଧିକାରୀମାନଙ୍କର ଏକ ନିଯୁକ୍ତି ତାଲିକା ୟୁପିଏସ୍‌ସିକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଡିଜିପିଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ଥରେ ଶେଷ ହୋଇଗଲେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା କିମ୍ବା ତାଙ୍କୁ ପରିବର୍ତ୍ତନ କରିବାର ବିକଳ୍ପ ରାଜ୍ୟ ସରକାରଙ୍କ ପାଖରେ ରହିଛି। ଉକ୍ତ ଘଟଣାରେ ସରକାର ଯାଦବଙ୍କ କାର୍ଯ୍ୟକାଳ ଆଗକୁ ଅର୍ଡର ନ ହେବା ପର୍ଯ୍ୟନ୍ତ ଫେବୃୟାରୀ ଆଗ ଯାଏ ବୃଦ୍ଧି କରିଛନ୍ତି। ଏଥିରୁ ଜଣାପଡୁଛି ଯାଦବଙ୍କୁ ପରିବର୍ତ୍ତନ କରିବାକୁ ଖଟ୍ଟାର ଚାହଁୁନାହାନ୍ତି। ଯାଦବ ତାଙ୍କ ସ୍ଥାୟୀ କ୍ୟାଡରକୁ ଫେରିବା ପୂର୍ବରୁ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ୧୫ ବର୍ଷ କାର୍ଯ୍ୟ କରିଛନ୍ତି। କିନ୍ତୁ ଭିଜ୍‌ ତାଙ୍କ ସ୍ଥିତିର ଅଟଳ ରହୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri