ମୃତଦେହରେ କେମିକାଲ ବ୍ୟବହାର ପ୍ରମାଣ ମିଳିନି

ନୟାଗଡ଼ ଅଫିସ,୧୭।୨:ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁରର ୫ବର୍ଷୀୟା ଶିଶୁ ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ସୋମବାର ୪୮୨ପୃଷ୍ଠାର ଚାର୍ଜଶିଟ୍‌ ସ୍ଥାନୀୟ ଚିଲ୍‌ଡ୍ରେନ କୋର୍ଟରେ ଦାଖଲ କରିଛି। ଏଥିରେ ଏସ୍‌ଆଇଟି ୭୨ଜଣଙ୍କୁ ସାକ୍ଷୀ ଭାବେ ନେଇଛି। ପରୀ ମୃତଦେହରେ କୌଣସି କେମିକାଲ ବ୍ୟବହାର ହେବାର ପ୍ରମାଣ ମିଳୁନାହିଁ। ମୃତଦେହ ଠାବ ହେବାବେଳେ ଏହା ନଷ୍ଟ ହେବା ସ୍ଥିତିକୁ ଆସିଥିଲା। ଏଭଳିସ୍ଥିତିରେ ଶରୀରରୁ କୌଣସି ଅଙ୍ଗ ଗାଏବ ହୋଇଛି କି ନାହିଁ ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନାହିଁ । ଏପରି କି ପରୀ ଫ୍ରକ୍‌ରୁ ପୁରୁଷର ସିମେନ ଦାଗ ମିଳିଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ରିପୋର୍ଟ, ଷ୍ଟେଟ ଫୋରେନ୍ସିକ ଲାବୋରେଟୋରିର ବିଶେଷଜ୍ଞଙ୍କ ରିପୋର୍ଟ ଏବଂ ପାରିପାର୍ଶ୍ୱିକ ସ୍ଥିତିକୁ ଆଧାର କରି ଏସ୍‌ଆଇଟି ଚାର୍ଜଶିଟ ଦାଖଲ କରିଥିବା ଜଣାପଡ଼ିଛି।
ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀ ବଳାକତ୍ାର ଓ ହତ୍ୟା ମାମଲାରେ ନାବାଳକ କଲେଜ ଛାତ୍ରଙ୍କ ସମ୍ପୃକ୍ତି ରହିଛି ବୋଲିି ଏସ୍‌ଆଇଟି ପ୍ରମାଣ ପାଇଥିବାନେଇ ଚାର୍ଜଶିଟରେ ଉଲ୍ଲେଖ କରିଛି। ନାବାଳକ ବାରମ୍ବାର କଥା ବଦଳାଇବା ସହ ମିଛ କହିଛନ୍ତି। ପୀଡ଼ିତାଙ୍କ ଘରକୁ ସେ ଏକାଧିକ ଥର ଯାଇଛନ୍ତି। ପରୀର ଘର ପାଖରେ ନାବାଳକଙ୍କ ଗୃହ ଥିବାରୁ ବଳାତ୍କାର ଓ ହତ୍ୟା କରିବା ସହଜ ହୋଇଛି। ନାବାଳକଙ୍କ ମାନସିକ ସ୍ଥିତିକୁ ଅଧ୍ୟୟନ କରିବା ପାଇଁ ଜଣେ ବିଶେଷଜ୍ଞ କାଉନସେଲିଂ ପାଇଁ ନିୟୋଜିତ ହୋଇଥିଲେ। ବିଶେଷଜ୍ଞଙ୍କ ସୂଚନା ଅନୁସାରେ ୨୦୨୦ ଜୁଲାଇ ୧୪ରେ ବଳାକତ୍ାର ପରେ ତଣ୍ଟି ଚିପି ଶିଶୁକନ୍ୟାଙ୍କୁ ହତ୍ୟା କରିଥିବା ନାବାଳକ ସ୍ବୀକାର କରିଛନ୍ତି। ହତ୍ୟା ପୂର୍ବ ରାତିରେ ଭଉଣୀ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିବାପରେ ନାବାଳକ ଏଭଳି କାଣ୍ଡ କରିବାକୁ ଉସତ୍ାହିତ ହୋଇଥିଲେ। ଅନ୍ୟପକ୍ଷେ ପରୀ ନାବାଳକଙ୍କ ଘରକୁ ଯିବାର ଜଣେ ବ୍ୟକ୍ତି ଦେଖିଥିଲେ। ଏସ୍‌ଆଇଟି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାକ୍ଷୀ ଭାବେ ଗ୍ରହଣ କରିଛି। ମୃତଦେହକୁ ଫିଙ୍ଗିବା ପାଇଁ ନାବାଳକ ନିଜ ଘରୁ ଅଖା ନେଇ ବାହାରକୁ ଯାଉଥିବା ଅନ୍ୟଜଣେ ଦେଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ଏସ୍‌ଆଇଟି ଚିହ୍ନଟ କରିଛି। ସିଆର୍‌ପିସି ୧୬୪ ଦଫାରେ ଏହି ଦୁଇ ସାକ୍ଷୀଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ଦ୍ୱାରା ରେକର୍ଡ କରାଯାଇଛି।
ପ୍ରକାଶ ଯେ, ଗତ ଜୁଲାଇ ୧୪ରେ ପରୀ ଘର ସମ୍ମୁଖରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ନିଖୋଜର ୧୦ଦିନ ପରେ ପରୀର ମୃତଦେହ ତାଙ୍କ ଘର ପଛପାର୍ଶ୍ୱ ଏକ ବୁଦାମୂଳରୁ ଉଦ୍ଧାର କରାଯାଇଥିଲା। ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଠିକ୍‌ ଭାବେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଫଳରେ ଗତ ନଭେମ୍ବରରେ ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ପରୀର ମା’ବାପା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାକୁ କେନ୍ଦ୍ର କରି ଭାଜପା ଓ କଂଗ୍ରେସ ଗୃହରେ ହଟ୍ଟଗୋଳ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ପରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରି ତଦନ୍ତ ଦାୟିତ୍ୱ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri