ଜଙ୍ଗଲ ଜମିରୁ ବେଆଇନ ମୋରମ ଉଠାଣ

କେନ୍ଦୁଝର,୧୭ା୨(ସ୍ବ.ପ୍ର.)-ଜଙ୍ଗଲ ଜମିରେ ଚାଲିଛି ବେଆଇନ ମାଟି ଉଠାଣ। ବାଂଶପାଳ ତହସିଲ ଶୁଆକାଟୀ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଉପର ସୁମଠ ଠାରେ ବେଆଇନ ଭାବେ ଜୁଆଙ୍ଗ ଲୋକ ପାଇଥିବା ଜଙ୍ଗଲ ପଟ୍ଟା ଜମିରୁ ମାଟି ଓ ମୋରମ ଉତ୍ତୋଳନ କରାଯାଇ ରାସ୍ତା ନିର୍ମାଣ କାମରେ ବ୍ୟବହାର ହେଉଥିବା ଗ୍ରାମବାସୀ ଅଭିଯୋଗ ହେଉଛି। ଜଙ୍ଗଲ ଜମି ପଟ୍ଟା ଜମି ପାଇଥିବା ଲୋକ କେବଳ ଚାଷ କରିପାରିବେ ବୋଲି ନିୟମ ଥିବା ବେଳେ ରାସ୍ତା କାମ କରୁଥିବା ଠିକା ସଂସ୍ଥା ଆଦିବାସୀଙ୍କୁ ପ୍ରଲୋଭିତ କରି ମାଟି ଓ ମୋରମ ଉଠାଉଥିବା ଅଭିଯୋଗ ହେଉଛି। ଏହାଛଡା ଜଙ୍ଗଲ ଓ ପରିବେଶ କ୍ଷତିଗ୍ରସ୍ତ ହେଉଥିବାରୁ ବନ୍ୟ ପ୍ରାଣୀ, ଗୃହପାଳିତ ପଶୁଙ୍କ ପାଇଁ ବିପଦ ସୃଷ୍ଟି ହେଉଥିବାରୁ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରୁଛନ୍ତି।
ପ୍ରକାଶ ଯେ, ଆଦିବାସୀ ଅଞ୍ଚଳରେ ରାସ୍ତାର ସୁଦୃଢ଼କରଣ ପାଇଁ ଜିଲା ଖଣିଜ ପାଣ୍ଠିରୁ ସୁମଠ ଠାରୁ ରଢୁଆଁ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ଚାଲିଛି। ତେବେ ରାସ୍ତା ପାଇଁ ୪ କି.ମି. ଦୂରରୁ ମାଟି ଓ ମୋରମ ଆଣିବା ପାଇଁ ବ୍ୟୟ ଅଟକଳ କରାଯାଇଥିବା ବେଳେ ପାଖରୁ ଜଙ୍ଗଲ ଜମି ତଥା ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ମିଳିଥିବା ପଟ୍ଟା ଜମିରୁ ବେଆଇନ ଭାବରେ ମୋରମ ଉତ୍ତୋଳନ କରି ବିଲ ଫାଙ୍କୁଥିବା ଅଭିଯୋଗ ହେଉଛି । ବର୍ଷା ଦିନେ ଏଠାରେ ପୋଖରୀ ଭଳି ପାଣି ଜମି ରହିବ। ଜଙ୍ଗଲକୁ ଲାଗି ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଜୀବଜନ୍ତୁ ଏବଂ ପାଖରେ ଥିବା ସ୍କୁଲ ପିଲାଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ଦୈନିକ ଟ୍ରିପ ଟ୍ରିପ ମାଟି ଉତ୍ତୋଳନ ଯୋଗୁ ଜଙ୍ଗଲ ଜମି ପଟ୍ଟା ପାଇଥିବା ଲୋକଙ୍କ ଜମି ଚାଷ ଅନୁପଯୋଗୀ ହୋଇପଡିବ। ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ଏନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମୂରଲୀ ପ୍ରସାଦ କହିଛନ୍ତି ଯେ ୪ କି.ମି. ଦୂରରୁ ମାଟି ବ୍ୟବହାର ପାଇଁ ଏଗ୍ରିମେଣ୍ଟରେ ରହିଛି। ତେବେ ସେ ଏହାର ଯାଞ୍ଚ କରି କାମ ବନ୍ଦ କରିଦେବେ। ତେବେ ଏବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେବାବଦକୁ ଅର୍ଥ ଆଦାୟ କରିବାକୁ ଦାବି ହେଉଛି । ସେହିପରି ଭୂୟାଁ ଓ ଜୁଆଙ୍ଗ ପୀଢ ରେଞ୍ଜ୍‌ର ବନାଞ୍ଚଳ ଅଧୀକାରୀ ମାନସ ମୁର୍ମୁ କହିଛନ୍ତି, ଏନେଇ ସେ ବାଂଶପାଳ ତହସିଲଦାରଙ୍କ ସହିତ ଯାଇ ଘଟଣାର ଅନୁସନ୍ଧାନ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକଙ୍କୁ ପଚାରିବାରୁ ବେଆଇନ ହୋଇଥିଲେ ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri