ବୋହୂଙ୍କୁ ପୋଡ଼ି ହତ୍ୟା: ଜେଲ ଗଲେ ସ୍ବାମୀଙ୍କପୁରା ପରିବାର

ରେଢାଖୋଲ,୧୬ା୨: ବୋହୂଙ୍କୁ ନିର୍ଯାତନା ଦେଇ ପୋଡ଼ି ହତ୍ୟା କରିବା ଘଟଣାରେ ରେଢାଖୋଲ ପୋଲିସ ଶାଶୁ, ନଣନ୍ଦ ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ ୨୦୧୭ ଏପ୍ରିଲ ୧୯ରେ ଅନୁଗୋଳ ଜିଲା ମାଧପୁର ଗ୍ରାମର କୃଷ୍ଣ ବେହେରାଙ୍କ ଝିଅ ରୁନୁ ରେଢାଖୋଲ ଥାନା ଗୋବିନ୍ଦପୁର ଗ୍ରାମର ଶିବ ବେହେରାଙ୍କ ପୁଅ ବସନ୍ତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ବେଳେ ଶାଶୁଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ଅଧିକ ଯୌତୁକ ଦାବି କରିବା ସହ ପିଲାଛୁଆ ହେଉ ନ ଥିବାରୁ ଶାଶୁ ଭୂମି ବେହେରା, ନଣନ୍ଦ ନମିତା ବେହେରା ଓ ସ୍ବାମୀ ବସନ୍ତ ମିଳିତ ଭାବେ ରୁନୁଙ୍କୁ ୨୯ ଡିସେମ୍ବର ୨୦୨୦ରେ ଘରେ ରୋଷେଇ କରୁଥିବା ବେଳେ ପେଟ୍ରୋଲ ଢାଳି ପୋଡି ଦେଇଥିଲେ। ଚିତ୍କାର ଶୁଣି ପଡିଶା ଘର ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ନେଇଥିଲେ। ସେଠାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା। ଫେବୃୟାରୀ ୨ ପର୍ଯ୍ୟନ୍ତ ଚିକିତ୍ସିତ ହୋଇ ସେ ବାପଘରକୁ ଫେରିଥିଲେ। ତେବେ ଫେବୃୟାରୀ ୬ରେ ପୁଣି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାପା କୃଷ୍ଣ ବେହେରା ଗତ ୧୦ ତାରିଖରେ ରେଢାଖୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦଫା ୪୯୮(କ),୨୯୪, ୩୦୨, ୩୦୪(କ)/୩୪ ଆଇପିସିରେ ମାମଲା (ନଂ.୨୬/୨୧) ରୁଜୁ କରି ଘଟଣାର ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri