Posted inଖେଳ

ଅଷ୍ଟ୍ରେଲିଆନ ଓପନ୍‌ ଟେନିସ୍‌: କ୍ୱାର୍ଟରରେ ସେରେନା, ହାଲେପ, ଓସାକା

ମେଲବୋର୍ନ,୧୫।୨: ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟ ରବିବାର ସପ୍ତମ ଦିବସରେ ପ୍ରବେଶ କରିଛି। ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଦଶମ ସିଡ୍‌ ଅମେରିକାର ଅଭିଜ୍ଞ ଖେଳାଳି ସେରେନା ଓ୍ବିଲିୟମ୍ସ, ଦ୍ୱିତୀୟ ସିଡ୍‌ ରୋମାନିଆର ସିମୋନା ହାଲେପ, ତୃତୀୟ ସିଡ୍‌ ଜାପାନର ନାଓମି ଓସାକା ଓ ଅଣସିଡ୍‌ ଚାଇନିତ ତାଇପେ ଖେଳାଳି ସି- ଓ୍ବେଇ ସିଏ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେରେନା ଓ ହାଲେପ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ରବିବାର ୩୯ ବର୍ଷୀୟ ସେରେନା ଚତୁର୍ଥ ରାଉଣ୍ଡ ମୁକାବିଲାରେ ବେଲାରୁଷର ସପ୍ତମ ସିଡ୍‌ ଖେଳାଳି ଅରିନା ସାବାଲେଙ୍କାଙ୍କୁ ୬-୪, ୨-୬, ୬-୪ ସେଟ୍‌ରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଆଉ ଗୋଟିଏ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଲେ ସେରେନା ମୋଟ୍‌ ୨୪ଟି ଟାଇଟଲ ସହ ବିଶ୍ୱ ରେକର୍ଡର ସମକକ୍ଷ ହେବେ। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମୁକାବିଲାରେ ହାଲେପ ୩-୬, ୬-୧, ୬-୪ ସେଟ୍‌ରେ ୧୫ତମ ସିଡ୍‌ ଖେଳାଳି ପୋଲାଣ୍ଡ ଆଇଗା ସ୍ବିଟେକଙ୍କୁ ପରାସ୍ତ କରି କ୍ୱାର୍ଟରକୁ ଉଠିଛନ୍ତି। ୧୯ ବର୍ଷୀୟ ସ୍ବିଟେକ ଗତବର୍ଷ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ। ହାଲେପ୍‌ ପୂର୍ବରୁ ୨୦୧୮ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲରେ ପରାସ୍ତ ହୋଇଥିଲେ। ଗତବର୍ଷ ସେ ଏହି ଟୁର୍ନାମେଣ୍ଟର ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଥିଲେ।
ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଓସାକା ଓ ସିଏ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ଓସାକା ଚତୁର୍ଥ ରାଉଣ୍ଡ ମୁକାବିଲାରେ ୧୪ତମ ସିଡ୍‌ ସ୍ପେନର ଅଭିଜ୍ଞ ଖେଳାଳି ଇନ୍‌ଫର୍ମ ଗାର୍ବାଇନ୍‌ ମୁଗୁରୁଜାଙ୍କୁ ୪-୬, ୬-୪, ୭-୫ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ସିଏ ୧୯ତମ ସିଡ୍‌ ଖେଳାଳି ଚେକ ଗଣରାଜ୍ୟର ମାର୍କେଟା ଭୋଣ୍ଡ୍ରୋଉଶୋଭାଙ୍କୁ ୬-୪, ୬-୨ ସେଟ୍‌ରେ ଅତି ସହଜରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉଠିଛନ୍ତି।
ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରରେ ଜୋକୋଭିଚ୍‌, ଜେଭେରେଭ, ଡିମିଟ୍ରୋଭ
ଅଷ୍ଟ୍ରେଲିଆନ ଓପନ୍‌ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସର୍ବିର ଅଭିଜ୍ଞ ଖେଳାଳି ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌, ଜର୍ମାନୀର ଷଷ୍ଠ ସିଡ୍‌ ଖେଳାଳି ଆଲେକଜାଣ୍ଡାର ଜେଭେରେଭ, ୧୮ତମ ସିଡ୍‌ ଖେଳାଳି ବୁଲଗେରିଆର ଗ୍ରିଗର ଡିମିଟ୍ରୋଭ, ରୁଷୀୟ କ୍ୱାଲିଫାୟର ଅସଲାନ କାରାସେଭ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ଜେଭେରେଭ ୨୩ତମ ସିଡ୍‌ ଖେଳାଳି ସର୍ବିୟାର ଡୁସାନ ଲାଜୋଭିକଙ୍କୁ ୬-୪, ୭-୬ , ୬-୩ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲକୁ ଉଠିଛନ୍ତି। କ୍ୱାର୍ଟରରେ ଜେଭେରେଭ ଜୋକୋଭିଚ୍‌ଙ୍କୁ ଭେଟିବେ। ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମୁକାବିଲାରେ ଜୋକୋଭିଚ୍‌ ୭-୬, ୪-୬, ୬-୧, ୬-୪ ସେଟ୍‌ରେ ୧୪ତମ ସିଡ୍‌ କାନାଡାର ମିଲୋସ ରାଓନିକଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ସେହିପରି ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଡିମିଟ୍ରୋଭ ଓ କାରାସେଭ ପରସ୍ପରକୁ ଭେଟିବେ। ରବିବାର ଅନୁଷ୍ଠିତ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ଡିମିଟ୍ରୋଭ ତୃତୀୟ ସିଡ୍‌ ଅଷ୍ଟ୍ରିଆର ଡୋମିନିକ୍‌ ଥିମଙ୍କୁ ୬-୪, ୬-୪, ୬-୦ ସେଟ୍‌ରେ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ସେହିପରି କାରାସେଭ ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚରେ ୨୦ତମ ସିଡ୍‌ ଖେଳାଳି କାନାଡାର ଫେଲିକ୍ସ ଅଉଗେର- ଆଲଆଜିମଙ୍କୁ ମାରାଥନ ୩-୬, ୧-୬, ୬-୩, ୬-୩, ୬-୪ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri