Posted inଜାତୀୟ

୨୨୫ ଜଳକ୍ଳିଷ୍ଟ ଜିଲାରେ କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୭ା୬(ପି.ଟି.): କେତେଜଣ ଅତିରିକ୍ତ ଓ ଯୁଗ୍ମ ସଚିବଙ୍କ ସମେତ ୨୨୫ ବରିଷ୍ଠ ଅଧିକାରୀଙ୍କୁ ଜଳାଭାବ ଦେଖାଦେଉଥିବା ଜିଲାଗୁଡ଼ିକର ଇନ୍‌-ଚାର୍ଜ (ପ୍ରଭାରୀ) ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଦେଶର ଜଳକ୍ଳିଷ୍ଟ ଜିଲାଗୁଡ଼ିକରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି।
୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧୀନ ୨୨୫ ଜିଲାକୁ ଜଳକ୍ଳିଷ୍ଟ ଜିଲା ଭାବେ ଚିହ୍ନଟ କରାଯାଇଛି। ଏହି ଜିଲାଗୁଡ଼ିକର ୧,୫୯୩ ବ୍ଲକ୍‌ରେ ଜଳାଭାବ ରହିଥିବାବେଳେ ସେଥିରୁ ୩୧୩ଟିରେ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଏହି ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାର ଜୁଲାଇ ୧ରେ ଜଳଶକ୍ତି ଅଭିଯାନ (ଜେଏସ୍‌ଏ) ଆରମ୍ଭ କରିବାକୁ ଯାଉଛନ୍ତି। ଦେଶର ୨୨୫ ଜଳକ୍ଳିଷ୍ଟ ଜିଲାରେ ଏହାର ସଂଯୋଜନା କରିବା ଲାଗି ସରକାର କେନ୍ଦ୍ରୀୟ ପ୍ରଭାରୀ ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ନେଇ ବୁଧବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି ନବନିଯୁକ୍ତ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଅଫିସରମାନଙ୍କୁ ନେଇ ଗଠିତ ଏକ ଟିମ୍‌ରେ ସାମିଲ ହେବେ। ଉକ୍ତ ଟିମ୍‌ରେ ନିର୍ଦ୍ଦେଶକ କିମ୍ବା ଉପସଚିବ ସ୍ତର ଅଧିକାରୀ, ଭୂତଳ ଜଳ ବିଜ୍ଞାନୀ ଓ ଯନ୍ତ୍ରୀ ସାମିଲ ହେବେ। ସେହିପରି ରାଜ୍ୟ ଓ ଜିଲା ସ୍ତରରେ ମଧ୍ୟ ଟିମ୍‌ ଗଠନ କରାଯିବ। ଏହି ଟିମ୍‌ଗୁଡ଼ିକ ଚିହ୍ନଟ କରାଯାଇଥିବା ବ୍ଲକ୍‌ ଓ ଜିଲାଗୁଡ଼ିକୁ ପରିଦର୍ଶନ କରି ଜଳାଭାବ ଦୂର ଲାଗି ଯୋଜନାର ରୂପାୟନକୁ ସଂଯୋଜନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri