ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କାର୍ଯ୍ୟରେ ବାହାରକୁ ଯାଉଥିବା ଲୋକେ ଶୋଷ ମେଣ୍ଟାଇବାକୁ ଦୋକାନରେ ବିକ୍ରି ହେଉଥିବା ବୋତଲ ପାଣି ଉପରେ ନିର୍ଭର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କିଛି ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବାବେଳେ ଅନେକ ଦୋକାନରେ ବିଭିନ୍ନ ନାମରେ ବିଭିନ୍ନ କମ୍ପାନୀର ପାଣି ବୋତଲ ଓ ପାଉଚ ବିକ୍ରି ହେଉଛି। ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ବିଭିନ୍ନ କମ୍ପାନୀର ପାଣି ବୋତଲ ଓ ପାଉଚ ଦେଖିବାକୁ ମିଳୁଛି। ତେବେ ଏହାର ବିଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମର ପ୍ରଭାବ ବଢ଼ିବାରେ ଲାଗିଛି । ଆଗକୁ ଏହାର ପ୍ରଭାବ ଆହୁରି ବଢ଼ିବ। ପୂର୍ବାହ୍ନ ୧୦ଟା ପରେ ବାହାରକୁ ବାହାରିବା ଧୀରେ ଧୀରେ କଷ୍ଟକର ହେଲାଣି। ଏହିଭଳି ପରିସ୍ଥିତିରେ ଲୋକେ ଦୋକାନରେ ବିକ୍ରି ହେଉଥିବା ଯେକୌଣସି ପାଣି କୁ ପିଇ ଦେଉଛନ୍ତି। ସେହିପରି ବିବାହ ଭୋଜି ଠାରୁ ଆରମ୍ଭ କରି ଯେକୌଣସି କାର୍ଯ୍ୟକ୍ରମର ଆୟୋଜନ କରାଗଲେ ପ୍ରଥମେ ପାଣିର ଆବଶ୍ୟକତା ପଡ଼ିଥାଏ। ହଜାର ହଜାର ସଂଖ୍ୟାରେ ଲୋକ ଆଖି ବୁଜି ଏହି ପାଣିକୁ ପିଉଥିବା ବେଳେ ଏହାର ଶୁଦ୍ଧତାକୁ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ତେବେ କଥା ଉଠୁଛି ପିଉଥିବା ପାଣି କେଉଁଠୁ ଆସୁଛି ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ କ’ଣ ରହିଛି ନିୟମ । ତେବେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମତଃ ପାଣି ବୋତଲ ପ୍ରସ୍ତୁତ ପାଇଁ ବ୍ୟୁରୋ ଆଣ୍ଡ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ ଅନୁମତି ଆଣିବାକୁ ପଡ଼ିଥାଏ। ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନଳକୂଅ ପାଣି, ଆର୍‌ଓ ମେଶିନ, ପାଣି ବୋତଲ ପ୍ରସ୍ତୁତ ପରେ ପରୀକ୍ଷା କରାଯାଇ ପାଣି ବିକ୍ରି ନିମନ୍ତେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥାକୁ ଲାଇସେନ୍ସ ମିଳିଥାଏ। ପ୍ରତି ବୋତଲ ଓ ପାଉଚ ପ୍ୟାକେଟ ଉପରେ ପ୍ରସ୍ତୁତି ଓ ବ୍ୟବହାରର ସମ୍ପୂର୍ଣ୍ଣ ବିବରଣୀ ରହିବା ନିୟମ ରହିଛି । କିନ୍ତୁ ଅଧିକାଂଶ କମ୍ପାନୀର ପାଣି ବୋତଲ ଓ ପାଉଚ ଉପରେ ଏହା ଦେଖିବାକୁ ମିଳୁନାହିଁ। ଯାହା ଫଳରେ ଏହି ପାଣି ବିଶୁଦ୍ଧ ନା ବିଷାକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି। ଅପର ପକ୍ଷରେ ଯଦି ବିଷାକ୍ତ ପାଣି ବଜାରରେ ମିଳୁଥିବ, ତେବେ ତାକୁ ପିଇବା ଦ୍ୱାରା ଶରୀରରେ ନାନା ପ୍ରକାର ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି। ଧର୍ମଶାଳା ଅଞ୍ଚଳରେ ୪ ରୁ ୫ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥାକୁ ଲାଇସେନ୍ସ ଦିଆଯାଇଥିବା ବେଳେ ଅନ୍ୟ ପାଣି ବୋତଲ କେଉଁଠୁ ଆସୁଛି ତାହାର ତଦନ୍ତ କରାଯିବ ଏବଂ ବିନା ଲାଇସେନ୍ସରେ ବିକ୍ରି କରାଯାଉଥିବା ସଂସ୍ଥା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଖାଦ୍ୟ ନିରାପତ୍ତା ଅଧିକାରୀ ରାକେଶ କୁମାର ସାହୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ…

ହାଟଡିହୀ, ୪।୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଗ୍ରାମକୁ ପକ୍କା ରାସ୍ତା ଏବଂ ନାଳ ଉପରେ ପୋଲ…

ହାଟଡିହୀରେ ମିଳୁନି ସାର: ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ହାଟଡିହୀ/ଛେନାପଦୀ, ୪।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବର୍ତ୍ତମାନ ପ୍ରବଳ ସାର ସଙ୍କଟ ଦେଖାଦେଇଛି। ସମବାୟ ସମିତିରେ ଆବଶ୍ୟକୀୟ ସାର ନ ଥିବାବେଳେ ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri