ବ୍ରେସ୍‌ଲେଟ୍‌ ଫ୍ୟାଶନ

ନାରୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଚୁଡ଼ିର ଭୂମିକା ଯଥେଷ୍ଟ ରହିଥାଏ। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଟ୍ରେଣ୍ଡି ଲୁକ୍‌ ପାଇଁ ଅନେକ ଯୁବତୀ ହାତରେ ଖନ୍‌ ଖନ୍‌ ଶବ୍ଦ କରୁଥିବା ମେଞ୍ଚାଏ ଚୁଡ଼ି ବଦଳରେ ଷ୍ଟାଇଲିଶ୍‌ ବ୍ରେସ୍‌ଲେଟ୍‌ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ମଧ୍ୟ ଉପଲବ୍ଧ ହେଲାଣି। ଆସନ୍ତୁ ଜାଣିବା ସେମିତି କିଛି ଟ୍ରେଣ୍ଡି ବ୍ରେସ୍‌ଲେଟ୍‌ ସମ୍ପର୍କରେ…

ଲେଦର୍‌ ବ୍ରେସ୍‌ଲେଟ୍‌: ଏହି ବ୍ରେସ୍‌ଲେଟ୍‌ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ୍‌ ହୁଏ ନାହିଁ। ତା’ଛଡ଼ା ଏହାକୁ ଆପଣ ଚାହିଁଲେ ଯେ କୌଣସି ସମୟରେ ଆଉ ଯେ କୌଣସି ଆଉଟ୍‌ଫିଟ୍‌ ସହ ଟ୍ରାଏ କରିପାରିବେ। ଏପରି କି କୁଲ୍‌ ତଥା ଷ୍ଟାଇଲିଶ୍‌ ଲୁକ୍‌ ଦେଉଥିବା ଏହି ବ୍ରେସ୍‌ଲେଟ୍‌କୁ ଆଉଟିଂରେ ଗଲାବେଳେ ବି ହାତରେ ପିନ୍ଧି ଟ୍ରେଣ୍ଡି ଲୁକ୍‌ ପାଇପାରିବେ।

ପର୍ଲ ବ୍ରେସ୍‌ଲେଟ୍‌: ଏହା ଏକ ପ୍ରକାରର ଷ୍ଟେଟମେଣ୍ଟ ଜୁଏଲେରୀ। ଏହାକୁ ମଧ୍ୟ ଯେ କୌଣସି ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧି ମଡର୍ନ ଲୁକ୍‌ ପାଇହେବ। ଆଜିକାଲି ତ ଆର୍ଟିଫିସିଆଲ୍‌ ପର୍ଲରେ ତିଆରି ବ୍ରେସ୍‌ଲେଟ୍‌ ବି ମାର୍କେଟ୍‌ରେ ମିଳିଲାଣି, ଯାହା ଖୁବ୍‌ କମ୍‌ ଟଙ୍କାରେ ମିଳିଯାଉଛି। ଆପଣ ଚାହିଁଲେ ଏହି ବ୍ରେସ୍‌ଲେଟ୍‌ ବି ଟ୍ରାଏ କରିପାରିବେ।

ବାଙ୍ଗଲ୍‌ ବ୍ରେସ୍‌ଲେଟ୍‌: ଆଜିକାଲି ବାଙ୍ଗଲ୍‌ ବା ଚୁଡ଼ି ଡିଜାଇନ୍‌ର ବ୍ରେସ୍‌ଲେଟ୍‌ ବି ମାର୍କେଟ୍‌ରେ ଉପଲବ୍ଧ ହେଲାଣି, ଯାହା ଦେଖିବାକୁ ଆକର୍ଷଣୀୟ ଲାଗିବା ସହ ହାତକୁ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ଏହାକୁ ଆପଣ ଚାହିଁଲେ ଉଭୟ ଏଥିନିକ୍‌ ଆଉଟ୍‌ଫିଟ୍‌ ହେଉ ଅବା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିପାରିବେ।

କଫ୍‌ ବ୍ରେସ୍‌ଲେଟ୍‌: ଏହା ପାଖାପାଖି ବାଙ୍ଗଲ୍‌ ବ୍ରେସ୍‌ଲେଟ୍‌ ପରି ଦେଖାଯାଉଥିଲେ ହେଁ ଏହାର ପଛପାଖ ପୂରା ଜଏଣ୍ଟ ନ ହୋଇ ଟିକେ ଖୋଲା ରହିଥାଏ। ସେହିପରି ଏହା ନନ୍‌-ଫ୍ଲେକ୍ସିବଲ୍‌ ହୋଇଥାଏ; ଯଦ୍ଦ୍ବାରା ଏହାକୁ ହାତରେ ପିନ୍ଧିଲେ କଚଟିରେ ଏହା ଆରାମରେ ଫିକ୍ସ ହୋଇ ରହିଯାଏ।

ବିଡେଡ୍‌ ବ୍ରେସ୍‌ଲେଟ୍‌: ଯଦି ଆପଣ ଅଧିକ ଦାମ୍‌ବାଲା ବ୍ରେସ୍‌ଲେଟ୍‌ କିଣି ପିନ୍ଧିବାକୁ ଚାହୁଁ ନାହାନ୍ତି, ତା’ହେଲେ ବିଡେଡ୍‌ ବ୍ରେସ୍‌ଲେଟ୍‌ ଟ୍ରାଏ କରନ୍ତୁ ନା। ମାର୍କେଟ୍‌ରେ ଉଡେନ୍‌ ହେଉ ଅବା ପ୍ଲାଷ୍ଟିକ୍‌ କିମ୍ବା କଲର୍‌ଫୁଲ୍‌ ଷ୍ଟୋନ୍‌ ବିଡ୍ସରେ ତିଆରି ଖୁବ୍‌ ସୁନ୍ଦର ସୁନ୍ଦର ବ୍ରେସ୍‌ଲେଟ୍‌ ଏବେ ମିଳିଲାଣି, ଯାହା ଖୁବ୍‌ କମ୍‌ ଦାମରେ ବି ମିଳି ଯାଇଥାଏ।

ମ୍ୟାଗନେଟିକ୍‌ ବ୍ରେସ୍‌ଲେଟ୍‌: ଏହା ଫ୍ୟାଶନେବଲ୍‌ ଲୁକ୍‌ ଦେବା ସହ ସ୍ବାସ୍ଥ୍ୟ ଉପକାରୀ ବି ହୋଇଥାଏ। କାରଣ ଏଥିରେ ଏକ ସ୍ବତନ୍ତ୍ର ପ୍ରକାରର ମ୍ୟାଗ୍‌ନେଟ୍‌ ବ୍ୟବହାର କରାଯାଇଥାଏ, ଯାହାକୁ ଥେରାପି ଅର୍ନାମେଣ୍ଟ ଭାବେ ହାତରେ ପିନ୍ଧିଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ମାର୍କେଟ୍‌ରେ ଏହାର ଅନେକ ଡିଜାଇନ୍‌ ବି ମିଳିଥାଏ।

ଚାର୍ମ ବ୍ରେସ୍‌ଲେଟ୍‌: ଏହାକୁ କେହି କେହି ଲକି ଚାର୍ମ ବ୍ରେସ୍‌ଲେଟ୍‌ ବି କହିଥାନ୍ତି। କାରଣ ଏହି ବ୍ରେସ୍‌ଲେଟ୍‌ରେ ଲାଗିଥାଏ ଏମିତି କିଛି ସ୍ବତନ୍ତ୍ର ଲକେଟ୍‌ ସେପ୍‌ର ଜିନିଷ, ଯାହାକୁ ହାତରେ ପିନ୍ଧିବା ଦ୍ୱାରା ଜୀବନରେ ସବୁ କିଛି ଶୁଭ ହୁଏ ବୋଲି ଅନେକଙ୍କର ଧାରଣା ଥାଏ।
ଜେମ୍‌ଷ୍ଟୋନ୍‌ ବ୍ରେସ୍‌ଲେଟ୍‌: ଏହି ବ୍ରେସ୍‌ଲେଟ୍‌କୁ ପିନ୍ଧିଲେ ବ୍ୟକ୍ତିତ୍ୱ ଉପରେ ଅନେକ ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ସର୍ବଦା ନିଜ ବ୍ୟକ୍ତିତ୍ୱକୁ ସୁହାଇଲା ଭଳି ଜେମ୍‌ଷ୍ଟୋନ୍‌ର ବ୍ରେସ୍‌ଲେଟ୍‌ ବ୍ୟବହାର କରିବା ଦରକାର। ନଚେତ୍‌ ଏହାର କୁ-ପ୍ରଭାବ ପଡ଼ିଯିବାର ସମ୍ଭାବନା ରହିଥାଏ।
କିଛି ଟିପ୍ସ
-କଲେଜ ଯାଉଥିବା ଯୁବତୀମାନେ ଚାହିଁଲେ ଚେନ୍‌ ଡିଜାଇନ୍‌ ବ୍ରେସ୍‌ଲେଟ୍‌ ହେଉ ଅବା ଷ୍ଟୋନ ବ୍ରେସ୍‌ଲେଟ୍‌ କିମ୍ବା ବିଡ୍ସ ବ୍ରେସ୍‌ଲେଟ୍‌କୁ ହାତରେ ପିନ୍ଧି ଟ୍ରେଣ୍ଡି ଲୁକ୍‌ ପାଇପାରିବେ।
-ପାର୍ଟି, ଫଙ୍କ୍‌ସନ୍‌କୁ ଯିବା ସମୟରେ ଆପଣ ଚାହିଁଲେ ଫ୍ଲାଓ୍ବାର୍‌ ଡିଜାଇନ୍‌ର ସୁନା କିମ୍ବା ରୁପାର ବ୍ରେସ୍‌ଲେଟ୍‌ ପିନ୍ଧି ନିଜକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ। ଆଉ ଯଦି ଫଙ୍କ୍‌ସନ୍‌ ରାତିରେ ଥାଏ, ତା’ହେଲେ ଡାଇମଣ୍ଡ ଅବା ଜରକନ୍‌ ଷ୍ଟୋନ ଖଚିତ ବ୍ରେସ୍‌ଲେଟ୍‌ ହାତକୁ ବେଶ୍‌ ଭଲ ମାନିଥାଏ।
-ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଆପଣ ଚାହିଁଲେ ନିଜ ପୋଷାକକୁ ମ୍ୟାଚ୍‌ କରି ଗା୍ଲଡିଏଟର୍‌ ଷ୍ଟାଇଲ୍‌ ବ୍ରେସ୍‌ଲେଟ୍‌ କିମ୍ବା ରଙ୍ଗିନ ଷ୍ଟୋନ ଖଚିତ ବ୍ରେସ୍‌ଲେଟ୍‌ ପିନ୍ଧି ନିଜକୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri