Posted inଖେଳ

ମା’ଙ୍କ ଫୋନ୍‌ କଲ୍‌ ବଦଳାଇ ଦେଲା ଏହି କ୍ରିକେଟର୍‌ଙ୍କ ଜୀବନ

ବ୍ରିସ୍‌ବେନ୍‌,୧୮।୧: ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜ ୫ ଉଇକେଟ ନେଇ ଅନେକ ରେକର୍ଡ କରିଛନ୍ତି। ଦଳର ଅଗ୍ରଣୀ ବୋଲରଙ୍କ ଅନୁପସ୍ଥିତିରେ, ସିରାଜ ଯେପରି ବୋଲିଂ ଆକ୍ରମଣର ନେତୃତ୍ୱ ନେଇଥିଲେ ଏବଂ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇଥିଲେ, ତାହା ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେଉଛି। ଅଷ୍ଟ୍ରେଲିଆ ଗସ୍ତରେ ବ୍ୟାକଅପ ବୋଲର ଭାବରେ ଯାଇଥିବା ସିରାଜଙ୍କ ପାଇଁ ଗତ କିଛି ମାସ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଥିଲା। ଏହି ଅବଧିରେ ସେ ଗତ ନଭେମ୍ବରରେ ପିତାଙ୍କୁ ହରାଇଥିଲେ, ଏହା ପରେ ସେ ଡେବ୍ୟୁ ମ୍ୟାଚରେ ଜାତିଭେଦର ସମ୍ମୁଖୀନ ହୋଇଥିଲେ। ଅଷ୍ଟ୍ରେଲୀୟ ଦର୍ଶକମାନେ ତାଙ୍କୁ ପଡ଼ିଆରେ ଦୁର୍ବ୍ୟବହାର କରିଥିଲେ। ଏସବୁ ସତ୍ତ୍ୱେ ସିରାଜ ତାଙ୍କ ଲକ୍ଷ୍ୟରୁ ଓହରି ନ ଥିଲେ। ତାଙ୍କ ମା’ଙ୍କ ସହ ଏକ ଫୋନ ବାର୍ତ୍ତାଳାପ ତାଙ୍କୁ ଭଲ କରିବାର ପ୍ରେରଣା ଦେଇଥିବା ମ୍ୟାଚ ପରେ ସିରାଜ କହିଛନ୍ତି। ହାଇଦ୍ରାବାଦର ୨୬ ବର୍ଷୀୟ ବୋଲର କହିଛନ୍ତି ଯେ, ମ୍ୟାଚ ପୂର୍ବରୁ ସେ ବହୁତ ନର୍ଭସ ଥିଲେ କିନ୍ତୁ ମା’ ଫୋନରେ କଥା ହେବା ପରେ ତାଙ୍କ ଆତ୍ମବିଶ୍ୱାସ ବଢିଯାଇଥିଲା। ସେ କହିଛନ୍ତି ଯେ ମୋ ବାପାଙ୍କ ମୃତ୍ୟୁପରେ ଏହା ମୋ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ପରିସ୍ଥିତି ଥିଲା କିନ୍ତୁ ଏଠାରେ ୫ ଉଇକେଟ ନେଇପାରିଥିବାରୁ ମୁଁ କୃତଜ୍ଞ। କିନ୍ତୁ ମୋ ମା’ ସହିତ କଥା ହେବା ପରେ ମୋର ଆତ୍ମବିଶ୍ୱାସ ବଢିଗଲା ଏବଂ ମୁଁ ମାନସିକ ସ୍ତରରେ ଶକ୍ତିଶାଳୀ ହେଲିସ୍‌। ମୁଁ କେବଳ ମୋ ବାପାଙ୍କ ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ସିରାଜଙ୍କ ୫ ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ୪ ଉଇକେଟ ସହାୟତାରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨୯୪ ରନ ସ୍କୋରରେ ଅଲଆଉଟ୍‌ କରିବାରେ ସକ୍ଷମ ହୋଇଥିଲା। ଶେଷ ଦିନରେ ଜିତିବା ପାଇଁ ଭାରତୀୟ ଦଳ ୩୨୮ ରନ ଆବଶ୍ୟକ ଥିବାବେଳେ ଦଳ ଚତୁର୍ଥ ଦିନ ବିନା ଉଇକେଟ ହରାଇ ୪ ରନ ସଂଗ୍ରହ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri