ବିଜୁ ମଇଦାନରୁ ମୁହଁ ଫେରାଉଛନ୍ତି ବୟସ୍କ

ଅନୁଗୋଳ ଅଫିସ, ୧୪।୧: ଅନୁଗୋଳ ସହର ଭିଆଇପି ରୋଡ୍‌ରେ ଥିବା ବିଜୁ ମଇଦାନରେ ଏବେ ସୁସ୍ଥ ବାତାବରଣ ନାହିଁ। ବିଶେଷକରି ସନ୍ଧ୍ୟାରେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ରାତି ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପାନ ଚାଲୁଛି। ଏହାଛଡ଼ା ପ୍ରେମୀଯୁଗଳଙ୍କ ଅସଂଯତ କାର୍ଯ୍ୟକଳାପ ବିଜୁ ମଇଦାନ ପରିବେଶକୁ ଅପ୍ରୀତିକର କରିଦେଉଛି। ଫଳରେ ସକାଳେ ଓ ସନ୍ଧ୍ୟାରେ ଭ୍ରମଣ, ବ୍ୟାୟାମ କରିବାକୁ ଆସୁଥିବା ସହରର ବୟସ୍କ ବା ବରିଷ୍ଠ ନାଗରିକମାନେ ଆଉ ଏଠାକୁ ଆସିବାକୁ ଉଚିତ ମଣୁନାହାନ୍ତି। ଦୀର୍ଘଦିନ ହେଲା ଏପରି ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ପୋଲିସ ଏଥିପ୍ରତି ନଜର ଦେଉ ନ ଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସହରର ବିଭିନ୍ନ ସଭା, ସମିତି, ଉତ୍ସବ ଆଦି ବିଜୁ ମଇଦାନରେ ଆୟୋଜନ କରାଯାଇଥାଏ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତାଳଚେର-ଅନୁଗୋଳ-ମେରାମଣ୍ଡଳି (ତାମଡା) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ନିର୍ମାଣ କରାଯାଇଥିଲା। ନିକଟରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ବାସଗୃହ, ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ଥିବାରୁ ଏହା ଏକ ସୁରକ୍ଷିତ ଅଞ୍ଚଳ ବୋଲି ପରିଗଣିତ ହେଉଥିଲା। ଫଳରେ ସହରର ବହୁ ବରିଷ୍ଠ ନାଗରିକ ଏଠାକୁ ସକାଳ ଓ ସନ୍ଧ୍ୟା ଭ୍ରମଣ ପାଇଁ ଆସନ୍ତି। ମଇଦାନ ଚାରିପଟେ ଥିବା ଓ୍ବାକିଂ ଟ୍ରାକ୍‌ରେ ସେମାନେ ଅଭ୍ୟାସ କରିବା ସହ ଦୀର୍ଘ ସମୟ ଧରି ବ୍ୟାୟାମ ଓ ବସାଉଠା କରନ୍ତି। ପିଲାଙ୍କଠାରୁ ଯୁବଗୋଷ୍ଠୀଙ୍କ ପର୍ଯ୍ୟନ୍ତ ଏଠାରେ କ୍ରୀଡ଼ାଭ୍ୟାସ କରନ୍ତି। କିନ୍ତୁ ଦୀର୍ଘଦିନ ହେଲା ବିଜୁ ମଇଦାନ ପ୍ରତି ପ୍ରଶାସନ ଅବହେଳା କରିଚାଲିଛି। ଆବଶ୍ୟକ ମରାମତି ଅଭାବରୁ ଏହାର ବିଭିନ୍ନ ନିର୍ମାଣ ଅଂଶ ଭାଙ୍ଗିରୁଜି ଗଲାଣି। ‘ବିଜୁ ମଇଦାନ’ ଲେଖା ମଧ୍ୟ ଫଳକରୁ ଉଠିଗଲାଣି। ସେହିପରି ଓ୍ବାକିଂ ଟ୍ରାକ୍‌ ଓ ନିର୍ମାଣ କରାଯାଇଥିବା ବେଞ୍ଚ ପ୍ରେମୀଯୁଗଳଙ୍କ କବ୍‌ଜାକୁ ଚାଲିଗଲାଣି। ସର୍ବଦା ଅସାମାଜିକଙ୍କ ଆଡ୍ଡା ଜମୁଥିବାରୁ ଏଠାକୁ ଆସୁଥିବା ବୟସ୍କ ମହିଳା ପୁରୁଷମାନେ ଆଉ ସୁରକ୍ଷିତ ମଣୁନାହାନ୍ତି। ସନ୍ଧ୍ୟାହେଲେ ଚାରି ପାଖରେ ବିଭିନ୍ନ ନିଶା ସାମଗ୍ରୀ ସେବନ କରାଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଶାଖୋର, ଅସାମାଜିକଙ୍କ ଉପସ୍ଥିତି ରହୁଛି। ଅନେକ ସମୟରେ ଗଣ୍ଡଗୋଳ ହେବା ସହ ଏଠାରେ ଖଣ୍ଡା, ଭୁଜାଲି ମଧ୍ୟ ବୁଲୁଛି। ଭିଆଇପି ଅଞ୍ଚଳ ହୋଇଥିବାରୁ ମଇଦାନ ନିକଟ ରାସ୍ତାରେ ଜଜ୍‌, ଜିଲାପାଳ, ଏସ୍‌ପି, ରାଜନେତାମାନେ ଯାତାୟାତ କରୁଥିଲେ ମଧ୍ୟ ଅସାମାଜିକମାନେ କାହାକୁ ଭୟ କରୁନାହାନ୍ତି। ଏ ନେଇ ଅସନ୍ତୋଷ ବଢ଼ୁଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏସ୍‌ପି ଜଗମୋହନ ମୀନା ଘଟଣାସ୍ଥଳକୁ ଯାଇ ସ୍ଥିତି ପହଞ୍ଚତ୍ ଯାଞ୍ଚ କରିଥିବା ସୂଚନା ମିଳିଛି।

ଅସାମାଜିକଙ୍କୁ ସାବାଡ୍‌ କରାଯିବ
ବିଜୁ ମଇଦାନରେ ଅସାମାଜିକଙ୍କ ଆଡ୍ଡା ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଛି। ଘଟଣାସ୍ଥଳକୁ ଯାଇ ତଦାରଖ କରିଛି। ସେଠାରେ ନିଶାସେବନ ସହ ଅପରାଧ ଘଟାଇବାର ଯୋଜନା କରୁଥିବା ଅସାମାଜିକଙ୍କୁ ସାବାଡ୍‌ କରିବାକୁ ପୋଲିସ ପଦକ୍ଷେପ ନେଉଛି। ଖୁବ୍‌ଶୀଘ୍ର ସୁସ୍ଥ ବାତାବରଣ ଫେରାଇ ଅଣାଯିବ।
-ଜଗମୋହନ ମୀନା, ଏସ୍‌ପି

ପ୍ରଶାସନର ଅବହେଳା ଦାୟୀ
ବିଜୁ ମଇଦାନ ଯେଉଁ ଉଦ୍ଦେଶ୍ୟରେ ହୋଇଥିଲା, ସେଥିରୁ ଏହା ବିଚ୍ୟୁତ ହୋଇଛି। ସେଠାରେ ଅସାମାଜିକଙ୍କ ଆଡ୍ଡା ଜମିବା ପାଇଁ ପ୍ରଶାସନର ଅବହେଳା ଦାୟୀ। ତାଳଚେର-ଅନୁଗୋଳ-ମେରାମଣ୍ଡଳି (ତାମଡା) କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବାରୁ ସେଠାରେ ଯାବତୀୟ ଅନୈତିକ କାର୍ଯ୍ୟ ଚାଲୁଛି। ପୋଲିସ ଅଧିକ ପଇଁତରା ମାରିବା ସହ ଉକ୍ତ ଗୋଷ୍ଠୀଙ୍କୁ ସାବାଡ୍‌ କରୁ।
-ସୁବୋଧ ମିଶ୍ର, ବୁଦ୍ଧିଜୀବୀ

ସଂକୋଚ ଲାଗୁଥିବାରୁ ଯାଉନାହୁଁ
ରାତି ପାହିଲେ ଶହ ଶହ ଲୋକ ବିଜୁ ମଇଦାନକୁ ୱାକିଂ କରିବାକୁ ଯାଆନ୍ତି। ସନ୍ଧ୍ୟାରେ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ସବୁବର୍ଗର ଲୋକେ ଆସିଥାନ୍ତି। କିନ୍ତୁ ଅପରାଧୀଙ୍କ ଆଡ୍ଡା ଯୋଗୁ ସେଠାକୁ ଯିବାକୁ ଭୟ ଲାଗୁଛି। ସେହିପରି ପ୍ରେମୀଯୁଗଳମାନେ ସେଠାରେ ଏପରି ପରିବେଶ ସୃଷ୍ଟି କରିଛନ୍ତି, ଯେଉଁଠିକୁ ଯିବାକୁ ସଂକୋଚ ଲାଗୁଛି।
-ଗଙ୍ଗାଧର ପଟ୍ଟନାୟକ, ବୁଦ୍ଧିଜୀବୀ

କାର୍ଯ୍ୟାନୁଷ୍ଠାନ ହେଲେ ଚେତିବେ
ସନ୍ଧ୍ୟାହେଲେ ନିଶାଡ଼ିମାନେ ବିଜୁ ମଇଦାନକୁ ନିଜ କବ୍ଜାକୁ ନେଇଯାଉଛନ୍ତି। ଫଳରେ ସାଧାରଣ ଲୋକମାନେ ଯିବାଆସିବା କରିବାକୁ ଭୟ କରୁଛନ୍ତି। ବିଭିନ୍ନ ସମୟରେ ଗଣ୍ଡଗୋଳ ସହ ଅପରାଧୀମାନେ ଆପରାଧିକ କାର୍ଯ୍ୟ ପାଇଁ ସେଠାରେ ଜମା ହେଉଛନ୍ତି। ଅନୁଗୋଳ ପୋଲିସ ସୁରକ୍ଷା ବ୍ୟବସ୍ଥା କରିବା ଆବଶ୍ୟକ।
-ରତ୍ନାକର ମହାପାତ୍ର, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri