ବଦଳୁନି ଶିଶୁ କନ୍ୟାଙ୍କ ଭାଗ୍ୟ: ‘ବେଟି ବଚାଓ ବେଟି ପଢ଼ାଓ’ ଦିଶାହୀନ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କନ୍ୟା ଭ୍ରୂଣ ହତ୍ୟା ରୋକିବା ଏବଂ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ କାର୍ଯ୍ୟକାରୀ ହେଉଛି। ସେହିଭଳି ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିଜୁ କନ୍ୟା ରତ୍ନ ଯୋଜନା’ ମଧ୍ୟ ଚାଲୁ ରହିଛି। ଏହାସତ୍ତ୍ୱେ ଅନେକ ସମୟରେ ରାସ୍ତାକଡ଼ରୁ ପରିତ୍ୟକ୍ତ ଅବସ୍ଥାରେ କନ୍ୟାଭ୍ରୂଣ ମିଳୁଛି। ରାଜ୍ୟରେ ବର୍ଷକ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ଶିଶୁକନ୍ୟାଙ୍କୁ ଅବହେଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଶିଶୁକନ୍ୟା ପ୍ରାଥମିକ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ପୁଅଙ୍କ ତୁଳନାରେ ଝିଅ ପ୍ରତି ଭେଦଭାବ ସହରାଞ୍ଚଳରେ କମୁଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଭିନ୍ନ ସ୍ଥିତି ରହିଛି। ଅବହେଳିତ ଓ ନିଷ୍ପେଷିତ ଶିଶୁକନ୍ୟାଙ୍କ କାହାଣୀରେ ଆଖିଦୃଶିଆ ପରିବର୍ତ୍ତନ ଅଣାଯାଇପାରୁ ନାହିଁ। ସଚେତନତା ଅଭାବ ଏବଂ ସରକାରୀ ଯୋଜନାର ବିଫଳତା ଯୋଗୁ ରାଜ୍ୟରେ ଏବେ ବି କନ୍ୟା ସନ୍ତାନ ଭେଦଭାବର ଶିକାର ହେଉଛନ୍ତି।

କନ୍ୟାସନ୍ତାନକୁ ପ୍ରତି ସ୍ତରରେ ଉତ୍ସାହିତ କରିବା, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ରୋଜଗାର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ଓ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୭-୧୮ ଆର୍ଥିକ ବର୍ଷରୁ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା କାର୍ଯ୍ୟକାରୀ ହେଉଛି। ଓଡ଼ିଶାରେ ପୁଅଙ୍କ ଅନୁପାତରେ ଝିଅଙ୍କ ଜନ୍ମହାର ହ୍ରାସ ପାଉଥିବା ୧୫ଟି ଜିଲାରେ ଏହି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି। ହେଲେ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ଅଧୀନରେ ମିଳୁଥିବା କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ପୁରୁଷ, ମହିଳା ଅନୁପାତରେ ସମ୍ବେଦନଶୀଳ ଜିଲାଭାବେ ପରିଚିତ ନୟାଗଡ଼ ଜିଲାକୁ ଏହି ଯୋଜନା ମାଧ୍ୟମରେ ସର୍ବାଧିକ ଅନୁଦାନ ମିଳିଥିବାବେଳେ ଏଥିରୁ ମାତ୍ର ୬୨% ଖର୍ଚ୍ଚ ହୋଇଛି। ବାଲେଶ୍ୱରରେ ସର୍ବନିମ୍ନ ୦.୪% ଏବଂ ଢେଙ୍କାନାଳରେ ୦.୧୨% ଅନୁଦାନ ଶିଶୁକନ୍ୟାଙ୍କ କାମରେ ଲାଗିଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ନୟାଗଡ଼ ଜିଲାକୁ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ବାବଦରେ ୪୨.୬୨ ଲକ୍ଷ ମିଳିଥିଲ। ଏଥିରୁ ମାତ୍ର ୨୬.୫୨ ଲକ୍ଷ ଖର୍ଚ୍ଚ ହୋଇପାରିଛି। ଅନ୍ୟ ୧୪ଟି ଜିଲାକୁ ୨୫ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ଅନୁଦାନ ମିଳିଥିବାବେଳେ ଏଥିମଧ୍ୟରୁ ଭଦ୍ରକ ଜିଲାରେ ୫୩ହଜାର, ଢେଙ୍କାନାଳରେ ୦.୦୩ ଲକ୍ଷ, କଟକରେ ୧.୨୩ ଲକ୍ଷ, ଦେବଗଡ଼ରେ ୦.୩ ଲକ୍ଷ, ସୁନ୍ଦରଗଡ଼ରେ ୦.୨୭ ଲକ୍ଷ, ସମ୍ବଲପୁରରେ ୩.୩୭ ଲକ୍ଷ, କେନ୍ଦ୍ରାପଡ଼ାରେ ୦.୩୨ ଲକ୍ଷ, ଝାରସୁଗୁଡ଼ାରେ ୩.୦୫ ଲକ୍ଷ, ଯାଜପୁରରେ ୧.୨୨ ଲକ୍ଷ ଏବଂ ବାଲେଶ୍ୱରରେ ୦.୧ ଲକ୍ଷ ଖର୍ଚ୍ଚ କରାଯାଇଛି। ତେବେ କଳାହାଣ୍ଡି ଜିଲା ୨୧.୩୨ ଲକ୍ଷ, ଅନୁଗୋଳ ୧୪.୨୩ ଲକ୍ଷ, ଗଞ୍ଜାମ ଜିଲା ୨୧.୯୭ ଲକ୍ଷ ଓ ଖୋର୍ଦ୍ଧା ଜିଲା ୮.୪୩ ଲକ୍ଷ ଖର୍ଚ୍ଚ କରି ସାମାନ୍ୟ ଆଗରେ ରହିଛନ୍ତି।

ଅନ୍ୟପକ୍ଷରେ ଲିଙ୍ଗ ନିରୂପଣ ରୋକିବା, ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବା, ବିଦ୍ୟାଳୟରେ କନ୍ୟା ସନ୍ତାନଙ୍କ ଉପସ୍ଥାପନା ନିଶ୍ଚିତ କରାଇବା, ସେମାନଙ୍କୁ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ଏବଂ ସମାଜକୁ କନ୍ୟା ଶିଶୁଙ୍କ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୬-୧୭ରୁ ‘ବିଜୁ କନ୍ୟା ରତ୍ନ ଯୋଜନା’ କାର୍ଯ୍ୟକାରୀ ହେଉଛି। ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ ଏବଂ ନୟାଗଡ଼ ଜିଲା ପାଇଁ ସରକାର ସ୍ବତନ୍ତ୍ରଭାବେ ଏହି ଯୋଜନା ପ୍ରଣୟନ କରିଥିବାବେଳେ ଅନ୍ୟ ଜିଲାଗୁଡ଼ିକରେ ଲୋକଙ୍କୁ ସଚେତନ କରିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସୁଦ୍ଧା ବିଜୁ କନ୍ୟାରତ୍ନ ଯୋଜନାରେ ମୋଟ ୪ କୋଟି ଟଙ୍କା ମିଳିଥିବାବେଳେ ଏଥିରୁ ୩ କୋଟି ୮୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କନ୍ୟା ସନ୍ତାନ ପ୍ରତି ଲୋକଙ୍କ ମନରେ ରହିଥିବା ମନୋଭାବରେ କିଭଳି ପରିବର୍ତ୍ତନ ଅଣାଯାଇପାରିବ ସେ ଦିଗରେ ସଚେତନତା କରିବାକୁ ଏହି ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବାସ୍ତବରେ ଏହା ସଚେତନତା ସୃଷ୍ଟି କରିବାରୁ ବହୁ ଦୂରରେ ରହିଛି। ଅପରପକ୍ଷରେ ଯୋଜନାକୁ ବାସ୍ତବ ରୂପ ଦେବାକୁ ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମମାନ କରାଯାଉଛି। କନ୍ୟା ସନ୍ତାନଙ୍କ ସୁରକ୍ଷା ନିମନ୍ତେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି। ସଭା, ସମିତି ଆୟୋଜନ କରି ଜିଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri