୨୦ ଲକ୍ଷ ଚର

ଚାଇନାର ବିସ୍ତାରବାଦୀ ଚିନ୍ତାଧାରାର ଏକ ଭିନ୍ନ ନମୁନା ‘ଦି ଅଷ୍ଟ୍ରେଲିଆନ୍‌’ ଖବରକାଗଜରେ ପ୍ରକାଶ ପାଇବା ପରେ ଏବେ ସମଗ୍ର ବିଶ୍ୱ ତଟସ୍ଥ ହୋଇଯାଇଛି। ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି)ର ୨୦ ଲକ୍ଷ ଏଜେଣ୍ଟ ବିଶ୍ୱର ବୃହତ୍‌ କମ୍ପାନୀ, ବ୍ୟାଙ୍କ, ଗଣମାଧ୍ୟମ, ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ସଂସ୍ଥାରେ ଗୋପନରେ ଅବସ୍ଥାପିତ ହୋଇଛନ୍ତି। ପ୍ରଘଟ ହୋଇଥିବା ତଥ୍ୟାବଳୀରେ କେବଳ ସିସିପି ସଦସ୍ୟଙ୍କ ନାମ ସହିତ ଦଳୀୟ ପଦବୀ, ଜନ୍ମ ତାରିଖ, ଜାତୀୟତା ପରିଚୟ ନମ୍ବର ମଧ୍ୟ ସ୍ଥାନ ପାଇଛି। ଏହି ସଦସ୍ୟମାନେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ନିକଟରେ ଉତ୍ତରଦାୟୀ ଥିବା ବିଷୟ ଜଣାପଡ଼ିଛି। ପୃଥିବୀସାରା ଲୋକେ ଜାଣୁଥିଲେ ଯେ, ଚାଇନାର ଶସ୍ତା ସାମଗ୍ରୀ ଚାରିଆଡ଼େ ଖେଳେଇ ହୋଇଯାଇଛି। ଓବର୍‌ (ଓ୍ବାନ୍‌ ବେଲ୍‌ଟ, ଓ୍ବାନ୍‌ ରୋଡ୍‌) ଭଳି ଭିତ୍ତିଭୂମି ସୃଷ୍ଟି କରି ବେଜିଂ ବିଭିନ୍ନ ମହାଦେଶକୁ ଯୋଡ଼ିବାର ପ୍ରୟାସ ଜାରି ରଖିଛି। ପଡ଼ୋଶୀ ଦେଶର ସ୍ଥଳ ଓ ଜଳଭାଗକୁ ଅକ୍ତିଆର କରି ତା’ର ଭୂଖଣ୍ଡ ବଢ଼ାଇବା ଚିନ୍ତାରେ ଅହରହ ମୁଣ୍ଡ ଖେଳାଉଛି। ହେଲେ ଗୁପ୍ତଚରି କାର୍ଯ୍ୟରେ ତା’ର ବଛାବଛା ଲୋକଙ୍କୁ ବିଶ୍ୱସାରା ବିଭିନ୍ନ କ୍ଷେତ୍ରରେ ଲଗାଇ ରଖିବା ସୂଚାଇ ଦେଉଛି ଯେ, ଆଗାମୀ ଦିନରେ ସୁପରପାଓ୍ବାର ହେବା ଚାଇନାର ଏକମାତ୍ର ଲକ୍ଷ୍ୟ। ଅବଶ୍ୟ ତା’ର ଏହି ଲକ୍ଷ୍ୟ ସାଧନକୁ ବିପୁଳ ଜନସଂଖ୍ୟା ଓ ନୂଆ ପ୍ରଯୁକ୍ତି ବ୍ୟବହାର ତ୍ୱରାନ୍ବିତ କରୁଛି।
ନିକଟରେ ପ୍ରକୃତିକୁ ନିୟନ୍ତ୍ରଣ କଲା ଭଳି ପଦକ୍ଷେପ ବିଷୟରେ ଚାଇନା ଘୋଷଣା କରିଛି। ଆଗାମୀ ୫ ବର୍ଷ ମଧ୍ୟରେ ବିରାଟକାୟ ଭୂଖଣ୍ଡ ଉପରେ କୃତ୍ରିମ ବର୍ଷା କଲା ଭଳି ଓ୍ବେଦର ମୋଡିଫିକେଶନ ବା ପାଣିପାଗ ରୂପାନ୍ତରଣ କାର୍ଯ୍ୟକ୍ରମ ଲାଗି ଚାଇନା ପରୀକ୍ଷଣ ଆରମ୍ଭ କରିଦେଇଛି। କେତେ ଜଣ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ଭୂଖଣ୍ଡ ଭାରତୀୟ ଉପମହାଦେଶଠାରୁ ବୃହତ୍‌। ଏଭଳି ପରୀକ୍ଷଣ ପଛରେ କୌଣସି ମହତ୍‌ ଉଦ୍ଦେଶ୍ୟ ଥିଲା ଭଳି ମନେହୁଏ ନାହିଁ। ଶତ୍ରୁ ରାଷ୍ଟ୍ରରେ କରୋନା ଭାଇରସ୍‌ ଛାଡ଼ି ଅଧିକାଂଶ ପୁରୁଷଙ୍କୁ ଆକ୍ରାନ୍ତ କଲା ଭଳି ଉଦ୍ୟମ କରିଥିବା ଚାଇନା ଏହି କୃତ୍ରିମ ବର୍ଷା ମାଧ୍ୟମରେ ହୁଏତ ବଡ଼ଧରଣର ବନ୍ୟା ସୃଷ୍ଟି କରି ପ୍ରବଳ କ୍ଷତି କରାଇବାର ଉଦ୍ଦେଶ୍ୟ ରଖିଥାଇପାରେ। କୌତୂହଳରେ କୁହାଯାଉଛି, ଆସନ୍ତା ୨୦୨୧ ମସିହା କେଉଁଭଳି ହେବ ତାହା ନିର୍ଭର କରେ ଆଜି ଚାଇନାବାସୀ କେଉଁ ପୋକଜୋକ ଖାଉଛନ୍ତି। ସେହିଭଳି ଅଧୁନା ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରୁଥିବା ଚାଇନା ଭବିଷ୍ୟତରେ ଅନେକ ନକାରାତ୍ମକ କାର୍ଯ୍ୟରେ ସେସବୁ ପ୍ରଯୁକ୍ତି ବ୍ୟବହାର କରିବାର ଯୋଜନା ରଖିଛି। ‘ଦି ଅଷ୍ଟ୍ରେଲିଆନ୍‌’ରେ ବାହାରିଥିବା ତଥ୍ୟ ଆଜିକା ପୃଥିବୀରେ ବିଶେଷ ଗୁରୁତ୍ୱ ରଖୁଛି, କାରଣ ୨୦ ଲକ୍ଷ ଚାଇନା ଗୁପ୍ତଚର କେବଳ ସାମରିକ ତଥ୍ୟ ଚୋରିକରିବା ଉଦ୍ଦେଶ୍ୟରେ ବିଶ୍ୱସାରା ବ୍ୟାପୀ ନାହାନ୍ତି; ପ୍ରତ୍ୟେକ ପାଶ୍ଚାତ୍ୟ ଦେଶରେ ପାଠପଢ଼ିବା ଆଳରେ ଯାଇ ଚାଇନାର ଛାତ୍ରୀଛାତ୍ରମାନେ ଅତି ଗୁରୁତ୍ୱପୂର୍ଣ୍ଣ ଗବେଷଣାଧର୍ମୀ ପ୍ରକଳ୍ପରେ କାର୍ଯ୍ୟ କରି ସବୁ ତଥ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି। ଏହାଠାରୁ ଅଧିକ ମାରାତ୍ମକ ହେଉଛି ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ, ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ସଂସ୍ଥାରେ ବଡ଼ ପଦବୀରେ ରହି ଅନେକ ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାଭଳି ସ୍ଥାନ ଏହି ଚାଇନା ଲୋକ ଅକ୍ତିଆର କରିସାରିଲେଣି। ଏହାଦ୍ୱାରା ସେମାନେ ଅନେକ ଦେଶରେ ନୀତିନିୟମକୁ ପ୍ରଭାବିତ କରୁଛନ୍ତି।
ଭାରତ ତା’ର ଆଭ୍ୟନ୍ତରୀଣ ଅଶାନ୍ତି ଓ ସମସ୍ୟାରେ ବୁଡ଼ିରହିଥିବା ବେଳେ ବିରୋଧୀ ଚାଇନା ବିଶ୍ୱଦଖଲ କାର୍ଯ୍ୟରେ ମାତିଛି। ଭାରତର ରାଜନୈତିକ ନେତୃତ୍ୱଠାରୁ ଆରମ୍ଭ କରି ସାମରିକ କର୍ତ୍ତୃପକ୍ଷ ସମସ୍ତେ ଚାଇନା, ଚାଇନା ହେଉଛନ୍ତି। ଯଦି ଚାଇନା ସହ ୧୫ ଦିନ ଘମାଘୋଟ ଲଢ଼େଇ ହୁଏ, ସେଥିପାଇଁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ମହଜୁଦ କରି ରଖିବା ସକାଶେ ସେନାକୁ ନିକଟରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାଓ୍ବତ ଭାରତୀୟ ସ୍ଥଳ, ଜଳ ଓ ବାୟୁସେନାର ଶକ୍ତି ବିଷୟରେ ବାରମ୍ବାର ଦୋହରାଇ ଚାଲିଛନ୍ତି। ଦୁଃଖର ବିଷୟ ଯେ, ଭାରତ କାହା ସହ ବି ଯୁଦ୍ଧ ଲଢ଼ିଲେ ୧୦ ଦିନ ମଧ୍ୟରେ ସବୁ ଗୋଳାବାରୁଦ ଶେଷ ହୋଇଯିବ ବୋଲି କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରୋଲ (ସିଏଜି) ଏକାଧିକ ବାର ରିପୋର୍ଟ ପ୍ରକାଶ କରିସାରିଛନ୍ତିି। ସିଏଜିର ୧୦ ଦିନିଆ ଯୁଦ୍ଧ ପାଇଁ ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ପ୍ରକାଶ ଏବଂ ରାଜନୈତିକ ନେତୃତ୍ୱର ୧୫ ଦିନିଆ ଯୁଦ୍ଧ ପାଇଁ ପ୍ରସ୍ତୁତି ନିର୍ଦ୍ଦେଶ ଭାରତର ବାସ୍ତବ ଅପ୍ରସ୍ତୁତି ଦିଗକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri