ରିଆମାଳ, ୧୬।୧୨ (ଡି.ଏନ.ଏ)- ଦେବଗଡ଼ ଜିଲା ରିଆମାଳ କଲ୍ୟାଣ ମଣ୍ଡପଠାରେ ନାବାର୍ଡ ସହାୟତାରେ ସିଏସକି.ଆର ଦ୍ୱାରା ଅନୁଷ୍ଠିତ ମଣ୍ଡାସୁଣି ଓ ସିଲିପଥର ପ୍ରଡ୍ୟୁସର କମ୍ପାନୀ ଲିଃର ବାର୍ଷିକ ସାଧାରଣ ସଭା ଏବଂ ନାବାର୍ଡର ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନାବାର୍ଡର ଡିଡିଏମ ଦେବେଶ ବେହେରା ଯୋଗଦେଇ ପ୍ରଡ୍ୟୁସର କମ୍ପାନୀର ବିଭିନ୍ନ ଦିଗ, ୱେବସାଇଟରେ ବିଭିନ୍ନ ବିଭାଗ ସହିତ ସମ୍ପୃକ୍ତ ହୋଇ କିପରି କାର୍ଯ୍ୟକ୍ରମରେ କରାଯିବ ସେ ବିଷୟରେ ଅବଗତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଦିବ୍ୟଶଙ୍କର ଜୟପୁରିଆ, ଏ.ଡି.ଏଚ କିଶୋରଚନ୍ଦ୍ର ମହାଲିକ, ସହକାରୀ କୃଷି ଅଧିକାରୀ ଅନନ୍ତଚରଣ ଦାଶ, ବି.ପି.ଏମ ଜ୍ୟୋତି କୁଜୁର, ଇ.ନାମର ଟିକାୟତ ନନ୍ଦ, ଏଫଆଇସି ଚେୟାରମ୍ୟାନ ତରଣୀସେନ ପ୍ରଧାନ ପ୍ରମୁଖ ଯୋଗଦେଇ ମହିଳାମାନେ କିପରି ସ୍ବୟଂସହାୟକ ଗୋଷ୍ଠୀ ଏବଂ କମ୍ପାନୀ ମାଧ୍ୟମରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ଏବଂ ପରେ ନାବାର୍ଡ ତରଫରୁ ଏକ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତେ କିପରି କରୋନା କୁମୁକାବିଲା କରିବେ ସେ ବିଷୟରେ ଅବଗତ କରାଯାଇଥିଲା ା ଏହି କାର୍ଯ୍ୟକ୍ରମକୁ ସିଏସଡିଆର ସଂପାଦିକା ରୀତାରାଣୀ ରାଉତ ପରିଚାଳନା କରିବା ସହିତ ସଭାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସି.ଏମ.ଡି.ଆର ସମସ୍ତ କର୍ମୀ ସରୋଜ ସାଗର, ଶ୍ରୀମାନ ଦେହୁରୀ, ସୁଶାନ୍ତ ମିଞ୍ଜ, ସତ୍ୟଭାମାସାହୁ ଓ ହେମାନନ୍ଦ ଲର୍ମା ସହଯୋଗ କରିଥିଲେ ା
ମଣ୍ଡାସୁଣି ଓ ସିଲିପଥର କମ୍ପାନୀର ବାର୍ଷିକ ସାଧାରଣସଭା ଏବଂ ନାବାର୍ଡର ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
Posted inଆମ ଜିଲା ଖବର, ଦେବଗଡ଼ View All
ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର
ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...
ଆଇଏସ୍ପିଏଲ୍ ନିଲାମରେ ଓଡ଼ିଆ ପୁଅ ରାଜେଶ
ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...
ଓଲଟିଲା ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍
ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍ ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ...
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ
ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...
RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ
ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
Archives


