ବରମୁଣ୍ଡା ବସ୍‌ ଟର୍ମିନାଲ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି। ଗୋଟିଏ ଖଣ୍ଡଗିରିସ୍ଥିତ ବସ୍‌ ଡିପୋ ଏବଂ ଅନ୍ୟଟି ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ। ଖଣ୍ଡଗିରି ବସ୍‌ ଡିପୋ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ତାହା ବୁଲି ଦେଖିଥିଲେ। ଉନ୍ନତ ନିର୍ମାଣ ସହିତ ବସ୍‌ ରହିବାର ସୁବ୍ୟବସ୍ଥା ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।
ଭୁବନେଶ୍ୱର ବରମୁଣ୍ଡା ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍‌ଷ୍ଟାଣ୍ଡ। ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ କରିଥାଏ। ହଜାର ହଜାର ଯାତ୍ରୀ ବସ୍‌ଯୋଗେ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଯାଇଥାଆନ୍ତି। ଏହାକୁ ଏକ ଅତ୍ୟାଧୁନିକ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟ ଆରମ୍ଭ ହୋଇଛି। ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ୍‌ ଟର୍ମିନାଲ ଭାବରେ ଗଢି ତୋଳିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। ଆଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କ ସୁବିଧା ସୁଯୋଗ, ବସ୍‌ଗୁଡିକ ପ୍ରଶସ୍ତ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜି୍ୟକ ସ୍ଥାନ ଆଦି ଉପରେ ଏଥିରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲର ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହି କାର୍ଯ୍ୟ ପାଇଁ ମୋଟ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ୧୮ ମାସରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ସଚିବ(୫-ଟି) ଭି.କେ. ପାଣ୍ଡିଆନ, ଭୁବନେଶ୍ୱର ମହାନଗର ନିଗମ କମିଶନର ଓ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ, ଜାଣନ୍ତୁ କାରଣ

ଭୁବନେଶ୍ବର,୧୯।୧୨:  ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନ...

ଆଶ୍ଚର୍ଯ୍ୟ ହେଲେ ବି ସତ: ୬ ମାସରେ ୪ ଥର କାମୁଡ଼ିଛି ସାପ, ଦେଶୀ ଚିକିତ୍ସା କରି ବଞ୍ଚାଇଛନ୍ତି ଜୀବନ

ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା...

କଟକରେ ମା’ହେଲେ ଦଶମ ଶ୍ରେଣୀ ଛାତ୍ରୀ: ବଳାତ୍କାର ପରେ…

କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ବିଶ୍ୱରେ ଖେଳିଗଲା…

ନୂଆଦିଲ୍ଲୀ,୧୯।୧୨: ଭାରତ ଚାଇନା ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚାଇନାରୁ ଆମଦାନୀ ହେଉଥିବା କିଛି ଇସ୍ପାତ ଉତ୍ପାଦ ଉପରେ ପାଞ୍ଚ ବର୍ଷର ଆଣ୍ଟି-ଡମ୍ପିଂ ଶୁଳ୍କ...

ଦୁଇଦିନ ପରେ ଜି.ଉଦୟଗିରିରେ ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ

ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ...

ଗଞ୍ଜେଇ ଚାଷ ପାଇଁ କଠୋର ହେଲା ପୋଲିସ: ଚାଷୀଙ୍କୁ ଦେଲା ଚେତାବନୀ

ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri