Posted inଖେଳ

ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିଲେ ବାମହାତୀ ପେସର ଟି ନଟରାଜନ। ଏବେ ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ୨୯ ବର୍ଷୀୟ ନଟରାଜନଙ୍କୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସାମିଲ କରାଯାଇଛି। ସଇନୀଙ୍କ ପିଠିରେ ଯନ୍ତ୍ରଣା ଥିବାରୁ ନଟରାଜନଙ୍କୁ ୫୦ ଓଭର ଫର୍ମାଟରେ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସହ ଟି-୨୦ ମ୍ୟାଚ୍‌ ଖେଳିବେ।

ତାମିଲନାଡ଼ୁର ସଲେମ ଜିଲାରୁ ୩୫ କିମି ଦୂର ଚିନ୍ନାପମପଟ୍ଟି ଗାଁରେ ନଟରାଜନଙ୍କ ଜନ୍ମ। ଗରିବ ପରିବାରର ଥିବାରୁ ନଟରାଜନଙ୍କ ଜୀବନ ନାନାଦି ସଂଘର୍ଷ ଦେଇ ଗତି କରିଛି। ତାଙ୍କ ମା’ ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ। ଏପରିକି ତାଙ୍କ ବାପା ରେଳ ଷ୍ଟେଶନରେ ପୋର୍ଟର କାମ କରୁଥିଲେ। ଏକ ସମୟରେ କ୍ରିକେଟ କିଟ୍‌ କିଣିବା ଲାଗି ନଟରାଜନଙ୍କ ପାଖରେ ପଇସା ନ ଥିଲା। ହେଲେ ଜିଲାସ୍ତରୀୟ କ୍ରିକେଟର ଜୟପ୍ରକାଶଙ୍କ ନଜର ପଡ଼ିବା ପରେ ତାଙ୍କ ଭାଗ୍ୟ ଚମକିଥିଲା। ଜୟପ୍ରକାଶ କ୍ରିକେଟର ଭାବେ ସେତେଟା ସଫଳ ନ ଥିଲେ ହେଁ ନଟରାଜନଙ୍କ ପ୍ରତିଭାକୁ ସେ ଜାଣିପାରିଥିଲେ। ତାଙ୍କ ପ୍ରଚେଷ୍ଟା ଯୋଗୁ ନଟରାଜନଙ୍କୁ ତାମିଲନାଡ଼ୁ କ୍ରିକେଟ ଆସୋସିଏଶନର ଏକ ଲିଗ୍‌ରେ ଖେଳିବାର ସୁଯୋଗ ମିଳିଥିଲା। ଏହାପରେ ତାମିଲନାଡ଼ୁ କ୍ରିକେଟ ଟିମ୍‌ରେ ତାଙ୍କ ଚୟନ ହୋଇଥିଲା। ୨୦୧୬ରେ ତାମିଲନାଡ଼ୁ ପ୍ରିମିୟର ଲିଗ୍‌ରେ ସୁପର ଓଭର ସମୟରେ ୬ରୁ ୬ ବଲ ୟର୍କର ଫିଙ୍ଗି ଚର୍ଚ୍ଚାକୁ ଆସିଥିଲେ ସେ। ପରେ ୨୦୧୭ରେ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳ ତାଙ୍କୁ ୩ କୋଟି ଟଙ୍କା ଦେଇ କିଣିଥିଲା। କୋଟିପତି ହେବା ପରେ ସେ ନିଜ ଝାଟିମାଟି ଘରକୁ ବଙ୍ଗଳା କରିଥିଲେ। ଏହାଛଡ଼ା ସେ ସ୍ଥାନୀୟ ପିଲାମାନଙ୍କପାଇଁ କ୍ରିକେଟ ଏକାଡେମୀ ଆରମ୍ଭ କରି ସମସ୍ତଙ୍କୁ ପ୍ରେରଣା ଦେଉଛନ୍ତି।

୨୦୧୮ରୁ ନଟରାଜନ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ଆଇପିଏଲ୍‌ ଖେଳୁଛନ୍ତି। ଏବେ ତାଙ୍କୁ ଭାରତୀୟ ଟିମ୍‌ରେ ସ୍ଥାନ ମିଳିଛି। ଏବେ ଏହି ୟର୍କର ସ୍ପେଶାଲିଷ୍ଟ କିଭଳି ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri