Posted inଖେଳ

‘ସ୍ପୋଟର୍‌ସ ମ୍ୟାନେଜମେଣ୍ଟରେ କ୍ୟାରିୟର’ ଓ୍ବେବିନାର

ଭୁବନେଶ୍ୱର,୨୯।୧୦(ସ୍ପୋଟର୍‌ସ ବ୍ୟୁରୋ): ‘ସ୍ପୋଟର୍‌ସ ମ୍ୟାନେଜେମେଣ୍ଟରେ କ୍ୟାରିୟର’ ଶୀର୍ଷକ ଏକ ଓ୍ବେବିନାର ଟାଟା ଷ୍ଟିଲ୍‌ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବିଶ୍ୱରେ କ୍ରୀଡ଼ା ଶିଳ୍ପର ଉନ୍ନତି ହେଉଥିବା ବେଳେ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଚାହିଦା, ମିଳିବାକୁ ଥିବା ସୁବିଧା ସୁଯୋଗ ନେଇ ଏଥିରେ ଆଲୋଚନା ହୋଇଥିଲା। ଓ୍ବେବିନାରରେ ଅଂଶ୍ରଗହଣ କରିଥିବା ପ୍ୟାନେଲିଷ୍ଟମାନେ ହେଲେ ଜାଭିଅର ଏମିଲିୟନ ବିଜନେସ୍‌ ସ୍କୁଲ୍‌ ଆଣ୍ଡ ଇଟ୍ସ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଇନ୍‌ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଆଶଲେ ଫର୍ନାଣ୍ଡିଜ୍‌, ପ୍ୟାରିସ୍‌ ସାକ୍‌ଲେ ୟୁନିଭର୍ସିଟିର ପ୍ରଫେସର ମିଚେଲ ଡେସ୍‌ବୋର୍ଡେସ୍‌, ଆଇଆଇଟି କାନପୁରର ଡିପାର୍ଟମେଣ୍ଟ ଅଫ୍‌ ଇାକୋନୋମିକ ସାଇନ୍ସ ପ୍ରଫେସର ସୋମେଶ କେ. ମାଥୁର, ପୂର୍ବତନ ଭାରତୀୟ ହକି ଅନ୍ତର୍ଜାତୀୟ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ କୋଚ୍‌ ହରେନ୍ଦ୍ର ସିଂ, ଦି ବ୍ୟାଡମିଣ୍ଟନ ପ୍ରଫେସ୍‌ନାଲର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟ ଲନ୍ସି ମାସ୍କାରେନହାସ ଓ ୪୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସର ୧ ନମ୍ବର ଖେଳାଳି ତଥା ଫନ୍‌ଏଜ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ କରନ ସିଂ। ନାଭାଲ ଟାଟା ହକି ଏକାଡେମୀ (ଏନ୍‌ଟିଏଚ୍‌ଏ) ଓଡ଼ିଶାର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ, ମାଇ ସିଟି ଲିଙ୍କ୍ସ ମାଗାଜିନର କନ୍‌ସଲଟିଂ ସିନିୟର ଆସୋସିଏଟ ଏଡିଟର ଦୀକ୍ଷା ତିଓ୍ବାରୀ ଏହି ଓ୍ବେବିନାରର ସଂଯୋଜନା କରିଥିଲେ।
ଭାରତରେ ଦ୍ରୁତଗତିରେ କ୍ରୀଡ଼ାର ଅଭ୍ୟୁଦୟ ହେଉଛି। ଏହା ସହିତ କ୍ୟାରିୟର ଭାବେ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ ମଧ୍ୟ ବେଶ୍‌ ଆଦୃତ ହେଉଛି। ପୂର୍ବରୁ ଭାରତୀୟମାନେ କ୍ରିକେଟ, ହକି, ଟେନିସ ଓ କେତୋଟି ଦୌଡ଼ ଇଭେଣ୍ଟ ବିଷୟରେ ଅବଗତ ଥିଲେ। ଏବେ କିନ୍ତୁ କଥା ଅଲଗା ହୋଇଛି। ଗତ ଏକ ଦଶନ୍ଧିରେ ଇଣ୍ଟରନେଟର ବହୁଳ ପ୍ରଚଳନ, ଡିଟିଏଚ୍‌ର ବ୍ୟାପକ ବ୍ୟବହାର ଦ୍ୱାରା ଅଧିକରୁ ଅଧିକ କ୍ରୀଡ଼ା ସମ୍ପର୍କରେ ଲୋକେ ଜାଣିବାକୁ ପାଇଛନ୍ତି। ଫଳରେ ଲୋକେ ଅନ୍ୟ କ୍ରୀଡ଼ାକୁ ନେଇ ନିଜର ଉତ୍ସାହ ପ୍ରକଟ କରିଛନ୍ତି। ଅଧିକ କ୍ରୀଡ଼ା ଖେଳିବା ସହିତ ଲୋକେ ବିଭିନ୍ନ ଖେଳକୁ ଫଲୋ କରୁଛନ୍ତି ଓ ଦେଖୁଛନ୍ତି ମଧ୍ୟ। ବର୍ତ୍ତମାନ ଯୁଗରେ କ୍ରୀଡ଼ାକୁ ଜବରଦସ୍ତ ମୋମେଣ୍ଟମ ମିଳିଛି। କ୍ରୀଡ଼ା ଏବେ କେବଳ ବଡ ସହରରେ ସୀମିତ ହୋଇ ରହିନାହିଁ। ଏହା ଏବେ ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହି ଆଲୋଚନାରେ ଦେଶରେ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଭବିଷ୍ୟତ ନେଇ ମଧ୍ୟ ଆଲୋକପାତ କରାଯାଇଥିଲା।
ବ୍ୟବସାୟ ପଛରେ କ୍ରୀଡ଼ାର ମହତ୍ତ୍ୱ ତଥା ଜୋଶ୍‌କୁ ଜଣେ କ୍ରୀଡ଼ାବିତ ହୃଦୟଙ୍ଗମ କରିବା ଉଚିତ ବୋଲି ଆଶଲେ ଫର୍ନାଣ୍ଡିଜ କହିଛନ୍ତି। ଠିକ୍‌ ସେହିପରି ଜଣେ ସାଧାରଣ ଲୋକ କ୍ରୀଡ଼ା ପଛରେ ଥିବା ଉତ୍ସାହକୁ ମଧ୍ୟ ଜାଣିବା ଦରକାର। ତେଣୁ ଆମକୁ ରାଜସ୍ବର ନିୟମଗୁଡିକୁ ବୁଝିବାକୁ ପଡିବ। ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟବଶତଃ କ୍ରୀଡ଼ା ଏବେ ବ୍ୟବସାୟରେ ପରିଣତ ହେବା ସହ ଫଳାଫଳ କୈନ୍ଦ୍ରିକ ହୋଇଛି। ଇ- ସ୍ପୋଟର୍‌ସ ଇତିମଧ୍ୟରେ ଲୋକପ୍ରିୟତା ହାସଲ କରିଛି ଓ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଏହା ବିଭିନ୍ନ କୌଶଳ, ଜ୍ଞାନକୁ ବିକଶିତ କରିଛି। ବ୍ୟବସାୟ ଦୃଷ୍ଟିକୋଣରୁ ଇ- ସ୍ପୋଟର୍‌ସ ଆହୁରି ବ୍ୟାପକ ହୋଇଛି ବୋଲି ସେ କହିଛନ୍ତି। ସେହିପରି ସ୍ପୋଟର୍‌ସ ମ୍ୟାନେଜମେଣ୍ଟ ଏବେ ଏକ ବଡ଼ ମାର୍କେଟରେ ପରିଣତ ହୋଇଛି ବୋଲି ମିଚେଲ ଡେସବୋର୍ଡେସ କହିଛନ୍ତି। କୋଚିଂ, ଗେମ୍‌ ମ୍ୟାନେଜମେଣ୍ଟ, ଆଥଲେଟ୍‌ ମ୍ୟାନେଜମେଣ୍ଟ ନେଇ ଚାହିଦା ବଢିଛି। ଲୋକଙ୍କୁ ଏନେଇ ଠିକ୍‌ବାଟରେ ନେବା ସହିତ ସେମାନଙ୍କୁ ମାର୍କେଟିଂର ପ୍ରକୃତ ଜ୍ଞାନ ସହିତ ଅବଗତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏବେ କ୍ରୀଡ଼ା ସଂସ୍ଥାଗୁଡିକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ, ଭିତ୍ତିଭୂମି ପରିଚାଳନା ଓ ମାର୍କେଟିଂ ରିସର୍ଚ୍ଚ ନେଇ ବଡ଼ବଡ଼ କମ୍ପାନୀକୁ ନିଯୁକ୍ତି କରୁଛନ୍ତି ବୋଲି ସୋମେଶ କେ. ମାଧୁର କହିଛନ୍ତି। ଭାରତରେ କ୍ରୀଡ଼ା ଭିତ୍ତିଭୂମୀର ବିକାଶ ହେଉଥିବାରୁ କ୍ରୀଡ଼ା ପରିଚାଳନା ଏକ ଶିଳ୍ପ ଭାବେ ବିପୁଳ ସୁଯୋଗ ସୃଷ୍ଟି କରିଛି। ଆମ ନିକଟରେ ବହୁ ସଂଖ୍ୟାରେ କ୍ରୀଡ଼ା ପ୍ରତିଭା ରହିଛନ୍ତି। ଏଥିପାଇଁ ସେମାନଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବା ଆବଶ୍ୟକ। ତେବେ ଏଥିପାଇଁ ପେସାଦାର ମନୋଭାବ ଆପଣାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି ହରେନ୍ଦ୍ର ସିଂ କହିଛନ୍ତି ଯେ, ଏବେକାର କୋଚ୍‌ମାନଙ୍କୁ ଥିଓରିଟିକାଲ ଓ ଆନାଲିଟିକାଲ ସ୍କିଲ ପାଇଁ ପ୍ଲାଟ୍‌ଫର୍ମ ପ୍ରଦାନ କରିଛି। ଏହା ଶିକ୍ଷା କରିବାର ଗଭୀରତାକୁ ଆହୁରି ଶାଣିତ କରିଥାଏ ବୋଲି ସେ କହିଛନ୍ତି। ସେହିପରି ବିଜୟ ଲାନ୍ସି ମାସ୍କାରେନହାସ କହିଛନ୍ତି ଯେ, ଜଣେ କ୍ରୀଡ଼ାବିତର ମାନସିକତା ଭିନ୍ନ ରହିଥାଏ। ଜଣେ ପ୍ରବନ୍ଧକ ହେବା ପାଇଁ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ ପଢିବା ଆବଶ୍ୟକ ନାହିଁ। କ୍ରୀଡ଼ାକୁ ଅନ୍‌ଲାଇନ୍‌ରେ ପଢି ହେବ ନାହିଁ କି ବୁଝି ହେବ ନାହିଁ ବୋଲି ସେ କହିଛନ୍ତି। ସବୁ ଶ୍ରେଷ୍ଠ ଖେଳାଳିଙ୍କ ପଛରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ହାତ ରହିଛି ବୋଲି କରନ ସଂ କହିଛନ୍ତି। ତୃଣମୂଳସ୍ତରରେ କ୍ରୀଡ଼ାବିତ୍‌ଙ୍କ ପାଇଁ ସୁଯୋଗ ସୃଷ୍ଟି ହେବା ସହ ଉଚିତ ପରିବେଶ ସୃଷ୍ଟ ହେବା ଆବଶ୍ୟକ। କ୍ରୀଡ଼ାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ହେଲା ଖେଳାଳି ଓ ଅନ୍ୟଟି ହେଲା ସଂସ୍ଥା ଯେଉଁଗୁଡକ କ୍ରୀଡ଼ାକୁ ପରିଚାଳନା କରନ୍ତି। ଥରେ ଚୟନ ହୋଇଗଲେ ଏହାପରେ ସବୁକିଛି ସହଜ ହୋଇଯାଏ ବୋଲି ସେ କହିଛନ୍ତି। କ୍ରୀଡ଼ାର ନୂଆ ନୂଆ ଫର୍ମାଟ୍‌ ପ୍ରତିଦିନ ସୃଷ୍ଟି ହେଉଛି। ଇ- ସ୍ପୋଟର୍‌ସ ଓ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଲୋକପ୍ରିୟତା ବଢୁଥିବାରୁ କ୍ରୀଡ଼ା ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଇପାରେ। ନୂଆ ନୂଆ ଫର୍ମାଟ୍‌ ପ୍ରତିଦିନ ସୃଷ୍ଟି ହେଉଛି। ଇ- ସ୍ପୋଟର୍‌ସ ଓ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଲୋକପ୍ରିୟତା ବଢୁଥିବାରୁ କ୍ରୀଡ଼ା ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri