ତିର୍ତ୍ତୋଲରେ ପୋଷ୍ଟାଲ ଭୋଟ ଜାଲିଆତି

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ତିର୍ତ୍ତୋଲ ଉପନିର୍ବାଚନରେ ସରକାରୀ ଅଧିକାରୀମାନେ ଶାସକ ଦଳକୁ ଜିତାଇବା ପାଇଁ ପୋଷ୍ଟାଲ ଭୋଟ ଜାଲିଆତି କରୁଛନ୍ତି। ପ୍ରିଜାଇଡିଂ ଅଫିସର ପୋଷ୍ଟାଲ ଭୋଟ ଜାଲିଆତି କରି ଶାସକ ଦଳ ସପକ୍ଷରେ ଭୋଟ କରାଉଛନ୍ତି ବୋଲି ରାଜ୍ୟ ଭାଜପା ଅଭିଯୋଗ କରିଛି।
ଭାରତର ମୁଖ୍ୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ନେଇ ଭାଜପାର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ଏହି ମର୍ମରେ ସ୍ମାରକପତ୍ର ପ୍ରଦାନ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାଯର୍‌ୟାନୁଷ୍ଠାନ ଦାବି କରିଛି। କମିଶନଙ୍କ ଗାଇଡ୍‌ଲାଇନ ଅନୁଯାୟୀ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ଏବଂ କରୋନା ଆକ୍ରାନ୍ତଙ୍କୁ ପୋଷ୍ଟାଲ ବାଲଟରେ ଭୋଟ ଦେବା ପାଇଁ ଅନୁମତି ରହିଛି। କିନ୍ତୁ ତିର୍ତ୍ତୋଲରେ ଏହି ନିୟମର ଅପବ୍ୟବହାର କରି ପ୍ରିଜାଇଡିଂ ଅଫିସର ବିଜେଡି ସପକ୍ଷରେ ଭୋଟ ଆଦାୟ କରୁଛନ୍ତି। ପ୍ରିଜାଇଡିଂ ଅଫିସର ମୁଖ୍ୟ ନିର୍ବାଚନ କମିଶନଙ୍କ ପୋଷ୍ଟାଲ ବାଲଟ ଭୋଟିଂ ଗାଇଡ୍‌ଲାଇନ ଏବଂ ନିର୍ବାଚନ ଅଧିନିୟମ ୧୯୬୧କୁ ଉଲ୍ଲଂଘନ କରୁଥିବା ପ୍ରତିନିଧି ଦଳ ଅଭିଯୋଗ କରିଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମିଛ ତଥ୍ୟ ଦର୍ଶାଇ ଲୋକଙ୍କଠାରୁ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଛନ୍ତି। ପୋଷ୍ଟାଲ ଭୋଟ ସଂଗ୍ରହ ସମୟରେ ପ୍ରିଜାଇଡିଂ ଅଫିସର ଓ ବୁଥସ୍ତରୀୟ ଏଜେଣ୍ଟମାନେ ଭୋଟ ଜାଲିଆତି କରିବା ପାଇଁ ଲଫାପାକୁ ସିଲ୍‌ କରିବା ପରିବର୍ତ୍ତେ ଖୋଲା ଛାଡିଦେଉଛନ୍ତି। ଏହାଦ୍ୱାରା ମତଦାତାଙ୍କ ଗୋପନୀୟତା କ୍ଷୁଣ୍ଣ ହେଉଛି। ଅନେକ ସ୍ଥାନରେ ଦସ୍ତଖତ କିମ୍ବା ଟିପଚିହ୍ନ ନ ନେଇ ଭୋଟକୁ ଜାଲିଆତି କରାଯାଉଛି।
ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜମମତ ବିରୋଧୀ। ବର୍ତ୍ତମାନ ସୁଦ୍ଧା ହୋଇଥିବା ପୋଷ୍ଟାଲ ଭୋଟିଂକୁ ବାତିଲ କରିବାକୁ ନିର୍ବାଚନ ଅଧିକାରୀଙ୍କ ପାଖରେ ପ୍ରତିନିଧି ଦଳ ଦାବି କରିଛି। ଏହା ସହ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନଙ୍କ ନିକଟରେ ଦାବି କରାଯାଇଛି। ତିର୍ତ୍ତୋଲରେ ପୁଣିଥରେ ମୁଖ୍ୟ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ ଅନୁଯାୟୀ ପୋଷ୍ଟାଲ ଭୋଟିଂ କରିବାକୁ ଅନୁମତି ଦେବା ସହ ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri