ଆତ୍ମନିର୍ଭର ଭାରତକୁ ନେଇ ପ୍ରଶ୍ନ ଉଠାଇଲେ ରାଜନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପ୍ରଶ୍ନ ଉଠାଇଛନ୍ତି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଆମଦାନୀ ଉପରେ ଯେଉଁ କଟକଣା ଲାଗୁଛି ତାକୁ ନେଇ ରାଜନ ସରକାରଙ୍କୁ ସତର୍କ କରାଇଛନ୍ତି। ଭାରତ ପୂର୍ବରୁ ଏଭଳି ପନ୍ଥା ଆପଣାଇଥିବା ବେଳେ ସଫଳ ହୋଇନାହିଁ ବୋଲି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହି ମତ ରଖିଛନ୍ତି।
ଟାରିଫ ବଢାଇ ଆମଦାନୀକୁ କମ୍‌ କରିବାକୁ ଯଦି ଆତ୍ମନିର୍ଭର ଭାରତ କୁହାଯାଏ କିମ୍ବା ଏହା ଉପରେ ଯଦି ଫୋକସ କରାଯାଉଥାଏ ତାହା ଠିକ୍‌ ନୁହେଁ। ଗତ କିଛି ବର୍ଷ ପୂର୍ବରୁ ଏଭଳି ପଦକ୍ଷେପ ଭାରତ ନେଇଛି। ଏପରି କାମ ଭାରତ ପୂର୍ବରୁ କରିଥିବା ବେଳେ ପୁଣି ଥରେ ସମାନ କାମ କରିବା ଭଳି ହେଉଛି; ଯାହା ସଫଳ ହୋଇନାହିଁ। ଏଣୁ ଏ ଦିଗରେ ଧ୍ୟାନ କେନ୍ଦ୍ରିତ କରା ନ ଯାଉ ବୋଲି ରାଜନ ସତର୍କ କରାଇଛନ୍ତି।
ରପ୍ତାନି ଉପରେ ମତ ରଖି ସେ କହିଛନ୍ତି ଯେ, ବିଦେଶରୁ ସାମଗ୍ରୀ ଆମଦାନୀ କରି ସାମଗ୍ରୀ ପ୍ରସ୍ତୁତ କରିବା ସହ ଏଗୁଡିକ କିଭଳି ସୁଲଭ ହେବ ତାକୁ ଧ୍ୟାନଦେବାକୁ ହେବ। ଏହା ହେଲେ ପ୍ରଡକ୍ଟ ପ୍ରତିଦ୍ୱଦ୍ୱୀ ହୋଇପାରିବ। ସାମଗ୍ରୀ ଆସେମ୍ବଲ ଦ୍ୱାରା ଚାଇନା ରପ୍ତାନିରେ ଏକ ସୁପରପାଓ୍ବାର ହୋଇପାରିଛି। ଚାଇନା ନିଜ ଦେଶର ଶିଳ୍ପର ସ୍ବାର୍ଥ ଲାଗି ଆମଦାନୀ ଉପରେ କଟକଣା ଲଗାଇନାହିଁ। ବିଦେଶ ସାମଗ୍ରୀ ଆମଦାନୀ ଏବଂ ନିଜ ଦେଶର ସାମଗ୍ରୀ ଉଭୟକୁ ବ୍ୟବହାର କରି ଚାଇନା ଭଲ ସ୍ଥିତି ସୃଷ୍ଟି କରିପାରିଛି। ରପ୍ତାନି କରିବାକୁ ହେଲେ ଭାରତକୁ ଆମଦାନୀ କରିବାକୁ ହେବ। ଆମଦାନୀରେ ଅତ୍ୟଧିକ ଟିକସ ଲଗାଇ ଭାରତରେ ଉତ୍ପାଦକୁ ଏକ ଭଲ ସ୍ଥିତିରେ ପହଞ୍ଚାଇବାକୁ ଫୋକସ୍‌ ନ କରାଯାଉ । ସରକାର ଦେଶରୁ ରପ୍ତାନି ବଢାଇବା ଲାଗି ଦୀର୍ଘ ମିଆଦୀ ପୁଞ୍ଜି ବିନିଯୋଗ କରିବା ସହ ସବୁ କିଛିକୁ ଧ୍ୟାନରେ ରଖିବା ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri