Posted inଖେଳ

ଷଷ୍ଠ ବିଜୟ ସହ ମୁମ୍ବାଇ ପୁଣି ଶୀର୍ଷରେ

ଆବୁଧାବି, ୧୭।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ପୁଣି ଫେରିଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ଦଳ କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରିଛି। କୋଲକାତା ୨୦ ଓଭରରେ ୫ ଉଇକେଟ ହରାଇ ୧୪୮ ରନ କରିଥିବାବେଳେ ମୁମ୍ବାଇ ୧୬.୫ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମୁମ୍ବାଇ ୮ ମ୍ୟାଚରୁ ୬ ବିଜୟ ସହ ୧୨ ପଏଣ୍ଟ ପାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୧୨ ପଏଣ୍ଟ ପାଇଥିଲେ ହେଁ ରନ ହାରରେ ମୁମ୍ବାଇ ଉପରକୁ ଉଠିଛି। ଅନ୍ୟପକ୍ଷରେ କୋଲକାତା ଏଠାରେ ୮ମ ମ୍ୟାଚ ଖେଳିଥିବାବେଳେ ୪ର୍ଥ ପରାଜୟ ବରଣ କରିଛି।
ଚଳିତ ଆଇପିଏଲରେ ପ୍ରଥମଥରପାଇଁ କୋଲକାତା ଦଳର ନେତୃତ୍ୱ ନେଉଥିବା ଇଅନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହା ଭୁଲ୍‌ ସାବ୍ୟସ୍ତ ହୋଇଥିଲା। ଶୀଘ୍ର ଉଇକେଟ ପତନ ଯୋଗୁ ୧୦.୪ ଓଭର ବେଳକୁ ସ୍କୋର ୬୧/୫ ହୋଇ ଯାଇଥିଲା। ଟପ୍‌ ଅର୍ଡରର କୌଣସି ବ୍ୟାଟ୍ସମ୍ୟାନ ମୁମ୍ବାଇ ବୋଲରଙ୍କୁ ମୁକାବିଲା କରିପାରି ନ ଥିଲେ। ରାହୁଲ ତ୍ରିପାଠୀ ୭, ନୀତୀଶ ରାଣା ୫, ଶୁବମନ ଗିଲ୍‌ ୨୧, ଅଧିନାୟକ ପଦ ଛାଡ଼ିଥିବା ଦୀନେଶ କାର୍ତ୍ତିକ ୪ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ୧୨ ରନ କରି ଆଉଟ ହୋଇଥିଲେ। ତେବେ ପ୍ୟାଟ୍‌ କୁମିନ୍ସଙ୍କ କ୍ୟାରିୟର ଶ୍ରେଷ୍ଠ ଇନିଂସ ଏବଂ ମୋର୍ଗାନଙ୍କ ସହ ଅସମାପ୍ତ ୬ଷ୍ଠ ଉଇକେଟରେ ୫୬ ବଲ୍‌ରୁ ୮୭ ରନ ଭାଗୀଦାରି ଯୋଗୁ କୋଲକାତା ୨୦ ଓଭରରେ ୫ ଉଇକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ହାସଲ କରି କୁମିନ୍ସ ୩୬ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୫୩ ଓ ମୋର୍ଗାନ ୨୯ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ମାରି ୩୯ ରନରେ ଅପରାଜିତ ରହିଥିଲେ। ମୁମ୍ବାଇ ବୋଲରଙ୍କ ମଧ୍ୟରେ ରାହୁଲ ଚହର ୨ଟି ଏବଂ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍‌ରା, ଓ ନାଥାନ କୁଲ୍ଟର-ନୀଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୪୮ ରନ ଚଳିତ ଆଇପିଏଲରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ କ୍ଷେତ୍ରରେ ଦ୍ୱିତୀୟ ସର୍ବନିମ୍ନ ଦଳଗତ ସ୍କୋର। ପୂର୍ବରୁ କୋଲକାତା ବିପକ୍ଷ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ କରିଥିବା ୧୪୨ ରନ ସର୍ବନିମ୍ନ ସ୍କୋର ହୋଇ ରହିଛି।
ଟାର୍ଗେଟ ବଡ଼ ନ ଥିବାରୁ ବିନା ଚାପରେ ଖେଳ ଆରମ୍ଭ କରିଥିଲା ମୁମ୍ବାଇ। ଦୁଇ ଓପନର କ୍ୱିଣ୍ଟନ ଡିକକ୍‌ ଓ ଅଧିନାୟକ ରୋହିତ ଶର୍ମା ପ୍ରତିପକ୍ଷ ବୋଲରଙ୍କୁ ଧୂଲେଇ କରି ଦ୍ରୁତ ହାରରେ ରନ ସଂଗ୍ରହ କରିଥିଲେ। ଫଳରେ ପାଓ୍ବାର ପ୍ଲେ ୬ ଓଭରରେ ଦଳ ୫୦ ଏବଂ ୧୧.୫ ଓଭରରେ ୧୦୦ ରନ ପୂରଣ କରିଥିଲା। ବିସ୍ଫୋରକ ବ୍ୟାଟିଂ କରିଥିବା ଡିକକ୍‌ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଗତ ୪ ମ୍ୟାଚରୁ ଏହାଥିଲା ତାଙ୍କର ତୃତୀୟ ଅର୍ଦ୍ଧଶତକ। ଓପନିଂ ଯୋଡ଼ିରେ ୬୩ ବଲ୍‌ରୁ ୯୪ ରନ ଭାଗୀଦାରି ପରେ ରୋହିତ ଆଉଟ ହୋଇଥିଲେ। ସେ ୩୬ ବଲ୍‌ରୁ ୩୫(୫ ଚୌକା, ୧ ଛକା) ରନ କରି ଶିବମ୍‌ ମାଭିଙ୍କ ବଲ୍‌ରେ ଦୀନେଶ କାର୍ତ୍ତିକଙ୍କଦ୍ୱାରା କଟ୍‌ବିହାଇଣ୍ଡ ହୋଇଯାଇଥିଲେ। ସୂର୍ଯ୍ୟକୁମାର ଯାଦବ ମାତ୍ର ୧୦ ରନରେ ଆଉଟ ହୋଇଥିବାବେଳେ ଡିକକ୍‌ ଖେଳିଥିଲେ ଅନ୍ୟତମ ଶ୍ରେଷ୍ଠ ଇନିଂସ। ସେ ୪୪ ବଲ୍‌ରୁ ୭୮ (୯ ଚୌକା, ୩ ଛକା) ରନରେ ଅପରାଜିତ ରହି ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ବଲ୍‌ରୁ ଦ୍ରୁତ ୨୧(୩ ଚୌକା, ୧ ଛକା) କରି ଅପରାଜିତ ରହିଥିଲେ। ଅସମାପ୍ତ ୩ୟ ଉଇକେଟ ଯୋଡ଼ିରେ ଦୁହେଁ ୩୮ ରନ ଯୋଗ କରିଥିଲେ। ଫଳରେ ମୁମ୍ବାଇ ଆହୁରି ୧୯ଟି ବଲ୍‌ ବାକିଥାଇ ବିଜୟ ହାସଲ କରିଥିଲା। କୋଲକାତା ପକ୍ଷରୁ ଶିବମ୍‌ ମାଭି ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୪୮/୫(କୁମିନ୍ସ-୫୩*, ମୋର୍ଗାନ-୩୯*, ଶୁବମନ-୨୧, ରାହୁଲ ଚହର-୨/୧୮, ବୁମ୍‌ରା-୧/୨୨, ବୋଲ୍ଟ-୧/୩୨, କୁଲ୍ଟର ନୀଲ-୧/୫୧)। ମୁମ୍ବାଇ ଇଣ୍ଡିଆନ୍ସ ୧୬.୫ ଓଭରରେ ୧୪୯/୨(ଡିକକ୍‌-୭୮*, ରୋହିତ-୩୫, ହାର୍ଦ୍ଦିକ-୨୧*, ମାଭି-୧/୨୪, ବରୁଣ-୧/୨୩)।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri