ମାସ୍କ, ପିପିଇ କିଟ୍‌ ଦୁର୍ନୀତିକୁ ନେଇ ହଟ୍ଟଗୋଳ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ସରକାରଙ୍କ କୋଭିଡ୍‌-୧୯ ପରିଚାଳନାକୁ ମଙ୍ଗଳବାର ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଭାଜପା ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। କରୋନା ପାଇଁ ମାସ୍କ ଓ ପିପିଇ କିଟ୍‌ କିଣାରେ ବହୁ କୋଟି ଟଙ୍କାର ଅନିୟମିତତା ହୋଇଥିବା ନେଇ ବିରୋଧୀ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅଡି ବସିଥିଲେ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗୃହରେ ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଏ ନେଇ ସେ ପ୍ରିଭିଲେଜ୍‌ ମୋଶନ ଆଣିଥିଲେ। ମାସ୍କ ଓ ପିପିଇ କିଟ୍‌ କିଣାରେ ଦୁର୍ନୀତି ହୋଇଥିବା କଥା ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ କରୋନା ପାଇଁ ରାଜ୍ୟ ଔଷଧ ନିଗମ ମାଧ୍ୟମରେ ବହୁ କୋଟି ଟଙ୍କାର ସାମଗ୍ରୀ କିଣାଯାଇଥିଲା। ସାମଗ୍ରୀ କିଣିବାକୁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହି କମିଟି ସମସ୍ତ ସାମଗ୍ରୀକୁ ଯାଞ୍ଚ କରିବା ସହ ସାମଗ୍ରୀ କିଣିବା ଉପରେ ମୋହର ମାରୁଥିଲେ। ମାତ୍ର ଯାଞ୍ଚ ସମୟରେ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ୍‌କୁ ନ ମାନି ମନଇଚ୍ଛା ନିମ୍ନାମାନର ପିପିଇ କିଟ୍‌ ଏବଂ ଅନ୍ୟ ସାମଗ୍ରୀ କିଣାଯାଇଥିଲା। କମିଟି ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମାଙ୍କ ଭୂମିକାକୁ ସେ ସନ୍ଦେହ କରିଥିଲେ। ବ୍ଲାଙ୍କ ଚେକ୍‌ ପ୍ରସଙ୍ଗ ମଧ୍ୟ ଉଠାଇ ସେ କହିଥିଲେ, କୋଭିଡ୍‌ ମୁକାବିଲା ପାଇଁ ଯେଉଁ କମ୍ପାନୀରୁ ସାମଗ୍ରୀ କିଣାଯାଉଥିଲା ସେମାନଙ୍କୁ କାହିଁକି ବ୍ଲାଙ୍କ ଚେକ୍‌ ଦିଆଯାଇଥିଲା। କରୋନା ମୁକାବିଲାରେ ରାଜ୍ୟ ସରକାର ରାଜକୋଷରୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ରାଜ୍ୟରେ ମେଡିକାଲ ଭିତ୍ତିଭୂମି ସୁଧୁରି ନାହିଁ। କରୋନା ପରିଚାଳନାରେ ତ୍ରୁଟି ଯୋଗୁ ରାଜ୍ୟ ଏବେ ଋଣରେ ବୁଡ଼ିଥିବା ସେ ଅଭିଯୋଗ କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ମଧ୍ୟ ଗୃହରେ କୋଭିଡ୍‌ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, କୋଭିଡ୍‌ ଯୋଗୁ ରାଜ୍ୟରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଭୁବନେଶ୍ୱର, ଖୋର୍ଦ୍ଧା ଓ ଜଟଣୀରେ ୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। ସାଧାରଣ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରୁ ନାହିଁ। ସରକାର ତୁରନ୍ତ ଅନ୍ୟ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ଦାବି କରିଥିଲେ।
ବିରୋଧୀ ଦଳ ନେତା ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଟେଣ୍ଡର ପ୍ରଦାନରେ ଅର୍ଥ ହେରଫେର ହୋଇଥିବାବେଳେ କେବଳ ସିରାଜ ଉଦ୍ଦିନ ମାଇନ୍ସ ପାଇଁ ରାଜ୍ୟ ସରକାର ୨୧ ହଜାର କୋଟି ଟଙ୍କାର କ୍ଷତି ସହିଥିବା କହିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭା ଅଧିବେଶନକୁ ବୁଧବାର ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri