କମୁଛି ରାଜସ୍ବ, ବଢୁଛି ଖର୍ଚ୍ଚ: ଅଧିକ ଋଣ କରିପାରନ୍ତି ସରକାର

ନୂଆଦିଲ୍ଲୀ, ୧୧।୯ : କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଅପରପକ୍ଷରେ ଟିକସ ସଂଗ୍ରହ କମୁଥିବାରୁ ରାଜକୋଷ ଉପରେ ଏବେ ଚାପ ପଡୁଛି। ଏଭଳି ବିଭିନ୍ନ କାରଣ ଲାଗି ସରକାର ଅଧିକ ଋଣ କରିବାକୁ ବାଧ୍ୟ ହୋଇ ପାରନ୍ତି। ପରିଶେଷରେ କହିବାକୁ ଗଲେ ନିଅଣ୍ଟିଆ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସରକାର ମନେଟାଇଜେଶନ ଉପରେ ବିଚାର କରିପାରନ୍ତି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ରୟଟର୍ସକୁ ସୂଚନା ଦେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ଭାଗ ଲାଗି ଋଣ ଯୋଜନା ମାର୍ଚ୍ଚ ୩୧ରେ ଶେଷ ହେଉଛି। ଏ ସଂକ୍ରାନ୍ତ ବିଭିନ୍ନ ଦିଗ ଉପରେ ରିଜର୍ଭ ବ୍ୟାଙ୍କ ଏବଂ ସରକାର ଚଳିତ ମାସ ଶେଷ ଆଡକୁ ବିଚାର କରିବେ ବୋଲି ଶୁଣାଯାଉଛି।
ଋଣର ମନେଟାଇଜେଶନ ଉପରେ ରହିଥିବା ସାମ୍ଭାବ୍ୟ ସ୍ଥିତି ଉପରେ ବର୍ତ୍ତମାନ ସୁଦ୍ଧା ଆଲୋଚନା କରାଯାଇଛି। ଏହା ଏଭଳି ଏକ କାର୍ଯ୍ୟ ଯେଉଁଥିରେ ବିତ୍ତୀୟ ନିୟଣ୍ଟ (ସରକାରଙ୍କ ଆୟ ବ୍ୟୟ ମଧ୍ୟରେ ପାର୍ଥକ୍ୟ)କୁ ପୂରଣ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଟଙ୍କା ଛାପିଥାଏ। ଅର୍ଥାତ ନିଅଣ୍ଟକୁ ଭରଣା ଲାଗି ରିଜର୍ଭ ବ୍ୟାଙ୍କ କିଛି ପରିମାଣର ଟଙ୍କା ଛାପି ସ୍ଥିତିକୁ ନିୟନ୍ତ୍ରଣ କରିଥାଏ। ୧୯୯୭ରେ ଏଭଳି ପୂର୍ବରୁ ହୋଇଯାଇଛି। ଏହାକୁ ସାଧାରଣତଃ ଠିକ୍‌ କାର୍ଯ୍ୟ ବୋଲି ଅନେକଙ୍କ ଦ୍ୱାରା ବିବେଚନା କରାଯାଇ ନ ଥାଏ। ହେଲେ ତବବରିଆ ଭାବେ ଏଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ନାହିଁ ବୋଲି ଅଧିକାରୀ କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ନିଶ୍ଚିତ ପକ୍ଷେ ସରକାରଙ୍କୁ ଅଧିକ ଋଣ କରିବାକୁ ପଡିବ। ଟଙ୍କା ଛପାଇବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ସ୍ଥିତି ଉପରେ ଏବେ ନଜର ରଖାଯାଇଛି। ଧର୍ଯ୍ୟ ଧରି ଆଗକୁ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ଦିଗରେ ବିଚାର କରାଯାଉଥିବା ଅଧିକାରୀ କହିଛନ୍ତି।
ଅନ୍ୟ ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି, ଡେଟ୍‌ ମନେଟାଇଜେଶନ ଏକ ଯଥାର୍ଥ ବିକଳ୍ପ ନୁହେଁ। ମାତ୍ର କେତେକ ଦେଶ ଏଭଳି କରୁଥିବା ଦେଖାଯାଉଛି। ମାତ୍ର ଏହା ସରକାରଙ୍କ ଲାଗି ଶେଷ ପନ୍ଥା ହୋଇପାରେ। ଏହା କ୍ରେଡିଟ ରେଟିଂକୁ ପ୍ରଭାବିତ କରିବ। ଏହାବାଦ ମୁଦ୍ରାସ୍ଫୀତି ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇବ। ଖାଦ୍ୟ ସାମଗ୍ରୀ ଦରଦାମ ବଢିଲେ ଏହା ଲୋକଙ୍କର ଚିନ୍ତା ବଢାଇବ। ସରକାରଙ୍କ ଲାଗି ଏହା ମଧ୍ୟ ଚିନ୍ତାର କାରଣ ପାଲଟିପାରେ। ରିଜର୍ଭ ବ୍ୟାଙ୍କ ଓପନ୍‌ ମାର୍କେଟ ଅପରେଶନ ଦ୍ୱାରା ନଗଦ ସୁବିଧାକୁ ତ୍ୱରାନ୍ବିତ କରିପାରେ ବୋଲି ଅନ୍ୟ ଜଣେ ଅଧିକାରୀ ମତ ରଖିଛନ୍ତି। ଏହା ଦ୍ୱାରା ଅଧିକ ପରିମାଣର ଋଣ କରାଯାଇପାରେ। ସୂଚନା ଯୋଗ୍ୟ, ୧୨ ଲକ୍ଷ କୋଟି ଟଙ୍କା ଋଣ କରିବା ଲାଗି ସରକାର ପୂର୍ବରୁ ଲକ୍ଷ୍ୟ ରଖିଥିଲେ। ହେଲେ ସ୍ଥିତି ଯାହା ଉପୁଜିଛି ସରକାରଙ୍କୁ ଅଧିକ ଅର୍ଥ ଆବଶ୍ୟକ ପଡୁଛି।
ରିଜର୍ଭ ବ୍ୟାଙ୍କ ବଜାରରେ ୧୧ ଲକ୍ଷ କୋଟି ଟଙ୍କାର ନଗଦ ଉପଲବ୍ଧ କରାଇଛି। ଏଭଳି ସ୍ଥିତିରେ ସରକାର ଗତ ବର୍ଷ ତୁଳନାରେ ୭୦% ଅଧିକ ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ପାଇଁ ସରକାରଙ୍କୁ ବାଧ୍ୟ ହୋଇ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ୪ ମାସରୁ ଅଧିକ ସମୟ ଲାଗି ଦେଶକୁ ଲକ୍‌ଡାଉନ କରି ରଖାଯାଇଥିଲେ ମଧ୍ୟ କରୋନା ସଂକ୍ରମଣରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍‌ ଦେଶ। ଲକ୍‌ଡାଉନ ପାଇଁ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଖସିଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ପ୍ରାୟ ୧୪% ଖସିବା ନେଇ ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଛନ୍ତି। ସରକାରଙ୍କ ରାଜସ୍ବ ଲଗାତର ଖସୁଛି। ଯାହା ଅତ୍ୟନ୍ତ ଚିନ୍ତାଜନକ। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକରୁ ଅଂଶଧନ କ୍ରୟ ଦ୍ୱାରା ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ହୋଇପାରେ ବୋଲି ସରକାରଙ୍କ କିଛିଟା ଆଶା ରହିଛି। ଏହି ପରିପ୍ରେକ୍ଷୀରେ ଡିବିଏସ୍‌ର ଅର୍ଥନୀତିଜ୍ଞ ରାଧିକା ରାଓ କହିଛନ୍ତି , ଡେଫିସିଟ ମନେଟାଇଜେଶନ ଦ୍ୱନ୍ଦ୍ୱ ଭାରତ ପାଇଁ କିଛି ସ୍ବତନ୍ତ୍ର ନୁହେଁ। ଗୋଟିଏ କଥା ସରକାରଙ୍କୁ ସ୍ପଷ୍ଟ ଭାବେ ବିଚାର କରିବାକୁ ହେବ ମହାମାରୀ ଲାଗି ଏଭଳି ବ୍ୟବସ୍ଥା ଗ୍ରହଣଯୋଗ୍ୟ। ଏହାକୁ ବାରମ୍ବାର କରିବା ଗ୍ରହଣଯୋଗ୍ୟ ହୋଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri