ପୁରୀରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ

ପୁରୀ ଅଫିସ,୨୮।୮: ପୁରୀରେ ହେବ ଅତ୍ୟାଧୁନିକ ମାଛ ମାର୍କେଟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଏହି ପ୍ରକଳ୍ପକୁ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରୂପ ଦିଆଯିବ। ପୁରୀ ସହରର ସମସ୍ତ ମାଛ ବ୍ୟବସାୟୀଙ୍କୁ ଗୋଟିଏ ଛାତ ତଳେ ରଖିବା ଲକ୍ଷ୍ୟ ନେଇ ମତ୍ସ୍ୟ ବିଭାଗ ଏମିତି ଏକ ଯୋଜନା ପ୍ରସ୍ତୁତ କରିଛି। ଏ ନେଇ ପ୍ରକ୍ରିୟା ଜୋର୍‌ଦାର ଚାଲିଥିବାବେଳେ ଏଥିଲାଗି ଜମି ମଧ୍ୟ ଚିହ୍ନଟ ସରିଛି। ଏହି ଅତ୍ୟାଧୁନିକ ମାଛ ମାର୍କେଟ ବାସ୍ତବତାର ରୂପ ନେବା ପରେ ଆମିଷପ୍ରେମୀମାନେ ସ୍ବାସ୍ଥ୍ୟକର ପରିବେଶରେ ସେମାନଙ୍କ ମନ ପସନ୍ଦର ମାଛ ଆଉ କଙ୍କଡ଼ା ପାଇପାରିବେ। ଏପରି କି ଏଠାରେ ସତେଜ ଓ ଜୀଅନ୍ତା ମାଛ ବି ଉପଲବ୍ଧ ହେବ।
ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି ବଡ଼ ବଡ଼ ପ୍ରକଳ୍ପର ନକ୍ସା ଅଙ୍କାଯାଇ ଶିଳାନ୍ୟାସ କରାଯାଇଛି। ଆଧ୍ୟାତ୍ମିକ ସହର ପୁରୀ ମଠ, ମନ୍ଦିରକୁ ନେଇ ବେଶ୍‌ ସମୃଦ୍ଧ। ଯେଉଁଥିପାଇଁ ପ୍ରତ୍ୟହ ଦେଶ ବିଦେଶରୁ ଭକ୍ତ, ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି। ମହାପ୍ରଭୁଙ୍କ ପ୍ରତି ମନରେ ଅତୁଟ ଭକ୍ତି ଓ ବିଶ୍ୱାସ ନେଇ ଅନେକ ଶ୍ରଦ୍ଧାଳୁ ଆସୁଥିବାବେଳେ ଏଠାକାର ବିଭିନ୍ନ ସ୍ଥାନରେ ଆମିଷ ଦ୍ରବ୍ୟ ବିକ୍ରି ହେଉଥିବା ଦେଖି ନାକ ଟେକନ୍ତି। ଅନେକ ସହରବାସୀ ବି ଏଣେତେଣ ମାଛ, କଙ୍କଡ଼ା ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି। ତେବେ ପୁରୀ ବିକାଶକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ମାଛ ମାର୍କେଟ ନିର୍ମାଣ ଲାଗି ଯୋଜନା ହୋଇଛି। ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଚିତ୍ର ଯଦିଓ ବାହାରକୁ ଆସିନାହିଁ, ତଥାପି ମିଳିଥିବା ସୂଚନା ପ୍ରକାରେ ୨୦୨୦-୨୧ ଆର୍ଥିକ ବର୍ଷରେ ମତ୍ସ୍ୟ ବିଭାଗ ଭିତ୍ତିଭୂମି ପାଣ୍ଠିରୁ ପୁରୀରେ ଏକ ସ୍ବାସ୍ଥ୍ୟକର ଅତ୍ୟାଧୁୁନିକ ମାଛ ମାର୍କେଟ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ଏହାର ପ୍ରାକ୍‌ ଆକଳନ ୬କୋଟି ଟଙ୍କା ରହିଥିବାବେଳେ ଏଥିଲାଗି ତାଳବଣିଆରେ ୨.୫ ଏକର ଜମି ଚିହ୍ନଟ ସରିଛି। ଏହାର ନିର୍ମାଣ ଶେଷ ହେଲେ ପ୍ରଥମେ ୧୦୦ରୁ ଊର୍ଦ୍ଧ୍ୱ ମାଛ ବିକାଳୀଙ୍କୁ ଏଠାରେ ମାଛ, କଙ୍କଡ଼ା ବିକିବାକୁ ସୁଯୋଗ ଦିଆଯିବ। ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଏହାକୁ ୨/୩ ମହଲା ବିଶିଷ୍ଟ କରାଯାଇ ଅଧିକ ବ୍ୟବସାୟୀଙ୍କୁ ସ୍ଥାନ ଦିଆଯିବା ଲାଗି ଚିନ୍ତା କରାଯାଇଛି। ଗୋଟିଏ ଛାତ ତଳେ ସବୁ ପ୍ରକାର ମାଛ, କଙ୍କଡ଼ା ଏପରି କି ଜୀଅନ୍ତା ମାଛ ବି ଗ୍ରାହକ ପାଇପାରିବେ। ସବୁଠୁ ବଡ଼ କଥା ହେଉଛି ସ୍ବାସ୍ଥ୍ୟକର ପରିବେଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଅର୍ଥାତ୍‌ମାଛ ମାର୍କେଟର ପାଣି, କାତି ଏବଂ ଅନ୍ୟାନ୍ୟ ବର୍ଜ୍ୟ ଯେପରି ନ ଜମି ପରିବେଶ ପୂତିଗନ୍ଧମୟ ନ ହେବ ସେଥିପାଇଁ ବ୍ୟବସ୍ଥା କରାଯିବ। ମାଛ ମାର୍କେଟରୁ ନିଷ୍କାସିତ ପାଣିକୁ ବିଶୋଧନ କରାଯାଇ ଡ୍ରେନେଜ ସାହାଯ୍ୟରେ ବାହାରକୁ ଛଡ଼ାଯିବ। ସେହିପରି ବର୍ଜ୍ୟବସ୍ତୁକୁ ନିୟମିତ ବ୍ୟବଧାନରେ ସଫା କରାଯାଇ ଗାଡ଼ିିରେ ନେଇ ଦୂରରେ ନିର୍ଦ୍ଦିିଷ୍ଟ ସ୍ଥାନରେ ଡମ୍ପିଂ କରାଯିବ। ଏତଦ୍‌ବ୍ୟତୀତ ପରବର୍ତ୍ତୀ ସମୟରେ ଏହି ମାଛ ମାର୍କେଟ ନିକଟରେ ଏକ ପରିବା ହାଟ ମଧ୍ୟ କରାଯିବ। ଫଳରେ ଯେ କେହି ଏହି ଗୋଟିଏ ଜାଗାରୁ ଆମିଷ ଓ ନିରାମିଷ ସାମଗ୍ରୀ (ବିଭିନ୍ନ ପନିପରିବା) ପାଇପାରିବେ।
ଏହି ପ୍ରକଳ୍ପ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ପଚାରିବାରେ କହିଛନ୍ତି, ହଁ ଏମିତି ଏକ ଯୋଜନା କରାଯାଇଛି। ଏଥିପାଇଁ ଜମି ଚିହ୍ନଟ ସରିଥିବାବେଳେ ପ୍ରକ୍ରିୟା ଜାରି ରହିଛି। ସହରର ଏଣେତେଣେ ମାଛ ବିକ୍ରି ନ କରି ଗୋଟିଏ ଜାଗାରେ ବ୍ୟବସାୟୀ ବସିବେ। ମୁଖ୍ୟତଃ ସ୍ବାସ୍ଥ୍ୟକର ପରିବେଶରେ ମାଛ ବିକ୍ରି କରାଯିବ। ତେବେ ଏ ନେଇ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ପୁଣିଥରେ ଭାରତକୁ ବଡ଼ ଝଟକା ଦେଲା ଚାଇନା! ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପହଞ୍ଚିଲା…

ବେଜିଂ,୨୦।୧୨: ଚାଇନା ପୁଣିଥରେ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ପାଖକୁ ଯାଇଛି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ...

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri