ଆସିପାରେ ଦ୍ୱିତୀୟ ପ୍ୟାକେଜ

ନୂଆଦିଲ୍ଲୀ,୨୬।୮: କୋଭିଡ୍‌ ଯୋଗୁ କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି ସରକାର ଦ୍ୱିତୀୟ ପ୍ୟାକେଜ ଘୋଷଣା କରିପାରନ୍ତି। ବର୍ତ୍ତମାନ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଲୋକଙ୍କ ମନରେ ଏ ନେଇ ଭୟ ମଧ୍ୟ ରହିଛି। କୋଭିଡ୍‌ ସଂକ୍ରମଣ ଥମିଲେ ସରକାର ଦ୍ୱିତୀୟ ପ୍ୟାକେଜ ସମ୍ପର୍କରେ ବିଚାର କରିପାରନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। କରୋନା ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ହିତାଧିକାରୀଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ କରିଥିଲେ। ୪୦% ଅର୍ଥ ଲୋକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଥିବା ବେଳେ ଏହା ଲୋକମାନେ ଏହାକୁ ସଞ୍ଚୟ କରି ରଖୁଛନ୍ତି। ଅର୍ଥକୁ ଲୋକମାନେ ଖର୍ଚ୍ଚ କରିବାକୁ ଆଗେଇ ଆସୁ ନ ଥିବା ନଜରକୁ ଆସିଛି। ପ୍ରୋତ୍ସାହନ ପ୍ୟାକେଜର ବିଭିନ୍ନ ପ୍ରସଙ୍ଗକୁ ନେଇ ପୁଣି ଥରେ ବିଚାର କରାଯାଉଥିବା ବେଳେ କେଉଁ ସମୟରେ ଏହାକୁ ଲାଗୁ କରାଯିବା ନେଇ ଠିକ୍‌ ସମୟକୁ କେନ୍ଦ୍ର ସରକାର ଧ୍ୟାନରେ ରଖିବେ ବୋଲି ବ୍ୟୟ ସଚିବ ଟି.ଭି.ସୋମନାଥନ ସୂଚନା ଦେଇଛନ୍ତି।
ମାର୍ଚ୍ଚ ମାସରେ ସରକାର ପ୍ରଥମ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିଲେ। ବିଭିନ୍ନ ପଦକ୍ଷେପ ସହ ଜିଡିପିର ୨% ମଧ୍ୟ ପ୍ୟାକେଜ ମଧ୍ୟରେ ସାମିଲ ହୋଇଥିଲା। ରିଜର୍ଭ ବ୍ୟାଙ୍କ ୨ ଥର ରେପୋ ହ୍ରାସ କରିଥିବା ବେଳେ ଚଳିତ ମାସରେ ଏଥିରେ ବିରତି ଦେଇଛି। କେବଳ ବିଶେଷଜ୍ଞ କହିଛନ୍ତି, ସରକାର ଅନ୍ୟ ପଦକ୍ଷେପ ନେବାର ସମ୍ଭାବନା ଦେଖାଯାଉଛି। ଡନ୍‌ ଏବଂ ବ୍ରାଡ୍‌ଷ୍ଟ୍ରିଟ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋମନାଥନ କହିଛନ୍ତି, ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଏକ ଅନିଶ୍ଚିତ ସମୟ ଦେଇ ଗତି କରୁଛି। ସରକାର ଯାହା କଲେ ମଧ୍ୟ ଭୟ ଲୋକଙ୍କ ମନରେ ଭୟ ରହୁଛି। ବର୍ତ୍ତମାନ ଏହା ମଧ୍ୟ ପ୍ରତୀୟମାନ ହେଉଛି ଯେ, ସରକାର ପଦକ୍ଷେପ କିମ୍ବା ଆର୍ଥତ୍କ ପ୍ରୋତ୍ସାହନକୁ ଲୋକମାନେ ମଧ୍ୟ ଆଶା ନ ରଖି ନିଜ ଯୋଜନାକୁ ଆଗେଇ ନେବା ପାଇଁ ଆଗଭର ହେଉଛନ୍ତି। ଏଭଳି କ୍ଷେତ୍ରରେ ବଜାରର ଠିକ୍‌ ଅବସ୍ଥା ଆସିବା ଉପରେ ସବୁ କିଛି ନିର୍ଭର କରୁଛି।
ସେ ଆହୁରି ମଧ୍ୟ କହିଛନ୍ତି, ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସଙ୍କଟ ସ୍ଥିତି ଜାରି ରହିଛି। ସିନେମା ହଲ୍‌, ମଲ୍‌, ରେଷ୍ଟୁରାଣ୍ଟ ଭଳି ଅନ୍ୟ କ୍ଷେତ୍ର ବର୍ତ୍ତମାନ ବଡ ଧରଣର କ୍ଷତିରେ ଚାଲୁଛି। ଲୋକଙ୍କ ମନରେ ଭୟ ରହିଥିବାରୁ ସରକାର କିଛି କଲେ ମଧ୍ୟ ସବୁ କିଛି ସ୍ବାଭାବିକ ହୋଇଯିବ ବୋଲି ମଧ୍ୟ ଠିକ୍‌ ଭାବେ କହିହେଉନାହିଁ। ଲୋକଙ୍କ ମନରୁ ଭୟ କମିଲେ ଯାଇ ଏହି କ୍ଷେତ୍ରଗୁଡିକରେ ସ୍ଥିତି ସୁଧୁରିବ। ଏହି କ୍ଷେତ୍ରଗୁଡିକ ଶୀଘ୍ର ଟ୍ରାକ୍‌କୁ ଫେରିବା ନେଇ ସେ ଆଶାବାଦୀ ରହିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ କରୋନା ଥମିଲେ ଆଉ କିଛି ପଦକ୍ଷେପ ଉପରେ ସରକାର ବିଚାର କରିପାରନ୍ତି ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri