Posted inଫୁରସତ

ସ୍ବାମୀ ବହୁତ ଭଲପାଉଛନ୍ତି, ଏଣୁ ତାଙ୍କ ସହ ରହିପାରିବି ନାହିଁ: ଏପରି ଯୁକ୍ତି କରି ମହିଳା ମାଗିଲେ ଛାଡ଼ପତ୍ର..

ସମ୍ଭଲ: ସବୁ ସ୍ତ୍ରୀ ଚାହାନ୍ତି ତାଙ୍କ ସ୍ବାମୀ ତାଙ୍କୁ ବହୁତ ଭଲପାଆନ୍ତୁ। ହେଲେ ଉତ୍ତରପ୍ରଦେଶର ସମ୍ଭଲ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ତ୍ରୀଙ୍କୁ ସ୍ବାମୀଙ୍କ ଭଲପାଇବା ଅଣନିଃଶ୍ୱାସୀ କରିବା ପରି ମନେ ହୋଇଛି। ଏଥିପାଇଁ ସେ ତାଙ୍କ ସହ ରହିବାକୁ ଚାହାନ୍ତି ନାହିଁ। ଏପରିକି ସ୍ବାମୀଙ୍କଠାରୁ ଅଲଗା ହେବାକୁ ନେଇ ସେ ଛାଡ଼ପତ୍ର ମାମଲା ଶରିୟା କୋର୍ଟରେ ଦାୟର କରିଥିବା ସୂଚନା ମିଳିଛି।

ଉକ୍ତ ଜିଲାରେ ରହୁଥିବା ଜଣେ ମହିଳା ବିବାହର ୧୮ ମାସ ପରେ ଛାଡ଼ପତ୍ର ନେବାକୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ସ୍ବାମୀ ମହିଳାଙ୍କ ସହ ଝଗଡ଼ା କରନ୍ତି ନାହିଁ, ବରଂ ବହୁତ ଭଲପାଆନ୍ତି। ଯଦି କୌଣସି ଭୁଲ ସେ କରିଦିଅନ୍ତି, ସେ ତାଙ୍କୁ କ୍ଷମା କରିଦିଅନ୍ତି। ସବୁକଥାକୁ ହସିହସି ମାନି ନିଅନ୍ତି। ଘରର କାମରେ ସହାୟତା କରନ୍ତି। କେବେ କେବେ ତାଙ୍କ ପାଇଁ ରୋଷେଇ ମଧ୍ୟ କରିଦିଅନ୍ତି। ସ୍ବାମୀଙ୍କ ଏଭଳି ବ୍ୟବହାରକୁ ନେଇ ମହିଳା ଚିନ୍ତିତ ହୋଇପଡ଼ିଛନ୍ତି। ଏପରିକି ନିଜର ବୈବାହିକ ଜୀବନରେ ଅଣନିଃଶ୍ୱାସୀ ହେବା ମନେ କରୁଛନ୍ତି। ଏଣୁ ସେ ଛାଡ଼ପତ୍ର ନେବାକୁ ଚାହୁଁଥିବା କୋର୍ଟର ମୌଲବୀଙ୍କ ସମ୍ମୁଖରେ କହିଥିଲେ। ଏହାଶୁଣି ସମସ୍ତେ ଚକିତ ହୋଇଯାଇଥିଲେ। ଅପରପକ୍ଷେ ବ୍ୟକ୍ତିଙ୍କୁ ଏ ବିଷୟରେ ପଚରାଯିବାରେ ସେ ସ୍ତ୍ରୀଙ୍କୁ ବହୁତ ଭଲପାଆନ୍ତି। ସବୁବେଳେ ତାଙ୍କ ଖୁସିକୁ ପ୍ରାଧାନ୍ୟ ଦେଉଥିବା କହିଥିଲେ।

ଉଭୟ ପକ୍ଷକୁ ଶୁଣିବା ପରେ ଅଦାଲତ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହେଲେ ମହିଳା ଏତିକିରେ ରହି ନ ଥିଲେ। ଏହି ମାମଲାକୁ ନେଇ ସେ ପଞ୍ଚାୟତ ମଧ୍ୟ ବସାଇଥିଲେ। ଏବେ ଉଭୟଙ୍କୁ ନିଜ ନିଜ ମଧ୍ୟରେ ମାମଲାକୁ ସମାଧାନ କରିବାକୁ କୁହାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri