Posted inଫୁରସତ

ସୁନ୍ଦରୀ ସ୍ତ୍ରୀଙ୍କ ଆଗରେ ନିଜକୁ ଏଭଳି ଦେଖି ଲାଗୁଥିଲା ଖରାପ: ସିକ୍ସ ପ୍ୟାକ୍‌ ଆବ୍ସ ଲୁକ୍‌ ପାଇଁ ବ୍ୟକ୍ତି କଲେ ଏଭଳି…

ବୟସ ବଢ଼ିଲେ ଶରୀରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ଏପରିକି ଚର୍ବି ଯୋଗୁ ଓଜନ ମଧ୍ୟ ବଢ଼ିଥାଏ। ଉଭୟ ମହିଳା ଏବଂ ପୁରୁଷ ଏହି ସମସ୍ୟା ଦେଇ ଗତି କରନ୍ତି। ହେଲେ ଜଣେ ବ୍ୟକ୍ତି ଗୋଟିଏ ରାତି ଭିତରେ ସିକ୍ସ ପ୍ୟାକ୍‌ ଆବ୍ସ ବଡି କରି ଦେଖାଇଛନ୍ତି। ସେ ହେଲେ ଡାନିଏଲ୍‌ ଟିଲ୍ସ। ତାଙ୍କୁ ଏବେ ୩୯ ବର୍ଷ। ତେବେ ଫିଟ୍‌ ଲୁକ୍‌ ପାଇଁ ତାଙ୍କୁ ୧୪ ଲକ୍ଷରୁ ବି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଆପଣ ଯଦି ଭାବୁଛନ୍ତି ନିଜର ଫିଟ୍‌ ଲୁକ୍‌ ପାଇଁ ଡାନିଏଲ୍‌ ବ୍ୟାୟାମ ସହ ବଡି ବିଲ୍ଡିଂ ଖାଦ୍ୟ ଖାଇଛନ୍ତି, ତେବେ ଏହା ଭୁଲ। ସେ ଲିପୋସକ୍ସନ ସର୍ଜରୀ କରି ନିଜ ଶରୀରକୁ ଏଭଳି ପରିବର୍ତ୍ତନ କରିଛନ୍ତି।

୪୦ ବର୍ଷ ହେବାକୁ ଯାଉଥିବାରୁ ଡାନିଏଲ୍‌ ନିଜ ଶରୀରକୁ ନେଇ ଚିନ୍ତାରେ ରହୁଥିଲେ। ତାଙ୍କ ସ୍ତ୍ରୀ କିଛି ବର୍ଷ ଧରି କସ୍‌ମେଟିକ୍ସ ଚିକିତ୍ସା କରାଇ ଆସୁଥିଲେ। ଫଳରେ ସେ ସୁନ୍ଦର ଦେଖାଯାଉଥିଲେ। ଏଣୁ ଡାନିଏଲ ନିଜକୁ ତାଙ୍କ ସମକକ୍ଷ କରିବାକୁ ଚାହୁଁଥିଲେ। ସେ ଜିମ୍‌ ଯାଇଥିଲେ ହେଁ ଅନେକ ମାସ ପରେ ମଧ୍ୟ କିଛି ଫରକ ପଡ଼ି ନ ଥିଲା। ଏହାପରେ ସେ ସର୍ଜନଙ୍କ ପାଖକୁ ଯାଇଥିଲେ। ସେଠାରେ ଡାକ୍ତର ସର୍ଜରୀ ମାଧ୍ୟମରେ ଗୋଟିଏ ରାତିରେ ସେ ସିକ୍ସ ପ୍ୟାକ୍‌ ଆବ୍ସ ଲୁକ୍‌ରେ ନଜର ଆସିବେ ବୋଲି ପରାମର୍ଶ ଦେଇଥିଲେ।

ପରେ ରାତି ୧୨ରେ ତାଙ୍କର ସର୍ଜରୀ ଆରମ୍ଭ ହୋଇଥିଲା। ସକାଳ ହେବା ବେଳକୁ ସେ ନିଜକୁ ନୂଆ ରୂପରେ ଦେଖିଥିଲେ। ଏହାପୂର୍ବରୁ ଡାନିଏଲଙ୍କୁ ମେଡିକେଶନରେ ରଖାଯାଇଥିଲା। ଏବେ ସେ ସବୁଦିନ ପାଇଁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖିବେ। ଫଳରେ ସବୁଦିନ ପାଇଁ ତାଙ୍କର ଏଭଳି ଶରୀର ରହିପାରିବ ବୋଲି ସେ କହିଛନ୍ତି। ଏବେ ସେ ଲଗାତାର ଜିମ୍‌ ମଧ୍ୟ ଯାଉଛନ୍ତି। ହେଲେ ପୂର୍ବଭଳି ତାଙ୍କୁ ଆଉ ଖରାପ ଲାଗୁ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri