Posted inଖେଳ

କୋହଲି ସବୁଠୁ ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ, ୧୦।୮- କରୋନା ଭାଇରସ ସଂକ୍ରମଣ ଯୋଗୁ ଭାରତୀୟ କ୍ରିକେଟ ଦଳ ଖେଳିବା ତ ଦୂରର କଥା ଏପର୍ଯ୍ୟନ୍ତ ଅଭ୍ୟାସ ମଧ୍ୟ ଆରମ୍ଭ କରି ପାରିନାହିଁ। ମାତ୍ର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବେ ମଧ୍ୟ ଦର୍ଶକଙ୍କ ପସନ୍ଦର କ୍ରିକେଟର ରହିଛନ୍ତି। ୩୧ ବର୍ଷୀୟ କୋହଲି ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟର ବୋଲି ଏକ ଅନୁଧ୍ୟାନରୁ ଜଣା ଯାଇଛି। ସେହିପରି ‘ମେନ୍‌ ଇନ୍‌ ବ୍ଲୁ’ ସବୁଠାରୁ ଲୋକପ୍ରିୟ କ୍ରିକେଟର ଦଳ ତାଲିକାର ଶୀର୍ଷରେ ରହିଛି। ବୋଷ୍ଟନ ଭିତ୍ତିକ ଏକ ସଫ୍ଟଓ୍ବେର ସର୍ଭିସ କମ୍ପାନୀ ସେମ୍‌ରଶ ପକ୍ଷରୁ କରାଯାଇଥିବା ଷ୍ଟଡି ଅନୁସାରେ ଚଳିତ ବର୍ଷ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ପ୍ରଶଂସକମାନେ ପ୍ରତି ମାସରେ ହାରାହାରି ୧୬.୨ ଲକ୍ଷ ଥର କୋହଲିଙ୍କୁ ଅନ୍‌ଲାଇନ୍‌ରେ ସର୍ଚ୍ଚ କରିଛନ୍ତି। ଏହି ସମୟ ମଧ୍ୟରେ ଭାରତୀୟ କ୍ରିକେଟ ଦଳକୁ ପ୍ରତି ମାସରେ ହାରାହାରି ୨.୪ ଲକ୍ଷ ଥର ସର୍ଚ୍ଚ କରାଯାଇଛି। ଏହି ତାଲିକାର ଟପ୍‌-୧୦ରେ ଥିବା ଅନ୍ୟ କ୍ରିକେଟରମାନେ ହେଲେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ଜର୍ଜ ମ୍ୟାକକେ, ଜୋଶ୍‌ ରିଚାଡର୍‌ସ, ହାର୍ଦ୍ଦିକ ପାଣ୍ଡ୍ୟା, ସଚିନ ତେନ୍ଦୁଲକର, କ୍ରିସ୍‌ ମାଥ୍ୟୁସ ଏବଂ ଶ୍ରେୟାସ ଆୟାର। ୨୦୨୦ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ଏହି କ୍ରିକେଟରମାନଙ୍କୁ ପ୍ରଶଂସକମାନେ ଯଥାକ୍ରମେ ହାରାହାରି ୯.୭, ୯.୪, ୯.୧, ୭.୧, ୬.୭, ୫.୪, ୪.୧ ଓ ୩.୪ ଲକ୍ଷ ଥର ସର୍ଚ୍ଚ କରିଛନ୍ତି।
ଟିମ୍‌ ତାଲିକାରେ ଭାରତ ଶୀର୍ଷରେ ଥିବାବେଳେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ଆଫଗାନିସ୍ତାନ ଓ ଜିମ୍ବାଓ୍ବେ ଦଳକୁ ଯଥାକ୍ରମେ ୦.୬୬, ୦.୩୩, ୦.୨୯, ୦.୨୩, ୦.୧୬, ୦.୧୨, ୦.୧୨, ୦.୦୯, ୦.୦୫, ୦.୦୪ ଓ ୦.୦୩ ଲକ୍ଷ ହାରରେ ସର୍ଚ୍ଚ କରାଯାଇଛି। କୌଣସି ମହିଳା କ୍ରିକେଟର ଟପ୍‌-୧୦ରେ ରହିପାରି ନ ଥିଲେ ହେଁ ସ୍ମୃତି ମନ୍ଧାନା ଓ ଏଲିଶ ପେରି ଯଥାକ୍ରମେ ୧୨ ଓ ୨୦ତମ ସ୍ଥାନରେ ଅଛନ୍ତି। ଏମାନେ ଯୁବରାଜ ସିଂ ଓ ଶିଖର ଧାଓ୍ବନଙ୍କ ପରି ନାମୀ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି। ” ବିଶ୍ୱର ସର୍ବାଧିକ ଲୋକ ବିରାଟ କୋହଲି ଏବଂ ଭାରତୀୟ କ୍ରିକେଟ ଦଳକୁ ସର୍ଚ୍ଚ କରୁଥିବାରୁ ଆମେ ବିସ୍ମିତ ନୁହେଁ। ମହିଳା ଖେଳାଳିମାନେ ଅନେକ ନାମୀ ପୁରୁଷ କ୍ରିକେଟରଙ୍କୁ ପଛରେ ପକାଇଦେବାରେ ଆମେ ବିସ୍ମିତ“ ବୋଲି ସେମ୍‌ରଶର ଯୋଗାଯୋଗ ମୁଖ୍ୟ ଫର୍ନାଣ୍ଡୋ ଅନ୍‌ଗୁଲୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri