Posted inଫୁରସତ

ଶୈବାଳରୁ ଭବିଷ୍ୟତ ବାସଗୃହ

ନୂଆଦିଲ୍ଲୀ: ପ୍ରକୃତି ମଣିଷକୁ ସବୁକିଛି ଦେଇଛି। ଏହାକୁ ଠିକ୍‌ ଭାବେ ଠଉରାଇ ପାରୁଥିଲେ ପୂର୍ବପୁରୁଷମାନେ। ପ୍ରକୃତିଦତ୍ତ ସାମଗ୍ରୀକୁ ଠିକଣା ଭାବେ ବିନିଯୋଗ କରି ସେମାନେ ସୁଖଶାନ୍ତିରେ ରହୁଥିଲେ। ପିଢ଼ି ପରେ ପିଢ଼ି ଧରି ଏଗୁଡ଼ିକ ପାରମ୍ପରିକ ଭାବେ ବ୍ୟବହାର ହୋଇଆସୁଛି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଆଜି ବି ଦେଖିବାକୁ ମିଳେ ଏହାର ଛାପ। ଡେନ୍‌ମାର୍କର ‘ଲଇସୋ’ ଦ୍ୱୀପରେ ସାମୁଦ୍ରିକ ଶୈବାଳକୁ ବ୍ୟବହାର କରି ନିର୍ମିତ ହୋଇଥିବା ବାସଗୃହର ଛପର ଏହାର ଏକ ଉଦାହରଣ। ଘର ତିଆରିରେ ବ୍ୟବହୃତ ‘ଇଲ୍‌ଗ୍ରାସ୍‌’ର ବାୟୁ ବିଶୋଧକ ଏବଂ ଜଳ ପ୍ରତିରୋଧୀ କ୍ଷମତା ରହିଛି। ତାପ ନିୟନ୍ତ୍ରଣ କରିପାରୁଥିବାରୁ ଭବିଷ୍ୟତରେ ଏହାକୁ ବ୍ୟବହାର କରି ଘରର ଛାତ ନିର୍ମାଣ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ବିଶେଷଜ୍ଞ।
୨୦୧୬ରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା ୟୁରୋପର କ୍ଷୁଦ୍ର ଦେଶ ଡେନ୍‌ମାର୍କ। ପୃଥିବୀର ସବୁଠାରୁ ସୁଖୀ ଦେଶ ତାଲିକାରେ ଏହି ବର୍ଷ ଡେନ୍‌ମାର୍କ ଦଖଲ କରିଥିଲା ଶୀର୍ଷସ୍ଥାନ। ଦୁନିଆର କମ୍‌ ଦୁର୍ନୀତିଗ୍ରସ୍ତ ଦେଶ ଭାବେ ଡେନ୍‌ମାର୍କର ସ୍ବତନ୍ତ୍ର ପରିଚୟ ରହିଛି। କେବଳ ଏତିକି ନୁହେଁ, ଖୁସ୍‌ମିଜାଜ ଚରିତ୍ର, ସ୍ବାଧୀନଚେତା ମନୋଭାବ ଏବଂ ଆର୍ଥିକ ସ୍ବାବଲମ୍ବୀ ହେବା ଡେନ୍‌ମାର୍କବାସୀଙ୍କ ଖୁସିର ରହସ୍ୟ, ଯାହା ବହୁ ପୂର୍ବରୁ ପ୍ରକାଶିତ ହୋଇସାରିଛି ଫୋର୍ବସ ରିପୋର୍ଟରେ। ତେବେ ସାମୁଦ୍ରିକ ଶୈବାଳକୁ ବ୍ୟବହାର କରି ନିର୍ମାଣ କରାଯାଉଥିବା ଘର ଛପର ‘ଲଇସୋ’ ସମେତ ଡେନମାର୍କର ଅନ୍ୟତମ ବେଞ୍ଚମାର୍କ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସପ୍ତଦଶ ଶତାବ୍ଦୀ ବେଳକୁ ‘ଲଇସୋ’ ଦ୍ୱୀପରେ ସାମୁଦ୍ରିକ ଶୈବାଳକୁ ବ୍ୟବହାର କରି ଘର ଛପର ଆରମ୍ଭ ହୋଇଥିଲା। ଏହାପଛରେ ଏକ କାରଣ ରହିଛି। ୧୭୦୦ ମସିହା ବେଳକୁ ‘ଲଇସୋ’ରେ ଲୁଣ ତିଆରି ଉଦ୍ୟୋଗ କାୟା ବିସ୍ତାର କଲା। ଲୁଣ ଚାଷ ପାଇଁ ଆବଶ୍ୟକ ଜମି ପ୍ରସ୍ତୁତି କରିବା ଲାଗି ବଳିପଡ଼ିଲେ ଅସଂଖ୍ୟ ଗଛ। ପରିଣାମ ସ୍ବରୂପ ଘର ନିର୍ମାଣ କରିବାକୁ କାଠର ଘୋର ଅଭାବ ଦେଖାଦେଲା। ତେଣୁ ବିକଳ୍ପ ସ୍ବରୂପ ସାମୁଦ୍ରିକ ଶୈବାଳରୁ ଘର ଛପର ତିଆରି କରିବା ଆରମ୍ଭ କଲେ ଲଇସୋବାସୀ। ଅନ୍ୟପଟେ ସମୁଦ୍ର ବି ଏହି ଦ୍ୱୀପ ପାଇଁ ବରଦାନ ସାବ୍ୟସ୍ତ ହେଲା। ଅନେକ ସମୟରେ ସମୁଦ୍ରରେ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାପରେ ଖଣ୍ଡ ବିଖଣ୍ଡିତ ହୋଇ କୂଳକୁ ଆସି ଲାଗୁଥିଲା। ସେଠାରୁ ଲୋକମାନେ ଘରତିଆରି ପାଇଁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରୁଥିଲେ। ଏଥିସହ ଘର ଛପର କରିବାକୁ ସେମାନେ ସହଜରେ ମିଳୁଥିବା ସାମୁଦ୍ରିକ ଶୈବାଳକୁ ଉପଯୋଗ କଲେ। ତେବେ ୧୯୨୦ରେ ଫିମ୍ପି ସଂକ୍ରମଣ ପରେ ଲୋକମାନେ ଘର ତିଆରିରେ ଶୈବାଳ ବ୍ୟବହାର କରିବା ଛାଡ଼ି ଦେଇଛନ୍ତି। ୧୮୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପରେ ଏବେ ମାତ୍ର ୩୬ଟି ଶୈବାଳ ଛାତଯୁକ୍ତ ଘର ତିଷ୍ଠି ରହିଛି।
‘ଇଲ୍‌ଗ୍ରାସ୍‌’ ଶୈବାଳ ଅଗ୍ନି ପ୍ରତିରୋଧୀ। କୀଟପତଙ୍ଗ ଦ୍ୱାରା ମଧ୍ୟ କ୍ଷତିଗ୍ରସ୍ତ ହେବା ଆଶଙ୍କା କମ୍‌। କାର୍ବନ ଡାଇଅକ୍ସସାଇଡ୍‌କୁ ଶୋଷି ନେଉଥିବାରୁ ଏହା ବାୟୁ ବିଶୋଧକ ଭାବେ କାମ କରେ। ଅତ୍ୟଧିକ ମୋଟା ହୋଇଥିବାରୁ ଏହା ମଧ୍ୟ ଦେଇ ଘର ଭିତରକୁ ପାଣି ପଶିପାରେ ନାହିଁ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଘରଗୁଡ଼ିକ ୫୦ ବର୍ଷ ପରେ ମରାମତି ଆବଶ୍ୟକ କରୁଥିବାବେଳେ ଶୈବାଳ ଛପରଯୁକ୍ତ ବାସଗୃହଗୁଡ଼ିକ ୧୦୦ ବର୍ଷ ଯାଏ ଅକ୍ଷତ ଅବସ୍ଥାରେ ରହିପାରେ। ‘ଲଇସୋ’ ଦ୍ୱୀପରେ ଥିବା ଏହି ଘରଗୁଡ଼ିକ ହାରାହାରି ୩୦୦ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ନିକଟରେ ଶୈବାଳ ବାସଗୃହଗୁଡ଼ିକ ବିକଶିତ ରାଷ୍ଟ୍ରର ଦୃଷ୍ଟି ଆକର୍ଷଣ କରିଛି। ଆମେରିକୀୟ ବାସ୍ତୁବିତ୍‌ କ୍ୟାଥେରିନ୍‌ ଲାର୍ସନ ଶୈବାଳ ଉପରେ ରିସର୍ଚ୍ଚ କରୁଛନ୍ତି। ଏହି ଟେକ୍‌ନିକ୍‌ ବ୍ୟବହାର କରି ଗ୍ଲୋବାଲ ଓ୍ବାର୍ମିଂକୁ ରୋକାଯାଇପାରିବ ବୋଲି ସେ ଦାବି କରିଛନ୍ତି।

ମହିଳାଙ୍କୁ ଶ୍ରେୟ
‘ଲଇସୋ’ ଦ୍ୱୀପର ଶୈବାଳ ଛାତର ଶ୍ରେୟ ସେଠାକାର ମହିଳାଙ୍କୁ ଦିଆଯାଏ। ଏଠାକାର ଅଧିବାସୀଙ୍କ ବୃତ୍ତି ହେଉଛି ମାଛ ଧରିବା। ପରିବାରର ପୁରୁଷ ସଦସ୍ୟମାନେ ସକାଳୁ ଡଙ୍ଗା ଧରି ସମୁଦ୍ରକୁ ଚାଲିଯାଉଥିଲେ। ଏହି ସମୟରେ ମହିଳାମାନେ ଘରକୁ ଅଧିକ ସୁଦୃଢ଼ କରିବାକୁ ବିଭିନ୍ନ ଉପାୟ ଖୋଜୁଥିଲେ। ୧୭ମ ଶତାବ୍ଦୀରେ ସେମାନଙ୍କ ନଜର ପଡ଼ିଥିଲା ସାମୁଦ୍ରିକ ବାତ୍ୟାରେ କୂଳରେ ଲାଗୁଥିବା ‘ଇଲ୍‌ଗ୍ରାସ୍‌’ ଉପରେ। ଏହାକୁ ସଂଗ୍ରହ କରିବା ପରେ ୬ମାସ ଧରି ଶୁଖାଯାଉଥିଲା। ଏହାପରେ ଏଗୁଡ଼ିକୁ ଛପର କରିବାରେ ବ୍ୟବହାର କରାଯାଉଥିଲା। ଗୋଟିଏ ଘରେ ଆନୁମାନିକ ୩୫ରୁ ୪୦ ଟନ୍‌ ଶୈବାଳ ବ୍ୟବହାର କରାଯାଇଛି। ଏହି କାର୍ଯ୍ୟରେ ୪୦ରୁ ୫୦ ଜଣ ମହିଳା ସାମୂହିକ ଭାବେ ନିୟୋଜିତ ହୋଇଥିବା ଯାଞ୍ଚ ବେଳେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri