Posted inଜାତୀୟ

ଅଦାଲତ ଅବମାନନା ଆଇନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨ା୮: ଅଦାଲତ ଅବମାନନା ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସମ୍ବିଧାନ ପ୍ରଦତ୍ତ ବାକ୍‌ ସ୍ବାଧୀନତା ଓ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଉକ୍ତ ଆଇନ ଗୁରୁତର ପ୍ରଭାବ ପକାଉଥିବା ଦର୍ଶାଇ ବରିଷ୍ଠ ସାମ୍ବାଦିକ ଏନ୍‌. ରାମ, ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ ଶନିବାର ସର୍ବୋଚ୍ଚ ଅଦାଲତରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି। ୧୯୭୧ରେ ପ୍ରଣୀତ ଏହି ଆଇନ ଅସାମ୍ବିଧାନିକ ଓ ସମ୍ବିଧାନର ମୌଳିକ ଢାଞ୍ଚାର ବିରୋଧୀ ବୋଲି ସେମାନେ ଉଲ୍ଲେଖ କରିବା ସହ ଏଥିରେ ଥିବା କେତେକ ବ୍ୟବସ୍ଥାକୁ ରଦ୍ଦ କରିବା ପାଇଁ ନିବେଦନ କରିଛନ୍ତି। ଅଦାଲତ ଅବମାନନା ଆଇନର ବିବାଦୀୟ ଉପଧାରା ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ଏବଂ ପ୍ରସ୍ତାବନାର ମୂଲ୍ୟବୋଧ ସହ ଖାପ ଖାଉ ନ ଥିବାରୁ ଏହା ଅସାମ୍ବିଧାନିକ। ଏହା ଅସ୍ପଷ୍ଟ ଏବଂ ମନମାନି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଅଦାଲତକୁ ସମାଲୋଚନାକୁ ଅପରାଧୀକରଣ କରାଯିବା ଦ୍ୱାରା ଏହି ବିବାଦୀୟ ଉପଧାରା ସର୍ବସାଧାରଣ ଓ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ବର ଉପରେ ଅଙ୍କୁଶ ଲଗାଉଛି।
ସୂଚନାଯୋଗ୍ୟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦେଶର ପ୍ରଧାନ ବିଚାରପତି ଏବଂ ଆଇନ ବ୍ୟବସ୍ଥା ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ଅଦାଲତ ଅବମାନନାର ଶୁଣାଣି ପୂର୍ବରୁ ଉକ୍ତ ଆଇନକୁ ଚ୍ୟାଲେଞ୍ଜ କରାଯାଇଛି। ପ୍ରଶାନ୍ତ ଭୂଷଣ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ରାୟର ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ଆଇନଜୀବୀ ମହେକ ମାହେଶ୍ୱରୀଙ୍କ ପିଟିଶନ ଆଧାରରେ କୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମକଦ୍ଦମା ଚଳାଇବା ବେଆଇନ ହୋଇଥିବାରୁ ଏହାକୁ ରଦ୍ଦ କରିବା ପାଇଁ ସେ ଅନୁରାଧ କରିଛନ୍ତି। ଅଦାଲତ ଅବମାନନା ପିଟିଶନ ଦାଏର କରିବା ପାଇଁ ଆଟର୍ନି ଜେନେରାଲଙ୍କ ଅନୁମତି ନେବା ଜରୁରୀ। କିନ୍ତୁ ମହେକ ମାହେଶ୍ୱରୀ ଅନୁମତି ନେଇ ନ ଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪କୁ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନ ବିଚାରପତିଙ୍କ ଉପରେ ପ୍ରକାଶିତ ଖବର ଉପରେ ୧୧ ବର୍ଷ ତଳେ ପ୍ରଶାନ୍ତ ଭୂଷଣ ଦେଇଥିବା ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ଅନ୍ୟ ଏକ ଅଦାଲତ ଅବମାନନା ମାମଲା ମଧ୍ୟ ବିଚାରାଧୀନ ରହିଛି। ପୂର୍ବତନ ବିଚାରପତି, ଲେଖକ, ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ସମେତ ୧୩୧ ଜଣ ଉକ୍ତ ମାମଲାକୁ ବାତିଲ କରିବା ପାଇଁ ଚାହୁଁଛନ୍ତି। ଏନ୍‌. ରାମ ଏବଂ ଅରୁଣ ସୌରୀଙ୍କ ବିରୋଧରେ ମଧ୍ୟ ଅତୀତରେ ଅଦାଲତ ଅବମାନନା ମାମଲା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri