ମହାପ୍ରସାଦ ପାଇଁ ହେଉ ଅସ୍ଥାୟୀ ଟେଣ୍ଟ

ପୁରୀ ଅଫିସ,୩୧।୭: କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। କେବଳ ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି। ତେବେ ପୂର୍ବଭଳି ମହାପ୍ରସାଦ ସେବା ଜାରି ରହିଛି। ଭକ୍ତଙ୍କୁ ମହାପ୍ରସାଦ ମିଳୁଛି। ମାତ୍ର ପର୍ବପର୍ବାଣିରେ ଅବଢା ନେବାକୁ ଶ୍ରୀମନ୍ଦିର ଭତ୍ତର ଦ୍ୱାରରେ ପ୍ରବଳ ଭିଡ଼ ଜମୁଛି। ସାମାଜିକ ଦୂରତ୍ୱ ରକ୍ଷା କରାଯାଉ ନାହିଁ। ତେଣୁ ଏହାର ସମାଧାନ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଅସ୍ଥାୟୀ ଟେଣ୍ଟ ତିଆରି କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସୁଆର ମହାସୁଆର ନିଯୋଗ ପ୍ରସ୍ତାବ ଦେଇଛି। ନିଯୋଗ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ଶ୍ରୀମହାପ୍ରସାଦ ତଥା ଆଡ଼ପ ଅବଢା ଯୋଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ପାଖ ବସ୍‌ଷ୍ଟାଣ୍ଡରେ ଅସ୍ଥାୟୀ ଟେଣ୍ଟ କରାଯାଇଥିଲା। କୋଭିଡ୍‌-୧୯ କଟକଣା ମାନି ସାମାଜିକ ଦୂରତ୍ୱ ରକ୍ଷା କରି ଭକ୍ତମାନେ ମହାପ୍ରସାଦ ପାଇଥିଲେ। ମାତ୍ର ରଥଯାତ୍ରା ପରେ ଶ୍ରୀମନ୍ଦିର ବାହାରେ ଭକ୍ତମାନେ ମହାପ୍ରସାଦ ପାଇବା ପାଇଁ ଅସୁବିଧା ଭୋଗୁଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ କୋଭିଡ୍‌ କଟକଣା ମାନି ଶ୍ରୀମନ୍ଦିର ବାହାରେ କୌଣସି ସ୍ଥାନରେ ମହାପ୍ରସାଦ ବିତରଣ କରିବାକୁ ସୁଆର ମହାସୁଆର ନିଯୋଗକୁ ଚିଠି କରିଥିଲେ। ମାତ୍ର ଏହା ପରମ୍ପରା ବିରୋଧୀ ଜାଣି ସୁଆର ସେବକମାନେ ଅରାଜି ହୋଇଛନ୍ତି। ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର ପାଖରେ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରିବା ଲାଗି ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି। ସେଠାରେ ନିଯୋଗ ପକ୍ଷରୁ ଏକ ଟୋକନ କାଉଣ୍ଟର ହେବ। ଭକ୍ତମାନେ କାଉଣ୍ଟରରେ ନିଜର ଚାହିଦା ଅନୁଯାୟୀ ଭୋଗ ବରାଦି କରି ଟୋକନ ନେବେ। ନିଯୋଗ କର୍ମଚାରୀ ଅନ୍ୟ ଏକ ଟୋକନ ନେଇ ଶ୍ରୀମନ୍ଦିରକୁ ଯାଇ ଆନନ୍ଦ ବଜାରରୁ ବୋଝିଆଙ୍କ ମାଧ୍ୟମରେ ମହାପ୍ରସାଦ ଆଣି ଭକ୍ତଙ୍କୁ ଦେବେ ବୋଲି ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

‘ମୋଦିଙ୍କୁ ଗାଳି ଦେଇ ଦେଇ…’, ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରେସିଡେଣ୍ଟ କହିଲେ ଗିରିରାଜ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୨୩।୧୨: ଭାଜପା କାର୍ଯ୍ୟକାରୀ ସଭାପତି ନୀତୀନ ନବୀନ ଆଜି (ଡିସେମ୍ବର ୨୩) ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚୁଛନ୍ତି। ରାଜଧାନୀ ପାଟନା ସହିତ ନବୀନଙ୍କର ଗଭୀର...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri